|
logo
Live

Argus News - କଟକ ବାଲିଯାତ୍ରାରେ ଜଳକ୍ରୀଡ଼ାର ମଜା ନେଉଛନ୍ତି ପର୍ଯ୍ୟଟକ

Odisha

କଟକ ବାଲିଯାତ୍ରାରେ ଜଳକ୍ରୀଡ଼ାର ମଜା ନେଉଛନ୍ତି ପର୍ଯ୍ୟଟକ

Ritu Das
Browse all articles by Ritu Das
·2 years ago·1 min read
କଟକ ବାଲିଯାତ୍ରାରେ ଜଳକ୍ରୀଡ଼ାର ମଜା ନେଉଛନ୍ତି ପର୍ଯ୍ୟଟକ

ଅର୍ଗସ ବ୍ୟୁରୋ: କଟକ ଐତିହାସିକ ବାଲିଯାତ୍ରା ବୁଲିବାକୁ ଲକ୍ଷାଧିକ ଲୋକ ଆସୁଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରୁ ବି ଆସୁଛନ୍ତି ବହୁ ପର୍ଯ୍ୟଟକ। ଏଥର ବାଲିଯାତ୍ରା ଉଚ୍ଚକୋଟୀର ଆୟୋଜନ ନେଇ କଟକ ଜିଲ୍ଲା ପ୍ରଶାସନ କରିଛି ବ୍ୟାପକ ବ୍ୟବସ୍ଥା। ସ୍ଥଳ ଭାଗ ସହ ଜଳ ଭାଗରେ ବୁଲାବୁଲି କରିବାର ମଜା ନେଉଛନ୍ତି ଲୋକେ। ମହାନଦୀର ନୀଳ ଜଳରାଶିରେ ବୋଟିଂ ସହ ୱାଟର ସ୍ପୋର୍ଟସର ମଜା ଓ ମହାନଦୀର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି ଲୋକେ।

ବାଲିଯାତ୍ରାରେ ମେଳା ବୁଲା ସହ କିଣାବିକା ଚାଲିଛି। ଖାଲି ସେତିକି ନୁହେଁ ମହାନଦୀରେ ଜଳକ୍ରୀଡ଼ାର ବି ମଜା ନେଉଛନ୍ତି ପର୍ଯ୍ୟଟକ। କଳିଙ୍ଗ ଡ୍ରାଇଭର୍ସ ପ୍ରାଇଭେଟ ଲିମିଟେଡ଼ , ସିମ୍ପଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ମିଳିତ ସହଯୋଗରେ ଚାଲିଛି ୱାଟର ସ୍ପୋର୍ଟସ। ସିଲଭର ସିଟି ବୋଟ କ୍ଲବ ପାଖରୁ ବାଲିଯାତ୍ରା ତଳ ପଡିଆରେ ଥିବା ଗଡ଼ଗଡ଼ିଆ ଘାଟ ପର୍ଯ୍ୟନ୍ତ ବୋଟରେ ବୁଲିବାର ମଜା ନେଉଛନ୍ତି ସମସ୍ତେ। ଯେଉଁଠି ସ୍ପିଡ଼ ବୋଟ, ଜେଟ ସ୍କି , ବମ୍ପର ରାଇଡ ଭଳି ଜଳକ୍ରୀଡ଼ାର ମଜା ନେଉଛନ୍ତି ଲୋକେ। 

ତେବେ ୱାଟର ସ୍ପୋର୍ଟସରେ ଚଳିତ ବର୍ଷ ୨୫ରୁ ଉର୍ଦ୍ଧ୍ବ ସ୍ପିଡ ବୋଟ ରହିଛି ।  ଜେଟସ୍କି ଦାମ ୩୫୦ ଥିବା ବେଳେ ସ୍ପିଡ଼ ବୋଟ ଜଣକୁ ୨୦୦ ବମ୍ଫର ରାଇଡ ଦୁଇଜଣଙ୍କୁ ୬୦୦ ଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ରିହାତି ରହିଛି। ଲୋକଙ୍କ ଚାହିଦାକୁ ଦେଖି ୱାଟର ସ୍ପୋର୍ଟସ କମ୍ପାନୀ ପକ୍ଷରୁ ସୁଲଭ ମୂଲ୍ୟରେ ଜଳ କ୍ରୀଡା କରାଯାଉଥିବା ସହ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Sponsored
କଟକ ବାଲିଯାତ୍ରାରେ ଜଳକ୍ରୀଡ଼ାର ମଜା ନେଉଛନ୍ତି ପର୍ଯ୍ୟଟକ | Argus News