ଚିଲିକାରେ ହେବ ପକ୍ଷୀ ଗଣନା, ଗଣିବେ ୨୧ଟି ଟିମ୍
·2 years ago

ପୁରୀ: ଆସନ୍ତାକାଲି ଚିଲିକାରେ ହେବ ପକ୍ଷୀ ଗଣନା। ସ୍ବତନ୍ତ୍ର ଟିମ୍ ଗଣିବେ ଦେଶୀ ଏବଂ ବିଦେଶୀ ପକ୍ଷୀ। ଚଳିତ ବର୍ଷ ପ୍ରଥମେ ଆରମ୍ଭ ହେବ ପକ୍ଷୀ ଗଣନା। ଚିଲିକା କୁ ୫ଟି ଜୋନ୍ ରେ ବିଭକ୍ତ କରାଯାଇଛି।
୨୧ଟି ଟିମ୍ ଗଣିବେ ପକ୍ଷୀ। ଟାଙ୍ଗି ରେଞ୍ଜରେ ୮ଟି ଟିମ୍,ବାଲୁଗାଁ ରେଞ୍ଜରେ ୫ଟି,ସାତପଡା ରେଞ୍ଜରେ ୩ଟି ଏବଂ ନୂଆପଡା ସହ ରମ୍ଭା ରେଞ୍ଜରେ ୫ଟି ଟିମ୍ ଗଣନା କାର୍ଯ୍ୟରେ ନିୟୋଜିତ ହେବେ। ୧୫୦ ରୁ ଉର୍ଦ୍ଧ କର୍ମଚାରୀ ହେବେ ସାମିଲ୍। ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ ପକ୍ଷୀ ଗଣନା। ସୂଚନା ଦେଲେ ଚିଲିକା ଡିଏଫଓ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: