Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାତ୍ୟା ପାଇଁ ଟିପିସିଓଡିଏଲ୍‌ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଯୋଜନା ଜାରି

Swayangprajna Mishra
Browse all articles by Swayangprajna Mishra
·1 year ago·3 min read
ବାତ୍ୟା ପାଇଁ ଟିପିସିଓଡିଏଲ୍‌ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଯୋଜନା ଜାରି

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ବିଦ୍ୟୁତ୍ ଯୋଗାଣ ଉପରେ ବାତ୍ୟା ‘ଦାନା'ର ସମ୍ଭାବ୍ୟ ପ୍ରଭାବକୁ ହ୍ରାସ କରିବା ଏବଂ ଗ୍ରାହକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏକ ବ୍ୟାପକ ପ୍ରସ୍ତୁତି ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏହି ଆହ୍ୱାନପୂର୍ଣ୍ଣ ସମୟରେ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ନିରବଚ୍ଛିନ୍ନ ବିଜୁଳି ଯୋଗାଇଦେବାକୁ କମ୍ପାନି ପ୍ରତିଶ୍ରୁତିବଦ୍ଧ ରହିଛି।
ଟିପିସିଓଡିଏଲ୍ ଏହାର ବ୍ୟବସାୟ ନିରନ୍ତରତା ଏବଂ ବିପର୍ଯ୍ୟୟ ପରିଚାଳନା ଯୋଜନା (ବିସିଡିଏମପି)କୁ କାର୍ଯ୍ୟକାରୀ କରିଛି। ସେଥିରେ ବିଭିନ୍ନ ସ୍ତରର ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଏକ ସଂଗଠିତ ବିପର୍ଯ୍ୟୟ ପ୍ରତିକ୍ରିୟା ଢ଼ାଂଚା ରହିଛି। ବାସ୍ତବ ସମୟ ପାଣିପାଗ ଆକଳନ ଓ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ, ବିପର୍ଯ୍ୟୟ ପୂର୍ବରୁ ସତର୍କ ସୂଚନା ଜାରି କରିବା ତଥା ତ୍ୱରିତ ପୁନରୁଦ୍ଧାର ପ୍ରକ୍ରିୟା କାର୍ଯ୍ୟକାରୀ କରିବା ପାଇଁ ଏହି ଯୋଜନାରେ ସ୍ପଷ୍ଟ ପରିଚାଳନା ବ୍ୟବସ୍ଥା ଉଲ୍ଳେଖ କରାଯାଇଛି।
୨୪ ଘଣ୍ଟିଆ ଜରୁରୀକାଳୀନ ସହାୟତା
-ଗ୍ରାହକମାନଙ୍କୁ ଟିପିସିଓଡିଏଲର ୨୪ ଘଣ୍ଟିଆ ଦେୟମୁକ୍ତ ହେଲପଲାଇନ: ୧୯୧୨/ ୧୮୦୦୩୪୫୭୧୨୨ମାଧ୍ୟମରେ ବିଜୁଳି ସମ୍ବନ୍ଧୀୟ କୌଣସି ଜରୁରୀକାଳୀନ ପରିସ୍ଥିତି ବିଷୟରେ ଜଣାଇବାକୁ ଅନୁରୋଧ କରାଯାଇଛି। ସମ୍ଭାବ୍ୟ ସମସ୍ୟାକୁ ଶୀଘ୍ର ଏବଂ ଦକ୍ଷତାର ସହ ସମାଧାନ କରିବା ପାଇଁ କମ୍ପାନି ଏହାର ଲାଇସେନ୍ସପ୍ରାପ୍ତ ଅଂଚଳର ଏକାଧିକ ସ୍ଥାନରେ କ୍ୱିକ୍‌-ରେସପନ୍ସ ଟିମ୍ ମୂତୟନ କରିଛି।
ନିରାପତ୍ତା ପ୍ରଥମ: ଗ୍ରାହକଙ୍କ ପାଇଁ ପରାମର୍ଶ
ବାତ୍ୟା ପାଖେଇ ଆସୁଥିବା ବେଳେ ଦୁର୍ଘଟଣା ରୋକିବା ଏବଂ ସୁରକ୍ଷିତ ରହିବା ପାଇଁ ଜନସାଧାରଣଙ୍କୁ ଏହି ସୁରକ୍ଷା ବ୍ୟବସ୍ଥା ପାଳନ କରିବାକୁ ଟିପିସିଓଡିଏଲ୍ ପରାମର୍ଶ ଦିଆଯାଇଛି:
- ବଜ୍ରପାତ ସମୟରେ ବିଦ୍ୟୁତ ବ୍ୟବସ୍ଥା, ତାର କିମ୍ବା ପାଇପ ଆଦିକୁ ସ୍ପର୍ଶ କରିବାରୁ ଦୂରେଇ ରୁହନ୍ତୁ, କାରଣ ସେଗୁଡ଼ିକ ବିଦ୍ୟୁତ ସୁପାରିବାହୀ ହୋଇଥାଏ।
