ଆସନ୍ତାକାଲି ମହାଶିବରାତ୍ରି, ଆଖଣ୍ଡଳମଣିଙ୍କ ପୀଠରେ ଆଜି ଏକବାର ନୀତି
·2 years ago

ଭଦ୍ରକ: ଆସନ୍ତାକାଲି ମହାଶିବରାତ୍ରି। ବାବା ଆଖଣ୍ଡଳମଣିଙ୍କ ପୀଠରେ ଏବେ ପ୍ରସ୍ତୁତି କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ। ଆଜି ମନ୍ଦିରରେ ଏକବାର ନୀତି ଅନୁଷ୍ଠିତ ହେବ। ଏଥିପାଇଁ ମନ୍ଦିରରେ ସମସ୍ତ ନୀତିକାନ୍ତି ଚାଲିଥିବା ବେଳେ ମହାଦୀପ ପ୍ରସ୍ତୁତି ପାଇଁ ମାଟି ପଲମ ସହ ଅନ୍ୟାନ୍ୟ ସାମଗ୍ରୀ ସେବାକାରୀଙ୍କ ପକ୍ଷରୁ ମନ୍ଦିରରେ ପହଁଚିଛି।
ଆସନ୍ତା ଶୁକ୍ରବାର ଜାଗରଯାତ୍ରା ନିମନ୍ତେ ସତ୍ବନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଚଳିତବର୍ଷ ପୀଠରେ ୨ଲକ୍ଷ ଭକ୍ତଙ୍କର ସମାଗମକୁ ଦୃଷ୍ଟିରେ ରଖି ପୀଠରେ ତ୍ରୀସ୍ତରୟ ସୁରକ୍ଷା ବ୍ୟବସ୍ଥା ସହିତ ପୀଠରେ ଥିବା ବୈତରଣୀ ଓ ସାଳନ୍ଦୀ ନଦୀର ୩ଟି ଜଳପଥରେ ଓଡ୍ରାଫ ଟିମ ପଇଁତରା ମାରିବେ। ସେହିପରି ମନ୍ଦିର ଭିତରେ ଓ ବାହାରେ ଅଧିକ ଫୋର୍ସ ମୃତୟନ କରାଯିବ ବୋଲି ଜିଲ୍ଲା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତବର୍ଷ ଜାଗରଯାତ୍ରା ମାର୍ଚ୍ଚ ୮ରୁ ମାର୍ଚ୍ଚ ୧୦ ତାରିଖ ଯାଏଁ 3ଦିନ ଧରି ଚାଲିବ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: