Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚାଷ କରି ଫେରୁଥିବାବେଳେ ଓଲଟି ପଡିଲା ଟ୍ରାକ୍ଟର, ଜଣେ ମୃତ

Smruti Parija
Browse all articles by Smruti Parija
·1 year ago
ଚାଷ କରି ଫେରୁଥିବାବେଳେ ଓଲଟି ପଡିଲା ଟ୍ରାକ୍ଟର, ଜଣେ ମୃତ

କେନ୍ଦୁଝର: ଟ୍ରାକ୍ଟର ଓଲଟି ବଡବାପା ମୃତ ଏବଂ ପୁତୁରା ଗୁରୁତର । ଏଭଳି ଘଟଣା ଘଟିଛି ସୋସୋ ଥାନା ଢେଙ୍କା ପଞ୍ଚାୟତ ମୋଟର ଗାଡିଆ ଗ୍ରାମରେ । ଗତକାଲି ବିଳମ୍ବିତ ରାତିରେ ମୋଟରଗାଡିଆର ବିଜୟ କୁମାର ନାଏକ ନିଜ ପୁତୁରା କ୍ଷୀରୋଦ କୁମାର ନାଏକ ସହ ଜମିରୁ ଚାଷ କରି ଫେରୁଥିବା ବେଳେ ଟ୍ରାକ୍ଟରଟି ଓଲଟି ପଡିଥିଲା । 

ଫଳରେ ବିଜୟ ଏବଂ କ୍ଷୀରୋଦ ଟ୍ରାକ୍ଟର ତଳେ ଚାପି ହୋଇ ରହିଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କରି ଉଭୟଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ବିଜୟଙ୍କୁ ମୃତ ଘୋଷଣା କରିଥିଲେ । ପୁତୁରା କ୍ଷୀରୋଦକୁ  ଗୁରୁତର କଟକ ସ୍ଥାନାନ୍ତର କରାଯାଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
tractor-overturned-one-dead | Argus News