|
logo
Live

Argus News - ପିକନିକ ବସ୍ ସହ ଧକ୍କା ହେଲା ଟ୍ରେଲର-ହାଇୱା: ୩୫ ଆହତ

Odisha

ପିକନିକ ବସ୍ ସହ ଧକ୍କା ହେଲା ଟ୍ରେଲର-ହାଇୱା: ୩୫ ଆହତ

Ritu Das
Browse all articles by Ritu Das
·2 years ago
ପିକନିକ ବସ୍ ସହ ଧକ୍କା ହେଲା ଟ୍ରେଲର-ହାଇୱା: ୩୫ ଆହତ

ଅର୍ଗସ ବ୍ୟୁରୋ: ଆଜି ପୁଣି ଆଉ ଏକ ପିକନିକ ବସ ଦୁର୍ଘଟଣା ଘଟିଛି। ପିକନିକ୍ ବସ୍ ସହ ଧକ୍କା ହେଲା ଟ୍ରେଲର-ହାଇୱା। ଏଥିରେ 5 ଜଣ ଗୁରୁତର ହୋଇଥିବାବେଳେ 35 ଜଣ ଆହତ ହୋଇଛନ୍ତି। ଘନ କୁହୁଡ଼ି ଯୋଗୁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଛି ବୋଲି କୁହାଯାଉଛି। 

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର-ମହାବିରୋଡ଼ ଥାନା ୧୪୯ ନଂ ଏନଏଚ୍ ଭେଜିଆ ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ପିକନିକ୍ ବସ୍ ସହ ଟ୍ରେଲର ଓ ହାଇୱା ଗାଡି ମୁହାଁମୁହିଁ ଧକ୍କା ହୋଇଛି । ଗୁରୁତରମାନଙ୍କୁ ତାଳଚେର ସ୍ଥିତ ମଣ୍ଡାପାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିରୂପମା ନାମକ ପିକନିକ୍ ବସଟି ସମ୍ବଲପୁରରୁ ବଡ଼ଚଣା ଅଞ୍ଚଳକୁ ଯାଉଥିବାବେଳେ ଘଟିଛି ଦୁର୍ଘଟଣା । ମହାବିରୋଡ଼ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ପିକନିକ ବସ୍ ସହ ଧକ୍କା ହେଲା ଟ୍ରେଲର-ହାଇୱା: ୩୫ ଆହତ | Argus News