Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପର୍ଯ୍ୟଟକଙ୍କୁ ୨୩ ସୁଦ୍ଧା ପୁରୀ ଛାଡିବାକୁ ନିର୍ଦ୍ଦେଶ: ପୁରୀ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପର୍ଯ୍ୟଟକଙ୍କୁ ୨୩ ସୁଦ୍ଧା ପୁରୀ ଛାଡିବାକୁ ନିର୍ଦ୍ଦେଶ: ପୁରୀ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି

ଅର୍ଗସ ବ୍ୟୁରୋ:  ପର୍ଯ୍ୟଟକଙ୍କୁ ୨୩ ସୁଦ୍ଧା ପୁରୀ ଛାଡିବାକୁ ନିର୍ଦ୍ଦେଶ । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି । ଭ୍ରମଣରେ ଯାଇଥିବା ପର୍ଯ୍ୟଟକଙ୍କୁ ପୁରୀ ଛାଡିବାକୁ ନିର୍ଦ୍ଦେଶ । ଆସନ୍ତା ୨୩ ତାରିଖ ସୁଦ୍ଧା ପୁରୀ ଛାଡିବାକୁ ନିର୍ଦ୍ଦେଶ । ସହରରେ ଥିବା ହବିଷ୍ୟାଳିଙ୍କ ପାଇଁ କରାଯିବ ସ୍ୱତନ୍ତ୍ର ବ୍ୟବସ୍ଥା । ସତ ହେଲା ଆକଳନ, ବାତ୍ୟାର ରୂପ ନେବ ଲଘୁଚାପ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେଇ ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ମାଡ଼ ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ପାଣିପାଗ ବିଭାଗର ପୂର୍ବାନୁମାନ ଓଡ଼ିଶାବାସୀଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି । ଖାସ କରି ପୁଣି ସେହି ଅକ୍ଟୋବର ମାସରେ ବାତ୍ୟା ଆସୁଥିବାରୁ ଏବେ ଅଧିକ ଚିନ୍ତା ବଢିଛି ।

୨୩ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବାତ୍ୟା, ୨୪ ସକାଳେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା-ପଶ୍ଚିମବଙ୍ଗ ନିକଟ ସମୁଦ୍ରକୁ ଆସିବ । ତେଣୁ ୨୪ ଓ ୨୫ ଓଡ଼ିଶା ପାଇଁ ବଡ଼ ଗୁରୁତ୍ଵପୂର୍ଣ୍ଣ । ବାତ୍ୟା ସମୟରେ ପବନର ବେଗ ୧୨୦ କି.ମି ରହିପାରେ । ୨୪ରୁ ୨୭ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tourist ordered to leave Puri by 23: Division by Puri administration | Argus News