|
logo
Live

Argus News - ସରକାରୀ ଜମି ହଡ଼ପ ମାମଲାରେ ସାଙ୍ଘାତିକ ଖୁଲାସା

Odisha

ସରକାରୀ ଜମି ହଡ଼ପ ମାମଲାରେ ସାଙ୍ଘାତିକ ଖୁଲାସା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ସରକାରୀ ଜମି ହଡ଼ପ ମାମଲାରେ ସାଙ୍ଘାତିକ ଖୁଲାସା

ଅର୍ଗସ ବ୍ୟୁରୋ:  ରାଜଧାନୀ ଉପକଣ୍ଠ ପାତ୍ରପଡ଼ା ମୌଜାରେ ୨୫୦ କୋଟି ଟଙ୍କାର ସରକାରୀ ଜମି ହଡ଼ପ ମାମଲାରେ ସାଙ୍ଘାତିକ ଖୁଲାସା । ବିଶେଷ କରି ଜମି କିଣି ହଇରାଣ ହରକତ ହୋଇଥିବା ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଏମ. ନାଗେଶ୍ୱର ରାଓ ଏହି ମାମଲାରେ ମୁହଁ ଖୋଲିବା ପରେ ଏହା ପଛରେ କିଏ ବଡ଼ମୁଣ୍ଡ ଥିଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଇପିଏସ ରାଓ ଠକାମିର ଶିକାର ହୋଇ ଇଓଡବ୍ଲ୍ୟୁର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ତାଙ୍କ ଅଭିଯୋଗକୁ ଗୁରୁତ୍ବ ଦିଆଯାଇ ନ ଥିଲା। ତେବେ କଣ ଏହା ପଛରେ ଥିବା ର୍ୟାକେଟରେ ସମ୍ପୃକ୍ତ ଥିଲେ ପୂର୍ବ ସରକାରର ଅଣଓଡ଼ିଆ ଅଫିସର କୋଟେରୀ । ତାମିଲ ବାବୁଙ୍କ ଛତ୍ରଛାୟାରେ ଏଭଳି ଘଟଣା ଘଟି ନ ଥିଲା ତ ? ଏହାକୁ ନେଇ ଏବେ ରାଜ୍ୟ ସାରା ହଇଚଇ ।

୨୦୧୧ ମସିହାରେ ସେଠାରେ ଗୋଟିଏ ପ୍ଲଟ୍‌ କିଣିଥିଲେ ନାଗେଶ୍ବର । ୪ ବର୍ଷ ପରେ ସେ ଜାଲିଆତି ହୋଇଥିବା ଜାଣିବାକୁ ପାଇଥିଲେ। ତେଣୁ ସେ ୨୦୧୫ ମସିହାରେ ଅର୍ଥନୈତିକ ଅପରାଧ ଶାଖାରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ତତ୍କାଳୀନ ଡିଜିପି ସଞ୍ଜୀବ ମାରିକ୍‌ଙ୍କ ଚାପରେ ଇଓଡବ୍ଲ୍ୟୁ ମାମଲା ରୁଜୁ କରି ନ ଥିଲା। କିନ୍ତୁ ୨୦୧୭ ମସିହାରେ ଜମି ହଡ଼ପର ମାଷ୍ଟରମାଇଣ୍ଡ ନରସିଂହ ସୁନ୍ଦରରାୟ ଓରଫ୍ ବବିନ ତାଙ୍କୁ ୯ ଲକ୍ଷ ୫୦ ହଜାର ଟଙ୍କା ଫେରାଇ ଦେଇଥିଲା। ତେଣୁ ସେ ଜଣେ ଆଇପିଏସ୍‌ ହୋଇ ମଧ୍ୟ ଠକାମିର ଶିକାର ହେଲେ ଏବଂ ବଡ଼ କଷ୍ଟରେ ମୂଳଧନ ଫେରିପାଇଲେ। ସାଧାରଣ ଲୋକଟିଏ ହୋଇଥିଲେ, ତା’ ଅବସ୍ଥା କ’ଣ ହୋଇଥାଆନ୍ତା, ସହଜରେ ଅନୁମେୟ ବୋଲି ମଧ୍ୟ ଟ୍ବିଟ୍ କରିଛନ୍ତି ନାଗେଶ୍ବର । ସେହିପରି  ବବିନ ଠାରୁ ୧୦ରୁ ଅଧିକ ଆଇଏଏସ୍‌ ଓ ଆଇପିଏସ୍‌ ଜମି କିଣିଛନ୍ତି। ସେମାନେ ପ୍ରକୃତରେ କିଣିଛନ୍ତି କି କିଛି ଗିଫ୍‌ଟ ଆକାରରେ ପାଇଛନ୍ତି, ତାହା ତଦନ୍ତ ସାପେକ୍ଷ। ପ୍ରକୃତ ତଦନ୍ତ ହେଲେ ହଡ଼ପ ହୋଇଥିବା ୭.୫ ଏକର ସରକାରୀ ଜମି ମହାଦୁର୍ନୀତି ପଛରେ ଥିବା ବହୁ ବଡ଼ବଡ଼ିଆଙ୍କ ମୁଖା ଖୋଲିବ। ବିଶେଷ କରି ଯେଉଁ ଅଣଓଡ଼ିଆ ଅଫିସରମାନେ ବବିନଙ୍କୁ ଘଣ୍ଟ ଘୋଡ଼ାଉଥିଲେ ସେମାନଙ୍କ ମୁଖା ଉଜାଗର ହେବ । ବବିନଙ୍କ ଦ୍ବାରା ଅଣଓଡ଼ିଆ ଅଫିସରମାନେ ହିଁ ଶହଶହ କୋଟି ଟଙ୍କାର ଜମିକୁ ଜାଲିଆତି କରିଥିବା ଆଶଙ୍କା କରାଯାଉଛି । ତା ନ ହୋଇଥିଲେ ନାଗେଶ୍ବର ରାଓଙ୍କ ଅଭିଯୋଗ ପରେ ସେତେବେଳେ ଇଓଡବ୍ଲ୍ୟୁ କାହିଁକି ଆକ୍ସନ ନେଇ ନ ଥିଲା ?

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ସରକାରୀ ଜମି ହଡ଼ପ ମାମଲାରେ ସାଙ୍ଘାତିକ ଖୁଲାସା | Argus News