Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରାତି ପାହିଲେ କାର୍ତ୍ତିକପୂର୍ଣ୍ଣିମା: ଐତିହାସିକ ବାଲିଯାତ୍ରା ପାଇଁ ଚଳଚଞ୍ଚଳ କଟକ

Odisha

ରାତି ପାହିଲେ କାର୍ତ୍ତିକପୂର୍ଣ୍ଣିମା: ଐତିହାସିକ ବାଲିଯାତ୍ରା ପାଇଁ ଚଳଚଞ୍ଚଳ କଟକ

Ritu Das
Browse all articles by Ritu Das
·2 years ago·2 min read
ରାତି ପାହିଲେ କାର୍ତ୍ତିକପୂର୍ଣ୍ଣିମା: ଐତିହାସିକ ବାଲିଯାତ୍ରା ପାଇଁ ଚଳଚଞ୍ଚଳ କଟକ

ଅର୍ଗସ ବ୍ୟୁରୋ: ରାତି ପାହିଲେ କାର୍ତ୍ତିକପୂର୍ଣ୍ଣିମା। ଏହି ଦିନ ଓଡ଼ିଆ ସାଧବ ପୁଅ ବିଦେଶରୁ ନୌବାଣିଜ୍ୟ ସାରି  ଗଡ଼ଗଡ଼ିଆ ଘାଟରେ ପହଞ୍ଚୁଥିଲା। ନଦୀ ବାଲିରେ ବିଦେଶରୁ ଆଣିଥିବା ଜିନିଷର ହେଉଥିଲା ବ୍ୟବସାୟ। ସେହି ସ୍ମୁତିରୁ ସୃଷ୍ଟି ଆଜିର ବାଲି ଯାତ୍ରା। ସେଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଠାରୁ ଚଳଚଞ୍ଚଳ ହେଲାଣି ବାଲିଯାତ୍ରା ପଡିଆ। ବାଲିଯାତ୍ରା ପାଇଁଏବେ ଠାରୁ ଲୋକଙ୍କ ମନରେ ବେଶ ଉତ୍ସାହ ରହିଛି। ଲୋକେ ବାଲିଯାତ୍ରା ଆସିଲେ କିଣା କିଣି ସହ ବିଭିନ୍ନ ପ୍ରକାର ଖାଦ୍ୟ ଓ ଦୋଳିର ମଜା ନେଇଥାନ୍ତି। ହେଲେ ଏବର୍ଷ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରଶାସନ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ହାତକୁ ନେଇଛି। 
ବଲିଉଡର ନାମୀ ଦାମୀ କଣ୍ଠ ଶିଳ୍ପୀଙ୍କୁ ମଧ୍ୟ ଆପଣ ବୈଷ୍ଣବ ପାଣି ମଞ୍ଚରେ ଦେଖିବାକୁ ପାଇବେ। ତେବେ ଚଳିତ ବର୍ଷ ବାଲିଯାତ୍ରାକୁ ଆସିଲେ କିଛି ଆକର୍ଷଣୀୟ  ଜିନିଷ ପ୍ରଥମ କରି ଦେଖିବାକୁ ପାଇବେ। ପ୍ରଶାସନ ପକ୍ଷରୁ କଟକ ଇନ କଟକର ପରିକଳ୍ପନାରେ ଗ୍ରାମୀଣ ଓଡ଼ିଶାର ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଉପଭୋଗ କରିବେ। ଯେଉଁଠି ସବୁଜ ବଳୟ ଭିତରେ ବସି ବିଭିନ୍ନ ରଙ୍ଗୀନ ଆଲୋକମାଳା ,ସହ ଫିସ ଟନେଲ ଏଥି ସହ ସହ ନୌବାଣିଜ୍ୟର ବାଲୁକା କଳାସବୁ ଦେଖିବାକୁ ମିଳିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।

ସେପଟେ ଆସନ୍ତା କାଲି ଠାରୁ ବାଲିଯାତ୍ରା ଆରମ୍ଭ ହୋଇ ଆସନ୍ତା 4  ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ବାଲିଯାତ୍ରା ୪୩ ଏକର ଜାଗାରେ 1400ରୁ ଊର୍ଦ୍ଧ୍ବ ଷ୍ଟଲ ହେଉଥିବା ବେଳେ ଓରମାସ ପକ୍ଷରୁ 400ରୁ ଊର୍ଦ୍ଧ୍ବ ଷ୍ଟଲ କରାଯାଇଛି। ବୈଷ୍ଣବ ପାଣି ମଞ୍ଚରେ ଓଲିଉଡ କଳାକାର ଓ ଅକ୍ଷୟ ମହାନ୍ତିଙ୍କ ମଞ୍ଚରେ ବଲିଉଡ କଳାକାର କାର୍ଯ୍ୟକ୍ରମ ପରିବେଷଣ କରିବେ। ଅକ୍ଷୟ ମହାନ୍ତି ମଞ୍ଚରେ 2 ତାରିଖରେ କଣ୍ଠଶିଳ୍ପୀ ସଚିନ ଜିଗରଙ୍କ ଯୋଡି କାର୍ଯ୍ୟକ୍ରମ ପରିବେଷଣ କରିବେ। ସେହିପରି 3 ତାରିଖରେ ଭେଟରାନ ମ୍ୟୁଜିକ ଡିରେକ୍ଟର ଅନୁ ମଲ୍ଲିକ ସଙ୍ଗୀତ ପରିବେଷଣ କରିବେ। ସେହିପରି  ଓଲିଉଡର ମଧ୍ୟ ଏକାଧିକ କଳାକାରଙ୍କୁ ଦେଖିବାକୁ ପାଇବେ ଦର୍ଶକ। କଟକ ଇନ କଟକ ପ୍ୟାଭିଲିୟନରେ ଗାଁ ଚାଲିଚଳନ, ସଂସ୍କୃତି, ପରମ୍ପରା ଆଦିକୁ ସ୍ଥାନ ଦିଆଯାଇଛି। ଗାଁ ପୋଖରୀ, ମନ୍ଦିର, ଗାଇ ଗୁହାଳ ଠାରୁ ଆରମ୍ଭ କରି ଚାଷ କାମ, ମାଟି ଘର, ଚାଟଶାଳୀ ଆଦିକୁ ସ୍ଥାନ ଦିଆଯାଇଛି। ଏହାସହ 30 ଫୁଟ ଉଚ୍ଚର ବାଲୁକା କଳା ସହ ଏଲଇଡି ଲାଇଟ,  ଲେଜର ଶୋ ଆଦି କରାଯାଇଛି। ସେହିପରି ଡଷ୍ଟ ଫ୍ରି ବାଲିଯାତ୍ରା ପାଇଁ ପଡିଆରେ ସ୍ୱତନ୍ତ୍ର କେମିକାଲ ବ୍ୟବହାର କରି ଧୁଳି ନ ଉଡିବା ବ୍ୟବସ୍ଥା ମଧ୍ୟ କରାଯାଇଛି। ବେଲଭ୍ୟୁ ଛକ, ବିଡାନାସୀ ପାର୍କିଂ ଆଦି ସ୍ଥାନରୁ ମାଗଣା ବସ ବ୍ୟବସ୍ଥା କରିଛି ପ୍ରଶାସନ। 

କଟକ ଐତିହାସିକ ବାଲିଯାତ୍ରା ଏଥର ବି ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବ। ତେବେ ଭିଡ଼ ନିୟନ୍ତ୍ରଣ କରିବାକୁ ମଧ୍ୟ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆସନ୍ତା  କାଲି ଅପରାହ୍ନରେ ବାଲିଯାତ୍ରାକୁ ବିଦ୍ଧିବଦ୍ଧ ଭାବେ ଉଦଘାଟନ କରାଯିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
Tomorrow kartik | Argus News