Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମାଳବାହି ଟ୍ରେନ ଲାଇନଚ୍ୟୁତ, ଟ୍ରେନ ଚଳାଚଳ ସ୍ୱାଭାବିକ

Banajyotshna Ray
Browse all articles by Banajyotshna Ray
·2 years ago
ମାଳବାହି ଟ୍ରେନ ଲାଇନଚ୍ୟୁତ, ଟ୍ରେନ ଚଳାଚଳ ସ୍ୱାଭାବିକ

ଅର୍ଗସ ବ୍ୟୁରୋ:  ବେଦାନ୍ତରୁ ଆସୁଥିବା ମାଳବାହି ଟ୍ରେନ ଆମ୍ବାଦଳା ଷ୍ଟେସନ ନିକଟରେ ଲାଇନ ଚ୍ୟୁତ। ୬ ବଗି ଲାଇନ ଚ୍ୟୁତ ହୋଇଛି। ତେବେ ଏହା ବେଦାନ୍ତ ଓ ଅମ୍ବାଦଳା ଲାଇନରେ ଘଟିଥିବାରୁ ଟ୍ରେନ ଚଳାଚଳ ସ୍ୱାଭାବିକ ରହିଛି। ଗତକାଲି ରାତିରେ ଏହି ମାଳବାହୀ ଟ୍ରେନଟି ଅମ୍ବାଦଳା ଷ୍ଟେସନ ଭିତରକୁ ପ୍ରବେଶ କରୁଥିବା ବେଳେ ଏହି ଘଟଣା ଘଟିଛି।ବର୍ତ୍ତମାନ ବିଭାଗୀୟ କର୍ମଚାରୀ ଓ କ୍ରେନ୍ ଗୁଡ଼ିକ ପହଞ୍ଚି ସାରିଲେଣି ବଗୀ ଗୁଡ଼ିକ ଉଠାଇବା କାମ ଆରମ୍ଭ ହୋଇଛି।

ଲେବଲ କ୍ରସିଂ ନିକଟରେ ଏହା ଘଟିଥିବା ବେଳେ ଟ୍ରାକ ସହିତ ସଂଯୋଗ ଥିବା ଫିସ୍ ପ୍ଲେଟ ଭାଙ୍ଗି ଯିବାରୁ ଏହା ଘଟିଥିବା ଜଣାପଡ଼ିଛି। ଏବେ ରାୟଗଡା ଟିଟିଲାଗଡ଼ ରୁଟରେ ଟ୍ରେନ ଚଳାଚଳ ସ୍ୱାଭାବିକ ରହିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
train line exit | Argus News