Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାଇକ ଉପରେ ଚଢିଗଲା ଟ୍ରାକ୍ଟର, ୨ ମୃତ

Ritu Das
Browse all articles by Ritu Das
·1 year ago·1 min read
ବାଇକ ଉପରେ ଚଢିଗଲା ଟ୍ରାକ୍ଟର, ୨ ମୃତ

ଅର୍ଗସ ବ୍ୟୁରୋ: ବାଇକ ମୁହାଁମୁହିଁ ଧକ୍କା। ଶେଷରେ ବାଇକ ଉପରେ ଚଢିଗଲା ଟ୍ରାକ୍ଟର। ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ। ଏଭଳି ଘଟଣା ଘଟିଛି ଉଦଳା ଥାନା କୁଟଲିଂ ରାଇସ ମିଲ ଛକରେ। କୁଟଲିଂ ଗ୍ରାମ ଭିତରୁ ଏକ ଟ୍ରାକ୍ଟର ଇଟା ବୋଝେଇ କରି ବହୁବନ୍ଧ ଗ୍ରାମ ଅଭିମୁଖେ ଯାଉଥିଲା। ବିପରୀତ ଦିଗରୁ ବାଇକରେ ଦୁଇ ଜଣ ଯୁବକ ନିଜ ଗ୍ରାମ କୁଟଲିଂକୁ ଫେରୁଥିଲେ। ହେଲେ ରାଇସ ମିଲ ଛକ ନିକଟରେ ବାଇକକୁ ଅତି ବେପରୁଆ ଭାବେ ଦ୍ରୂତଗତିରେ ଯାଇ ମୁହାଁମୁହିଁ ଧକ୍କା ଦେଇଥିଲା ଟ୍ରାକ୍ଟର। 

ଧକ୍କା ଦେବା ପରେ ଉକ୍ତ ବାଇକ ଉପରେ ଚଢି ଯାଇଥିଲା ଟ୍ରାକ୍ଟର। ଯାହା ଫଳରେ ଘଟଣାସ୍ଥଳରେ ବାଇକରେ ଥିବା ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ଟ୍ରାକ୍ଟର ଟି ରାସ୍ତା ପାର୍ଶ୍ଵ କୁ ଓଲଟି ପଡିଥିଲା। ମୃତକ ଦୁଇ ଜଣ ହେଲେ କୁଟଲିଂ ଗ୍ରାମର ଭାଦ ହେମ୍ବ୍ରମ ଓ ରାମେଶ୍ୱର ହେମ୍ବ୍ରମ। ଦୁର୍ଘଟଣା ଘଟାଇବା ପରେ ଟ୍ରାକ୍ଟର ଡ୍ରାଇଭର ସମେତ ଟ୍ରାକ୍ଟରରେ ଥିବା ଅନ୍ୟ ଦୁଇ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ହେଲେ ଟ୍ରାକ୍ଟର ହେଲ୍ପରକୁ ଗ୍ରାମବାସୀ ଅଟକ ରଖିଛନ୍ତି। ଖବର ପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଦୁଇ ମୃତଦେହ ଜବତ କରିଛି। ଏହି ଘଟଣାକୁ ନେଇ କିଛି ସମୟ ପାଇଁ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tractor | Argus News