Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଠାର ପାଲଟିଛି ସମ୍ପର୍କର ପରିଭାଷା

Odisha

ଠାର ପାଲଟିଛି ସମ୍ପର୍କର ପରିଭାଷା

Smruti Parija
Browse all articles by Smruti Parija
·2 years ago·2 min read
ଠାର ପାଲଟିଛି ସମ୍ପର୍କର ପରିଭାଷା

ସୋର:  ନା ରଙ୍ଗ ମିଶୁଛି ନା ଭାଷା। କଥା କହି ଜାଣିଥିଲେ ବି ଠାର ପାଲଟିଛି ସମ୍ପର୍କର ପରିଭାଷା। ଏମାନେ କେଉଁ ପିଲା ଦିନର ବନ୍ଧୁ ନୁହଁନ୍ତି, କି କେଉଁ କଲେଜ ବେଳର ସହପାଠୀ ନୁହଁନ୍ତି। ବରଂ ବାଟ ଭୁଲିଯାଇଥିବା ଜଣେ ବିଦେଶୀ ନାଗରିକଙ୍କୁ ନିଜ ଆତ୍ମୀୟତାରେ ବାନ୍ଧି ପାରିଥିବା ସଚ୍ଚୋଟ ମଣିଷ, ସଚ୍ଚା ସାଥୀ ହେଉଛନ୍ତି ଏମାନେ। ବାଲେଶ୍ବର ଜିଲ୍ଲା ସୋର ସିନ୍ଧୁଆ ଅଞ୍ଚଳରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । କେଇଟା ଦିନରେ ଏମିତି ସଂପର୍କ ସୃଷ୍ଟି ହୋଇଛି ଯେ ଟିକିଏ ଦୂରେଇ ଗଲାରୁ ସମସ୍ତଙ୍କ ଆଖି ଛଳ ଛଳ । 

ସୁଦୂର ପ୍ରାନ୍ସରୁ ଆସିଥିବା ଜଣେ ଯୁବ ପର୍ଯ୍ୟଟକ ବାଟ ଭୁଲିଯିବାରୁ ସ୍ଥାନୀୟ ଯୁବକମାନେ ତାଙ୍କୁ ଉଦ୍ଧାର କରି ତାଙ୍କ ସହ ବନ୍ଧୁତ୍ୱ ସ୍ଥାପନ କରିଛନ୍ତି । ଖାଲି ଏତିକି ନୁହେଁ ଓଡ଼ିଆ ଖାଦ୍ୟ ଖୁଆଇ ତାଙ୍କ ମନ ଜିଣିଛନ୍ତି । ଭାତ, ଡାଲି, ପୋଟଳ କସା ଖାଇ ଏହି ବିଦେଶୀ ପର୍ଯ୍ୟଟକ କହୁଛନ୍ତି ବଢିଆ ଲାଗୁଥିଲା । 

ଗଲା ନଭେମ୍ବର ମାସରେ ଭାରତ ବୁଲିବାକୁ ସୁଦୂର ଫ୍ରାନ୍ସରୁ ଆସିଥିଲେ ବିଲ୍ୟୁ । ଦିଲ୍ଲୀ ବାରଣାସୀ ବୁଲିବା ପରେ ଓଡ଼ିଶା ବୁଲିବାକୁ ଆସିଥିଲେ । ଓଡ଼ିଶାରେ ପୁରୀ, ଭୁବନେଶ୍ବର ବୁଲିବା ପରେ ଭଦ୍ରକରେ ପହଞ୍ଚିଥିଲେ। ଗୋପାଳପୁର ୱାଟରଫଲ୍ ଦେଖିବାକୁ ଯାଇ ଗୁଗୁଲ ସର୍ଚ୍ଚ କରିଥିଲେ । ଯେଉଁଥିରେ ସେ ଭୁଲ ରାସ୍ତା ଚୟନ କରିବା ପରେ ବାଟ ବାଉଳା ହୋଇ ସିନ୍ଧିଆ ଅଭିମୁଖେ ଆଗେଇଥିଲେ। ସ୍ଥାନୀୟ ଅଞ୍ଚଳରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ସ୍ଥଳୀ ଦେଇ ଯିବା ବେଳେ ସେଠାକାର ଯୁବକ ତାଙ୍କୁ ଦେଖି ଅଟକାଇ କଥା ହେବା ପରେ ସେ ବାଟ ବାଉଳା ହୋଇଥିବା ଜାଣିବାକୁ ପାଇଥିଲେ। ଏହି ଯୁବକମାନେ ବିଲ୍ୟୁଙ୍କ ସହ ବନ୍ଧୁ ବାନ୍ଧି ତାଙ୍କ ସମସ୍ୟାର ସମାଧାନ ବାହାର କରିଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏତିକିରେ ସରିନଥିଲା କାହାଣୀ । ରାତିରେ ଓଡ଼ିଆ ଖାଦ୍ୟ ଖାଇ ଏହି ଯୁବକମାନଙ୍କ ସହ ତାଙ୍କରି ପାଖରେ ଶୋଇଥିଲେ । ତେବେ ସକାଳେ ବିଦେଶୀ ପର୍ଯ୍ୟଟକଙ୍କ ବିଷୟରେ ପୋଲିସ ଖବର ପାଇଥିଲା । ଆଉ ଯୁବକକୁ ଥାନାକୁ ନେବାବେଳେ ସ୍ଥାନୀୟ ଯୁବକଙ୍କ ଆଖି ଛଳ ଛଳ ହୋଇପଡିଥିଲା । ସୋର ପୋଲିସ ପର୍ଯ୍ୟଟକଙ୍କ ଭିସା ଯାଞ୍ଚ କରିବା ପରେ ସବୁ ଠିକ ଥିବା ଏବଂ ବାଟ ଭୁଲିଯାଇଥିବା ଜାଣିବା ପରେ ଛାଡିଦେଇଥିଲା ।  ପିଲା ଠାରୁ ଯୁବକ ପଯ୍ୟନ୍ତ ଏହି ବିଦେଶୀ ପଯ୍ୟଟକ ବିଲ୍ୟୁର ବନ୍ଧୁ ପାଲଟି ଯାଇଛନ୍ତି l 

କିଛି କ୍ଷଣର ସମ୍ପର୍କ ବନ୍ଧୁତାର ଏକ ନୂଆ ପରିଚୟ ସୃଷ୍ଟି କରି ଦୁନିଆ ଆଗରେ ବନ୍ଧୁତାର ବାସ୍ତବ ସଂଜ୍ଞାକୁ ପ୍ରମାଣିତ କରିଛି ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus Whatsapp Channel Mobile Top
Sponsored
tourist-bilue-becomes-friend-of-local-people-in-balesore-soro | Argus News