|
logo
Live

Argus News - ଟ୍ରାଫିକ ପୋଲିସଙ୍କୁ ପିଟି ଦେଇ ପଳେଇଲା...

Odisha

ଟ୍ରାଫିକ ପୋଲିସଙ୍କୁ ପିଟି ଦେଇ ପଳେଇଲା...

Smruti Parija
Browse all articles by Smruti Parija
·1 year ago·1 min read
ଟ୍ରାଫିକ ପୋଲିସଙ୍କୁ ପିଟି ଦେଇ ପଳେଇଲା...

ଭୁବନେଶ୍ୱର: ନୟାପଲ୍ଲୀ ଥାନା କଳିଙ୍ଗ ଷ୍ଟାଡିୟମ ସମ୍ମୁଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁର୍ଘଟଣାରେ ମୃତ୍ୟୁ ବରଣ କଲେ ଟ୍ରାଫିକ କର୍ମଚାରୀ । ଡ୍ୟୁଟି ସାରି ଫେରୁଥିବା ବେଳେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦ୍ରୁତ ଗତିରେ ଧକ୍କା ଦେଇ ଫେରାର ହୋଇଯାଇଛି ଦୁର୍ଘଟଣା ଘଟାଇଥିବା ଗାଡି । ଟ୍ରାଫିକ ପୋଲିସ ଜଣଙ୍କ ୟୁନିଫର୍ମ ରେ ଥିବା ବେଳେ ସେ ଚଲାଉଥିବା ପଲସର ଗାଡି ମଧ୍ୟ ଘଟଣାସ୍ଥଳରେ ପଡିଛି । 

ରାତି ପ୍ରାୟ ୧୦ ଟା ୩୦ ବେଳେ ଘଟିଛି ଏହି ଦୁର୍ଘଟଣା। ଖବର ପାଇ ପିସିଆର ଘଟଣାସ୍ଥଳରେ ପହଁଚି ଛାନଭିନ ଆରମ୍ଭ କରିଛି । ସିସିଟିଭି ଆଧାର ରେ ଦୁର୍ଘଟଣା ଘଟାଇଥିବା ଗାଡିକୁ ଖୋଜୁଛି ପୋଲିସ।

ଟ୍ରାଫିକ ସମସ୍ୟା ଓ ଦୁର୍ଘଟଣା ଯେମିତି ପ୍ରତିଦିନ ରାଜଧାନୀରେ ବଢି ବଢି ଚାଲିଛି ।  ସେପଟେ ରାଜଧାନୀରେ ଦିନକୁ ଦିନ ବଢୁଛି ଟ୍ରାଫିକ ସମସ୍ୟା । ଗତକାଲି ମାତ୍ର ବର୍ଷାରେ ପୁରା ଭୁବନେଶ୍ୱର ଟ୍ରାଫିକ୍ ଜାମ୍ ସମସ୍ୟା ଦେଖିବାକୁ ମିଳିଥିଲା । ପରିସ୍ଥିତି ସୁଧୁରିବା ବଦଳରେ ସମସ୍ୟା ବଢି ବଢି ଯାଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
ଟ୍ରାଫିକ ପୋଲିସଙ୍କୁ ପିଟି ଦେଇ ପଳେଇଲା... | Argus News