Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

2023ରେ ମୋଟ 12 ହଜାର 52ଟି ସଡ଼କ ଦୁର୍ଘଟଣା

Banajyotshna Ray
Browse all articles by Banajyotshna Ray
·1 year ago·1 min read
2023ରେ ମୋଟ 12 ହଜାର 52ଟି ସଡ଼କ ଦୁର୍ଘଟଣା

ଅର୍ଗସ ବ୍ୟୁରୋ:  ରାଜ୍ୟରେ ବଢୁଛି ସଡ଼କ ଦୁର୍ଘଟଣା । 2023ରେ ମୋଟ 12 ହଜାର 52ଟି ସଡ଼କ ଦୁର୍ଘଟଣା, 5 ହଜାର 696 ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ ଆହତ ହୋଇଛନ୍ତି 10 ହଜାର 419 ଜଣ ।  ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ 448 ଜଣଙ୍କ ମୃତ୍ୟୁ ହୋଇଛି । 2019ରୁ 2023 ପର୍ଯ୍ୟନ୍ତ ଗତ 5 ବର୍ଷରେ 26 ହଜାର 315 ଜଣଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । 5 ବର୍ଷ ମଧ୍ୟରେ ମୋଟ 55 ହଜାର 580 ସଡ଼କ ଦୁର୍ଘଟଣା ହୋଇଛି । ବିଜେଡ଼ି ବିଧାୟକ ସନାତନ ମହାକୁଡ଼ଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ସଡ଼କ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଯେଉଁଭଳି ଭାବରେ ଦିନକୁ ଦିନ ସଡକ ଦୁର୍ଘଟଣା ହେଉଛି, ଏଥିରେ କେତେ ଯେ ଜୀବନ ଯାଉଛି, ତାହା କଳ୍ପନା ବାହାରେ। ଯାହାକୁ ଦୃଷ୍ଟିରେ ରଖି ସଡକ ସୁରକ୍ଷା ଉପରେ ଦୃଷ୍ଟି ଦେବା ଆବଶ୍ୟକ ହୋଇପଡୁଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Total 12 thousand 52 road accidents in 2023 | Argus News