Artificial Fruit Ripening / ରାତିରେ ସବୁଜ, ସକାଳକୁ ହଳଦିଆ ଟହଟହ, ଶୀଘ୍ର ପାଚିବା ନାଁରେ ଲୋକଙ୍କ ଜୀବନ ସହ ଖେଳ
·1 hour ago·2 min read

Key Points
ଫଳ ନାଁରେ ବିଷ!
ବଜାରରେ ମିଳୁଛି କେମିକାଲ୍ ମଖା ଫଳ
ବଜାରରେ ବିଷାକ୍ତ ଫଳର ଖେଳ
ରାତିରେ ସବୁଜ, ସକାଳକୁ ହଳଦିଆ ଟହଟହ
ଶୀଘ୍ର ପାଚିବା ନାଁରେ ଲୋକଙ୍କ ଜୀବନ ସହ ଖେଳୁଛନ୍ତି ଅସାଧୁ ବ୍ୟବସାୟୀ

ବାଲେଶ୍ୱର୦୪/୧୧: ବଜାରରେ ବିକ୍ରି ହେଉଛି ବିଷାକ୍ତ ଫଳ! ରାତିରେ ସବୁଜ ଥିବା କଦଳୀ ସକାଳକୁ ହୋଇଯାଉଛି ହଳଦିଆ ଟହଟହ। ଦେଖିବାକୁ ଆକର୍ଷଣୀୟ, ହେଲେ ଭିତରେ ରହିଛି କ୍ଷତିକାରକ ରାସାୟନିକ ପଦାର୍ଥ। ଅଧିକ ଲାଭ ଆଶାରେ ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳୁଛନ୍ତି କିଛି ଅସାଧୁ ବ୍ୟବସାୟୀ। ଏଭଳି ଏକ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି ବାଲେଶ୍ୱର ଫାଣ୍ଡି ଛକ ଫଳ ବଜାରରୁ।
ପାର୍ବଣ ଋତୁରେ ଫଳ ବଜାରରେ ଗ୍ରାହକଙ୍କ ଭିଡ଼ ଜମୁଛି। ବଢ଼ୁଛି ଫଳର ଚାହିଦା, ଜୋରସୋରରେ ଚାଲିଛି ବେପାର। ହେଲେ ଏହି ଚାହିଦାର ଫାଇଦା ଉଠାଇ କିଛି ବ୍ୟବସାୟୀ କଦଳୀକୁ ଶୀଘ୍ର ପଚାଇବା ପାଇଁ ରାସାୟନିକ ପଦାର୍ଥ ପ୍ରୟୋଗ କରୁଥିବା ଅଭିଯୋଗ ହୋଇଛି। କଦଳୀ ଉପରେ କେମିକାଲ୍ ଲଗାଇ ରାତିସାରା ରଖିଦେବା ପରେ ସକାଳକୁ ତାହା ପାଚି ହଳଦିଆ ହୋଇଯାଉଛି।
ସବୁଠାରୁ ଚିନ୍ତାଜନକ କଥା ହେଉଛି, ଏନେଇ ପଚାରିବାରୁ ଜଣେ ବ୍ୟବସାୟୀ ଅତ୍ୟନ୍ତ ଦାୟିତ୍ୱହୀନ ମନ୍ତବ୍ୟ ଦେଉଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଲୋକେ ଖାଇ ମରିଗଲେ ତାଙ୍କର କ'ଣ ହେବ ବୋଲି କହୁଥିବା ଅଭିଯୋଗ ହୋଇଛି। ଏଭଳି ମନୋଭାବକୁ ନେଇ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ପଢନ୍ତୁ ଏହି ଖବର: ଏଠାରେ କ୍ରିମ୍ ନାଁରେ ଚାଲିଥିଲା ଭେଜାଲ ଖେଳ! ଚଢ଼ାଉ କଲା ଖାଦ୍ୟ ସୁରକ୍ଷା ବିଭାଗ
ଏଭଳି ରାସାୟନିକ ପଦାର୍ଥରେ ପାଚୁଥିବା ଫଳ ସ୍ୱାସ୍ଥ୍ୟ ପାଇଁ କେତେ ଯେ ବିପଦଜନକ, ତାହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ଏହାର ସଂସ୍ପର୍ଶରେ ଆସିଲେ ପେଟ ସମସ୍ୟା, ବାନ୍ତି, ଚର୍ମଜନିତ ସମସ୍ୟା ସମେତ ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ଜଟିଳତା ଦେଖାଦେଇପାରେ। ବିଶେଷକରି ଛୋଟ ପିଲା ଓ ବୟସ୍କଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ସତର୍କ ରହିବା ଆବଶ୍ୟକ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡକ୍ଟର ଶାନ୍ତନୁ ଦାସ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପଟେ, ଏଭଳି ଅଭିଯୋଗ ସାମ୍ନାକୁ ଆସିବା ପରେ ଖାଦ୍ୟ ସୁରକ୍ଷା ବିଭାଗର ଭୂମିକାକୁ ନେଇ ପ୍ରଶ୍ନ ଉଠିଛି। ବଜାରରେ ଖୋଲାଖୋଲି ଭାବେ ଫଳରେ କେମିକାଲ୍ ପ୍ରୟୋଗ ହେଉଥିବା ଅଭିଯୋଗ ଥିବା ସତ୍ତ୍ୱେ ଯାଞ୍ଚ କାହିଁକି ହେଉନାହିଁ? ଏଭଳି ବ୍ୟବସାୟୀଙ୍କ ଉପରେ କେବେ ହେବ କାର୍ଯ୍ୟାନୁଷ୍ଠାନ? ଲାଭଖୋର ମନୋଭାବ ପାଇଁ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟକୁ ବିପଦ ମଧ୍ୟକୁ ଠେଲି ଦିଆଯାଉନାହିଁ ତ? ଏବେ ଏହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ।
Related Topics
Explore more stories