Videos
|
Odisha

Fire Mishap / ଟୟୋଟା କାର୍ ସର୍ଭିସ୍ ସେଣ୍ଟରରେ ନିଆଁ; ଜଳିଗଲା ୨୫ କାର୍

Sushanta Sahoo
Browse all articles by Sushanta Sahoo
·15 mins ago·2 min read
ଟୟୋଟା କାର୍ ସର୍ଭିସ୍ ସେଣ୍ଟରରେ ନିଆଁ; ଜଳିଗଲା ୨୫ କାର୍
Massive Fire at Toyota Service Center

Key Points

ନିଆଁ ଲାଗି ଜଳିଗଲା ଟୟୋଟା କାର୍ ସର୍ଭିସ୍ ସେଣ୍ଟର
ଗଞ୍ଜାମ ରଙ୍ଗେଈଲୁଣ୍ଡା ବ୍ଲକ ହଳଦୀପଦରରେ ଅଗ୍ନିକାଣ୍ଡ
ପାଖାପାଖି ୨୫ଟି କାର ଜଳି ପୋଡ଼ି ପାଉଁଶ
ଅଗ୍ନିଶମ ବାହିନୀର ୧୫ ଗାଡ଼ି ସହ ନିଆଁ ଲିଭାଉଛି ରୋବୋଟ୍
ବ୍ରହ୍ମପୁର/ଗୋପାଳପୁର: ସକାଳୁ ସକାଳୁ ଭୀଷଣ ଅଗ୍ନିକାଣ୍ଡ । ଜଳିଗଲା କାର୍ ସର୍ଭିସ୍ ସେଣ୍ଟର । ଗଞ୍ଜାମ ଜିଲ୍ଲା ରଙ୍ଗେଈଲୁଣ୍ଡା ବ୍ଲକ ହଳଦୀପଦର ଅଟୋ ନଗରରେ ଥିବା ଲଷ୍ମୀ ଟୟୋଟା ସର୍ଭିସ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି ।

ଟୟୋଟା ସର୍ଭିସ୍ ସେଣ୍ଟରରେ ନିଆଁ ଲାଗିବା ଯୋଗୁଁ ସାରା ଅଞ୍ଚଳ ଧୂଆଁମୟ ହୋଇ ପଡ଼ିଛି । ବ୍ରହ୍ମପୁର ଅଗ୍ନିଶମ ବାହିନୀର ୧୫ ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ରୋବୋଟ ମଧ୍ୟ ନିଆଁ ଲିଭାଇବା କାର୍ଯ୍ୟରେ ସାମିଲ୍ ହୋଇଛି ।

ଏଥିସହ ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ; ଆଣିବ ବଡ଼ ବର୍ଷା, ଉତ୍ତର ଓଡ଼ିଶାରେ ଛେଚିବ 

ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ, ନିଆଁ ଲାଗି ପାଖାପାଖି ୨୫ଟି କାର୍ ଜଳି ପୋଡ଼ି ପାଉଁଶ ହୋଇ ଯାଇଛି । କ୍ରେନ୍ ଦ୍ୱାରା ଅଗ୍ନିଶମ ବାହିନୀ କୋଠାର ଗ୍ଲାସ୍ ଭାଙ୍ଗି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛନ୍ତି । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇ ନାହିଁ । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଗ୍ନିଶମ ବାହିନୀର କର୍ମଚାରୀ କହିଛନ୍ତି, "ପ୍ରଥମେ ନିଆଁର ଉତ୍ତାପ ଅଧିକ ରହିଥିଲା । ତେଣୁ ପ୍ରଥମେ ରୋବୋଟ୍‌କୁ ପଠା ଯାଇଥିଲା । ରୋବୋଟ୍ ସ୍ଥିତି ନିୟନ୍ତ୍ରଣ କରିବା ପରେ ଫାୟାର୍ ଫାଇଟର୍ ଭିତରକୁ ଯାଇ ନିଆଁ ଲିଭାଇଥିଲେ । ବଡ଼ ନିଆଁକୁ ନିୟନ୍ତ୍ରଣରେ ରୋବୋଟ୍‌ର ବଡ଼ ଭୂମିକା ରହିଛି ।"

ଏଥିସହ ପଢ଼ନ୍ତୁ: ପୂର୍ବତନ ବିଜେଡି ମନ୍ତ୍ରୀଙ୍କ ପୁଅ ଗିରଫ, ଠକେଇ ଅଭିଯୋଗରେ ନୟାପଲ୍ଲୀ ଘରୁ ବାନ୍ଧିଲା ପୋଲିସ 

ଅନ୍ୟ ଜଣେ ଅଗ୍ନିଶମ କର୍ମଚାରୀ କହିଛନ୍ତି, "ନିଆଁ ଆୟତ୍ତ ବହୁତ ଆହ୍ଵାନପୂର୍ଣ୍ଣ ଥିଲା । କୋଠାଟି ସେନସର୍ ଦ୍ଵାରା ନିୟନ୍ତ୍ରଣ ହେଉଥିଲା । ସର୍ଟର ନ ଖୋଲିବାରୁ କାଚ ଭାଙ୍ଗି ଭିତରକୁ ଯିବାକୁ ପଡ଼ିଥିଲା । ଏବେ ନିଆଁ ଟିକେ ନିୟନ୍ତ୍ରଣକୁ ଆସିଛି ।"

ଅଗ୍ନିଶମ ବାହିନୀର ବରିଷ୍ଠ ଅଧିକାରୀ ବି.କେ ପଣ୍ଡା କହିଛନ୍ତି, "ନିଆଁ ସମ୍ପୂର୍ଣ୍ଣ ଆୟତ୍ତକୁ ଆସିବା ଲାଗି ସମୟ ଲାଗିବ । ନିଆଁ ଲିଭାଇବା ପାଇଁ କୋଠା ଭିତରକୁ ପଶିବା କଷ୍ଟସାଧ୍ୟ ଥିଲା । ରୋବୋଟ୍ ମାଧ୍ୟମରେ ଭିତରେ ଫୋମ୍ ପକାଇ ପ୍ରଥମ ନିଆଁକୁ କିଛି ମାତ୍ରାରେ ନିୟନ୍ତ୍ରଣ କରିବା ପରେ ଫାୟାର୍ ଫାଇଟର୍ ଭିତକୁ ଯାଇଥିଲେ ।"
Toyota Service Center Fire: 25 Cars Burnt in Massive Blaze in Brahmapur | Argus News | Argus News