- ସୁରକ୍ଷିତ ସ୍ଥାନରେ ଆଶ୍ରୟ ନିଅନ୍ତୁ, ପ୍ରବଳ ପବନ ଓ ପ୍ରବଳ ବର୍ଷା ସମୟରେ ଗଛ କିମ୍ବା ଅସ୍ଥାୟୀ ଢାଂଚା ତଳେ ଆଶ୍ରୟ ନିଅନ୍ତୁ ନାହିଁ।
- ଉପଯୁକ୍ତ ପ୍ରତିକାର ବିନା ଓଦା ହାତରେ କିମ୍ବା ପାଣିରେ ଠିଆ ହୋଇ କୌଣସି ବୈଦ୍ୟୁତିକ ଉପକରଣ ପରିଚାଳନା କରିବାକୁ ଚେଷ୍ଟା କରନ୍ତୁ ନାହିଁ।
- ପ୍ରବଳ ବର୍ଷା ସମୟରେ ଏବଂ ପରେ ପିଲାମାନଙ୍କୁ ଖୋଲା ଡ୍ରେନ୍ ଏବଂ ଅନ୍ୟାନ୍ୟ ଜଳାଶୟଠାରୁ ଦୂରେଇ ରଖନ୍ତୁ।
- ପ୍ରବଳ ବର୍ଷା ସମୟରେ ଏବଂ ପରେ ପିଲାମାନଙ୍କୁ ଖୋଲା ଡ୍ରେନ୍ ଏବଂ ଅନ୍ୟାନ୍ୟ ଜଳାଶୟଠାରୁ ଦୂରେଇ ରଖନ୍ତୁ।
“ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଖେଇ ଆସୁଥିବା ବେଳେ ବିଦ୍ୟୁତ ଯୋଗାଣରେ ସୃଷ୍ଟ ବାଧ।।କୁ ସର୍ବନିମ୍ନ କରିବାକୁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ। ନେଟୱାର୍କ ନିରୀକ୍ଷଣ ପାଇଁ ଆମେ ବିକେନ୍ଦ୍ରୀକୃତ ସେଂଟ୍ରାଲ୍‌ ରୁମକୁ କାର୍ଯ୍ୟକାରୀ କରିଛୁ। ଆବଶ୍ୟକୀୟ କର୍ମଚାରୀ ନିଯୁକ୍ତି ଏବଂ ପର୍ଯ୍ୟପ୍ତ ପରିମାଣର ବିଦ୍ୟୁତ ଓ ମରାମତି ଉପକରଣ ସୁନିଶ୍ଚିତ କରିବା ପାଇଁ ସକ୍ରିୟ ପଦକ୍ଷେପ ଗ୍ରହଣ କରିଛୁ । ଉଭୟ ଭିତିଭୂମି ଏବଂ ଜନସାଧାରଣଙ୍କ ସୁରକ୍ଷା ପାଇଁ ଆମେ ସରକାରୀ ଏଜେନ୍ସିମାନଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛୁ । ଆମେ ସମସ୍ତଙ୍କୁ ନିରାପତା ମାର୍ଗଦର୍ଶିକା ପାଳନ କରିବାକୁ ଅନୁରୋଧ କରୁଛୁ ଏବଂ ଯେକୌଣସି ଜରୁରୀକାଳୀନ ପରିସ୍ଥିତି ବିଷୟରେ ତୁରନ୍ତ ଅବଗତ କରିବାକୁ ଅନୁରୋଧ କରୁଛୁ ବୋଲି ଟିପିସିଓଡିଏଲର ସିଇଓ ଶ୍ରୀ ଅରଭିନ୍ଦ୍ ସିଂହ କହିଛନ୍ତି।”
ଯେକୌଣସି ଆବଶ୍ୟକ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କମ୍ପାନି ଟ୍ରାନ୍ସଫର୍ମର, କଣ୍ଡକ୍ଟର ଏବଂ ବିଦ୍ୟୁତ ଖୁଂଟ ସମେତ ଅତ୍ୟାବଶ୍ୟକ ଉପକରଣ ମହଜୁଦ ରଖିଛି। ଡାକ୍ତରଖାନା ଓ ବିପର୍ଯ୍ୟୟ ମୁକାବିଲା କେନ୍ଦ୍ର ଭଳି ଜରୁରୀକାଳୀନ ସେବାକୁ ନିରନ୍ତର ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ ରହିଛନ୍ତି।
ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଟିପିସିଓଡିଏଲ୍ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ କର୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରୁଛି। ଏହାର ଦୃଢ଼ ପରିଚାଳନା ଢାଂଚା ଏବଂ ପ୍ରସ୍ତୁତିର ଉପଯୋଗ କରି କମ୍ପାନି ଉଭୟ ଗ୍ରାହକ ଏବଂ କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହିତ ଜରୁରୀକାଳୀନ ପରିସ୍ଥିତି ଏଡ଼ାଇବାକୁ ଲକ୍ଷ୍ୟ ରଖିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
TPCODL's extensive preparation plan for the storm | Argus News