|
logo
Live

Argus News - ବାଇକ୍‌କୁ ଧକ୍କା ଦେଲା ଟ୍ରଲର, ୩ ମୃତ

Odisha

ବାଇକ୍‌କୁ ଧକ୍କା ଦେଲା ଟ୍ରଲର, ୩ ମୃତ

Ritu Das
Browse all articles by Ritu Das
·1 year ago
ବାଇକ୍‌କୁ ଧକ୍କା ଦେଲା ଟ୍ରଲର, ୩ ମୃତ

ଅର୍ଗସ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥର ଢେଙ୍କିକୋଟ ଗୋଦାବରୀ ଢାବା ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଟ୍ରଲର ଏକ ବାଇକକୁ ଧକ୍କା ଦେଇଛି । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ମସିଣାବିଲା ଗ୍ରାମର କାହ୍ନୁ ମୁଣ୍ଡା, ଭଦ୍ର ଖାଟୁଆ ଓ ସାନବରବେଡା ଗ୍ରାମର ମହେଶ୍ୱର ନାଏକ ବୋଲି ଜଣାପଡିଛି। 

ସମସ୍ତ ଏକ ବାଇକ ଯୋଗେ ଢେଙ୍କିକୋଟ ବଜାରରୁ ନିଜ ଗାଁକୁ ଫେରୁଥିବା ସମୟରେ ଭାରତ ପେଟ୍ରୋଲ ପମ୍ପ ଓ ଗୋଦାବରୀ ଢାବା ମଧ୍ୟରେ ଟ୍ରଲର ସହ ବାଇକର ଧକ୍କା ହୋଇଥିଲା । ସମସ୍ତଙ୍କୁ ଉଦ୍ଧାର କରି ଘଟଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ଦୁର୍ଘଟଣା ଘଟାଇ ଟ୍ରଲରଟି ଫେରାର ହୋଇ ଯାଇଥିବା ବେଳେ ଢେଙ୍କିକୋଟ ଟୋଲ୍ ଗେଟ୍ ନିକଟରେ ଗାଡ଼ିକୁ ଅଟକ ରଖିଛି ପୋଲିସ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବାଇକ୍‌କୁ ଧକ୍କା ଦେଲା ଟ୍ରଲର, ୩ ମୃତ | Argus News