Videos
|
Odisha

 ବୁଥ ଅଭିମୁଖେ ବାହାରିଲେ ପୁଲିଂ ଅଧିକାରୀ

Manini Pattanayak
Browse all articles by Manini Pattanayak
·2 years ago
 ବୁଥ ଅଭିମୁଖେ ବାହାରିଲେ ପୁଲିଂ ଅଧିକାରୀ

 କଳାହାଣ୍ଡି:  ଦେଶର ସବୁଠାରୁ ବଡ ପର୍ବର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଏବଂ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ବୁଥ ଅଭିମୁଖେ ବାହାରିଛନ୍ତି ପୁଲିଂ ଅଧିକାରୀ ଏବଂ କର୍ମଚାରୀ ।

ଚଳିତ ନିର୍ବାଚନରେ ଧର୍ମଗଡ ନିର୍ବାଚନ ମଣ୍ଡଳୀ ପାଇଁ ୨୯୩ ଟି ବୁଥ ହୋଇଥିବା ବେଳେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ୨୫୦ ଟି ବୁଥ କରାଯାଇଛି । ନିର୍ବାଚନ ପ୍ରକ୍ରିୟା ଓ ମତଦାନ ପ୍ରକ୍ରିୟା ସୁରୁଖୁରୁରେ କରିବା ପାଇଁ ଏବଂ ମତଦାନ ପାଇଁ ଆସୁଥିବା ଭୋଟର ଯେମିତି ସୁବ୍ୟବସ୍ଥା ରେ ମତଦାନ କରିପାରିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ନିର୍ବାଚନ ଅଧିକାରୀ ତଥା ଧର୍ମଗଡ ଉପଜିଲ୍ଲାପାଳ ଧିମନ୍ ଚକମା କହିଥିବା ବେଳେ ପୋଲିଂ ଅଧିକାରୀ ମାନେ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Tomorrow the first round of elections, the polling officer left for the booth | Argus News