Videos
|
Odisha

  କାଲି ଠୁ ମା ସମଲେଶ୍ଵରୀଙ୍କ ଧବଳମୁଖି ବେଶ  

Manini Pattanayak
Browse all articles by Manini Pattanayak
·1 year ago·1 min read
  କାଲି ଠୁ ମା ସମଲେଶ୍ଵରୀଙ୍କ ଧବଳମୁଖି ବେଶ  

ସମ୍ବଲପୁର:  ଆସନ୍ତାକାଲି ପବିତ୍ର ମହାଳୟା ଓ ମା ସମଲେଶ୍ଵରୀ ଙ୍କ ଧବଳମୁଖି ବେଶ ଦର୍ଶନ  । ଏଥିପାଇଁ  ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଭକ୍ତ ଙ୍କ ଶୃଙ୍ଖଲିତ ଦର୍ଶନ ପାଇଁ  ବିଭିନ୍ନ ପଦକ୍ଷେପ  ନିଆଯାଇଛି। ମା' ଙ୍କ ଧବଳମୁଖି ବେଶ ଦର୍ଶନ ପାଇଁ ସକାଳ ୫ ଟା ପୁର୍ଵରୁ ନିତିକାନ୍ତି ପରେ ଭକ୍ତ ଦର୍ଶନ କରିପାରିବେ । ପରେ ୧୧ ଟା ୪୫ ରୁ  ୧୨ ଟା ୩୦ ଯାଏ ମା ଙ୍କ ପାଖରେ ଅନ୍ନଭୋଗ ଲାଗିବା ନେଇ ଦର୍ଶନ ବନ୍ଦ ରହିବ ।  

ସଂଧ୍ୟା ୭.୪୫ ରୁ ୮ ଟା ୩୦ ଯାଏ ସଂଧ୍ୟା ଆଳତି ପାଇ ଦର୍ଶନ ବନ୍ଦ ରହିବ । ତେବେ ରାତି ୧୦ ଟା ୩୦ ଯାଏ ଦର୍ଶନ ହେବ ।  ତେବେ ଭକ୍ତ ଦର୍ଶନ ପାଇ ୪ ନମ୍ବର ଗେଟରେ ପ୍ରବେଶ କରିବେ । ପୁରଣା ଗେଟ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ । ଏହା ସହ ଟିକଟ କାଟି ସ୍ବତନ୍ତ୍ର  ଦର୍ଶନ ବ୍ୟବସ୍ଥା ମଧ୍ୟ ରହିଛି । ଲମ୍ବା ସମୟ ଧରି ଛିଡା ହେଉଥିବାରୁ ଭକ୍ତପାଇ ସ୍ଵତନ୍ତ୍ର ବ୍ୟଵସ୍ଥା କରାଯାଇଥିବା ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Tomorrow maa samaleswari's dhabalamukhi besha | Argus News