Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

River Water Pollution / ଜହର ପାଲଟୁଛି ନଦୀଜଳ, ଗାଧୋଇଲେ ମାଡ଼ି ବସିବ ମାରାତ୍ମକ ରୋଗ

Santosh Kumar Sahoo
Browse all articles by Santosh Kumar Sahoo
·3 months ago·2 min read
ଜହର ପାଲଟୁଛି ନଦୀଜଳ, ଗାଧୋଇଲେ ମାଡ଼ି ବସିବ ମାରାତ୍ମକ ରୋଗ
Toxic River Water

Key Points

'ନଦୀ' ଏବେ ବିଷ ବଳୟରେ
ଚିନ୍ତା ବଢାଇଲା ଗୁଣାତ୍ମକମାନ ରିପୋର୍ଟ
ରାଜ୍ୟର ୧୯ଟି ସ୍ଥାନରେ ନଦୀଜଳ ପ୍ରଦୂଷିତ
ସଭ୍ୟତାର ଆଧାର `ନଦୀ' ଏବେ ବିଷ ବଳୟରେ । ଯେଉଁ ନଦୀ ଦିନେ ଜୀବନ ବଞ୍ଚାଉଥିଲା ସେ ଏବେ ସାଜିଛି ଜୀବନ ପ୍ରତି ବିପଦ । ଏଥିପାଇଁ ସେ ଦାୟୀ ନୁହଁ ବରଂ ଆମେ ଦାୟୀ । ବିଧାନସଭାରେ ପରିବେଶ ମନ୍ତ୍ରୀଙ୍କ ଉତ୍ତର ନଦୀ ପାଣି ଉପରେ ନିର୍ଭର କରୁଥିବା ଲୋକଙ୍କ ଚିନ୍ତା ବଢାଇଛି ।

ସାବଧାନ.... ଆପଣ ବ୍ୟବହାର କରୁଥିବା ନଦୀର ପାଣି ବିଷମୟ । ନଦୀରେ ଗାଧୋଇଲେ ମାଡ଼ି ବସିବ ମାରାତ୍ମକ ରୋଗ । ଏକଥା ଆମେ କହୁନୁ ବରଂ ବିଧାନସଭାର ରିପୋର୍ଟ କହୁଛି । ବିଧାନସଭାରେ ବିଭାଗୀୟ ମନ୍ତ୍ରୀଙ୍କ ଏ ଉତ୍ତର ଲୋକଙ୍କ ଚିନ୍ତା ବଢାଇଛି । ଜାନୁଆରୀ ୨୦୨୫ରୁ ଡିସେମ୍ବର ୨୦୨୫ ମଧ୍ୟରେ ହୋଇଥିବା ନଦୀ ଜଳ ପରୀକ୍ଷଣ ରିପୋର୍ଟରୁ ଆସିଛି ସାଙ୍ଘାତିକ ତଥ୍ୟ । ରାଜ୍ୟର ୧୯ଟି ସ୍ଥାନରେ ନଦୀ ଜଳ ପ୍ରଦୂଷିତ ହୋଇଛି । ଏହି ସ୍ଥାନ ଗୁଡିକ ହେଉଛି କଟକରେ କାଠଯୋଡ଼ି ନଦୀ, ଭୁବନେଶ୍ବରରେ ଦୟା ନଦୀ, ଭୁବନେଶ୍ବରରେ ଗଙ୍ଗୁଆ ନାଳ, ଭିଙ୍ଗାରପୁରରେ କୁଶଭଦ୍ରା ନଦୀ, ଗୋପରେ ବ୍ରାହ୍ମଣୀ ନଦୀ, ରାଉରକେଲାରେ ଗୁରାଡି ନାଳ ଆଦି । ଏହି ସ୍ଥାନ ଗୁଡିକରେ ପ୍ରାୟତଃ Biochemical Oxygen Demand (BOD) ଏବଂ Total Coliform (TC)ର ମାତ୍ରା ନିର୍ଦ୍ଧାରିତମାନଠାରୁ ଉର୍ଦ୍ଧ୍ୱରେ ରହୁଥ‌ିବାର ପରିଲକ୍ଷିତ ହୋଇଛି । ବିଶେଷଜ୍ଞ କହିବା କଥା ଏହା ଆମ ପାଇଁ ସତର୍କ ଘଣ୍ଟି । ପ୍ରଶାସନକୁ ଏବେଠୁ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ।

ରିପୋର୍ଟରେ ଉଲ୍ଲେଖ ରହିଛି- ସହରାଞ୍ଚଳରୁ ନିର୍ଗତ ବର୍ଜ୍ୟଜଳ ଯୋଗୁଁ ଏପରି ଘଟୁଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ବାରା ନଦୀ ଜଳର ପ୍ରଦୂଷଣ ସମ୍ପର୍କରେ କ୍ରମାଗତ ଭାବେ ସମ୍ପୃକ୍ତ ପୌରାଞ୍ଚଳ ଅଧିକାରୀମାନଙ୍କୁ ଅବଗତ କରାଇ ନଦୀଜଳର ପ୍ରଦୂଷଣ ନିରାକରଣ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି । ଏହା ସହିତ ସମ୍ପୃକ୍ତ ଜିଲ୍ଲା ଅଧିକାରୀ, ଜଙ୍ଗଲ ଓ ପରିବେଶ ବିଭାଗ, ରାଜ୍ୟ ଗୃହ ଓ ଉନ୍ନୟନ ବିଭାଗ, ରାଜ୍ୟ ଜନସ୍ବାସ୍ଥ୍ୟ ବିଭାଗ, ରାଜ୍ୟ ଜଳ ଯୋଗାଣ ଓ ପରିମଳ ପରିଷଦକୁ ମଧ୍ୟ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି । ଏ ରିପୋର୍ଟ ଏବେ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢାଇଛି ।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନଦୀ ଜଳ ପ୍ରଦୂଷଣ ସମ୍ପର୍କରେ ସଂପୃକ୍ତ ପୌରାଞ୍ଚଳ ଅଧିକାରୀଙ୍କୁ ଲଗାତର ଅବଗତ କରାଯିବା ସହ ପ୍ରଦୂଷଣର ନିରାକଣ ପାଇଁ ପଦକ୍ଷପ ଗ୍ରହଣ କରିବା ପାଇଁ ପରାମର୍ଶ ଦିଆଯାଉଛି । ଏହା ସତ୍ତ୍ବେ ନଦୀ ଜଳ ପ୍ରଦୂଷଣ ମାତ୍ରା ହ୍ରାସ ନ ପାଇବା ଉଦବେଗର ବିଷୟ ପାଲଟିଛି । ଏଥିସହ ଏହି ନଦୀ ଉପରେ ନିର୍ଭର କରୁଥିବା ପ୍ରାଣୀଙ୍କ ପାଇଁ ବିପଦ ସାଜିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Toxic River Water Raises Health Alarm, Pollution Levels Cross Safe Limits | Argus News