Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରୂପାନ୍ତରିତ ବିଦ୍ୟାଳୟର ବିକଳ ଚିତ୍ର: ଅନ୍ଧାରରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

Ritu Das
Browse all articles by Ritu Das
·2 years ago·2 min read
ରୂପାନ୍ତରିତ ବିଦ୍ୟାଳୟର ବିକଳ ଚିତ୍ର: ଅନ୍ଧାରରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ


ଅର୍ଗସ ବ୍ୟୁରୋ: ଚାନ୍ଦବାଲି ବ୍ଲକରେ ଗଛମୂଳେ ପାଠ ପଢ଼ିବା ଦୃଶ୍ୟ କିଛିଦିନ ପୂର୍ବରୁ ଦେଖିବାକୁ ମିଳିଥିବା ବେଳେ ପୁଣି ଏକ ବିଦ୍ୟାଳୟରେ ଧାନ ଗୋଦାମରେ ପାଠ ପଢା ଦୃଶ୍ୟ ଏବେ ଚର୍ଚ୍ଚା ଜୋର ଧରିଛି। ଶିକ୍ଷାର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ବିଦ୍ୟାଳୟ ଗୁଡ଼ିକୁ ୫-ଟି ରେ ସାମିଲ କରି  ରୂପାନ୍ତରିତ କରାଯାଉଛି। ଛାତ୍ରଛାତ୍ରୀ ମାନଙ୍କ ପାଇଁ ସୁନ୍ଦର ପରିବେଶ ସାଙ୍ଗକୁ ଉନ୍ନତ ପ୍ରଣାଳୀର ଶ୍ରେଣୀ ଗୃହ ଯୋଗାଇ ଦିଆଯାଉଛି। ହେଲେ ଚାନ୍ଦବାଲି ବ୍ଲକ ନାଲଗୁଣ୍ଡା ପଞ୍ଚାୟତ ମହାମୁନି ଦୟାନିଧି ପରମହଂସ ବାଳିକା ଉଚ୍ଚ ବିଦ୍ୟାଳୟର ଦୟନୀୟ ସ୍ଥିତି ଆପଣଙ୍କୁ ବ୍ୟଥିତ କରିବ। ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବରୁ ନିକଟସ୍ଥ ଏକ ଧାନ ଗୋଦାମ ଘରେ ତଳେ ବସି ତିନୋଟି ଶ୍ରେଣୀର ବାଳିକା ମାନେ ପାଠ ପଢୁଥିବା ଦୃଶ୍ୟ ଶିକ୍ଷା ବିଭାଗର କରୁଣ ଚିତ୍ର ପଦାରେ ପକାଇଛି।

୧୯୯୫ ମସିହାରୁ ସ୍ଥାପିତ ଉକ୍ତ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ୨୫ ଜଣ, ନବମ ଶ୍ରେଣୀରେ ୪୦ ଜଣ ଓ ଦଶମ ଶ୍ରେଣୀରେ ୩୬ ଜଣ ବାଳିକା ପାଠ ପଢ଼ୁଛନ୍ତି। ବିଦ୍ୟାଳୟରେ ତିନି ଜଣ ଶିକ୍ଷକ ଓ ପାଞ୍ଚ ଜଣ ଶିକ୍ଷୟତ୍ରୀ ସମେତ କର୍ମଚାରୀ ଚାରି ଜଣ ରହିଛନ୍ତି।

ବିଦ୍ୟାଳୟ ରୂପାନ୍ତରିତ ପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ 'ମୋ ସ୍କୁଲ୍' ଯୋଜନାରେ ୪୦ ଲକ୍ଷ ଟଙ୍କା ଅନୁଦାନ ମିଳିଥିବା ବେଳେ ଏବେ 'ଆମ ଓଡ଼ିଶା - ନବୀନ ଓଡ଼ିଶା ' ଯୋଜନାରେ ୨.୫ ଲକ୍ଷ ଟଙ୍କା ଅନୁଦାନ ମିଳିଛି। ପୂର୍ବରୁ ବିଦ୍ୟାଳୟରେ ମାତ୍ର ଦୁଇ ଗୋଟି ଶ୍ରେଣୀ ଗୃହ ରହିଥିବା ବେଳେ ନୂତନ ଭାବେ ଅତିରିକ୍ତ ଗୋଟିଏ ଶ୍ରେଣୀ ଗୃହ ନିର୍ମାଣ ଆରମ୍ଭ ହୋଇଛି। ତୃତୀୟ ପର୍ଯ୍ୟାୟରେ ଉକ୍ତ ବିଦ୍ୟାଳୟ ୫-ଟି ରେ ସାମିଲ ହେବା ପରେ ଏବେ ଦୁଇ ଶ୍ରେଣୀ ଗୃହ ରୂପାନ୍ତରିତ ଚାଲୁରହିଛି। ଫଳରେ ବିଦ୍ୟାଳୟରେ ଶ୍ରେଣୀ ଗୃହ ଆଦୌ ନାହିଁ। ଫଳରେ ପାଞ୍ଚ ମାସ ହେବ ପାଠ ପଢା ଏଣେତେଣେ ବେସରକାରୀ ଘରେ ଚାଲୁରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନିକଟସ୍ଥ ଏକ ଅର୍ଦ୍ଧନିର୍ମିତ ବେସରକାରୀ ଘରେ ପାଠପଢା ଚାଲୁ ରହିଥିବା ବେଳେ ନିର୍ମାଣ କାର୍ଯ୍ୟ ପାଇଁ ଘର ମାଲିକ ମନା କରିଦେଲେ। ଏବେ ନିକଟସ୍ଥ ଏକ ଧାନ ଗୋଦାମ ଘରେ ଧାନ ମହଜୁଦ ଥାଇ ଅତି ଅସ୍ୱାସ୍ଥ୍ୟକର ପରିବେଶରେ ପାଠପଢା ଚାଲୁ ରହିଛି। ଯାହାକି ଶିକ୍ଷାବିତ୍ ତଥା ଅଭିଭାବକ ମାନଙ୍କୁ ଆନ୍ଦୋଳିତ କରିଛି। ଅନ୍ୟପଟେ ରୂପାନ୍ତରିତ କାର୍ଯ୍ୟ ଅତି ମନ୍ଥର ଗତିରେ ଚାଲୁଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ସମିତି ସଭ୍ୟ ଅଭୟ ବଳ ଅଭିଯୋଗ କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
Transforming school | Argus News