Videos
|
Odisha

Transgender Group Clash / ଦୁଇ କିନ୍ନର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ଭିଡିଓ ଭାଇରାଲ

Bikash Mohanty
Browse all articles by Bikash Mohanty
·3 months ago·2 min read
ଦୁଇ କିନ୍ନର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ,  ଭିଡିଓ ଭାଇରାଲ
Transgender

Key Points

ଦିଗପହଣ୍ଡିରେ ଦୁଇ କିନ୍ନର ଗୋଷ୍ଠୀ ମଧ୍ୟରେ ମାରପିଟ
ରାମାୟଣ ନାଟକରେ ଅଭିନୟ କରୁଥିବା ଦୁଇ କିନ୍ନର ଗୋଷ୍ଠୀ
ଦିଗପହଣ୍ଡି ଥାନାରେ ଏତଲା
ଦିଗପହଣ୍ଡି,୦୫/୦୬: ରାମାୟଣ ନାଟକରେ ଅଭିନୟ କରୁଥିବା ଦୁଇ କିନ୍ନର ଗୋଷ୍ଠୀ ମଧ୍ୟରେ ମାରପିଟ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଙ୍କୋରଡ଼ା ଗ୍ରାମରେ ଠାକୁରାଣୀ ଯାତ୍ରା ଉପଲକ୍ଷେ କଉଡିଆ ଗ୍ରାମର ରାମାୟଣ ନାଟକ ଓ ନଳିହାଡ ଗ୍ରାମର ରାମାୟଣ ନାଟକ ମଧ୍ୟରେ ବାଦି ନାଟକ ଲାଗିଥିଲା। କଉଡିଆ ଗ୍ରାମର ଦଳର କିନ୍ନର ମାନଙ୍କୁ ହଠାତ୍ ଆସି ବିପରୀତ ଦଳର କିନର୍ ମାନେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ନାଳିହାଡ ଗ୍ରାମରେ ଅଭିନୟ କରୁଥିବା ୨୦ ରୁ ଉର୍ଦ୍ଧ୍ୱ କିନ୍ନର ଆସି କଉଡିଆ ଗ୍ରାମର ରାମାୟଣ ନାଟକରେ ଅଭିନୟ କରୁଥିବା କିନ୍ନର ମାନଙ୍କୁ ବିଭିନ୍ନ ମରଣାତ୍ମକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆହତ ହୋଇଥିବା କିନ୍ନର ମାନେ ମେଡିକାଲରେ ଚିକିତ୍ସିତ ହୋଇ ଦିଗପହଣ୍ଡି ପୋଲିସ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ପରେ ପୁଲିସ୍ ଓ ସ୍ଥାନୀୟ ତହସିଲଦାର ଯାଇ ଅଙ୍କୋରଡା ଗ୍ରାମରେ ଲାଗିଥିବା ବାଦି ନାଟ ବନ୍ଦ କରିବା ସହିତ ଯାତ୍ରା ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଭିଯୋଗ କରିଥିବା କିନ୍ନର ଗୋଷ୍ଠୀ ଥାନାରେ ହୋ ହାଲ୍ଲା କରିବା ସହିତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ପଢନ୍ତୁ ଏହି ଖବର: ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟକୁ ନା. ବିଏମସି ଆଣିଲା ଗାଇଡଲାଇନ। ଗାଇଡଲାଇନ ନ ମାନିଲେ ରଦ୍ଦ ହେବ ଯାତ୍ରା କମିଟିଙ୍କ ଏନଓସି

ଯାତ୍ରାକୁ ନେଇ ଗଞ୍ଜାମରେ ଅନେକ ସମୟରେ ହିଂସାକାଣ୍ଡ ଘଟିଛି। ପୁର୍ବରୁ ଦଣ୍ଡଯାତ୍ରାରେ ଅଶ୍ଳୀଳ ନୃତ୍ୟ ନକରିବା ପାଇଁ ଜିଲ୍ଲା ପ୍ରଶାସନ ଏସଓପି ଜାରୀ କରିଥିଲା। ହେଲେ SOPର ଉଡ଼ିଲା ଧଜିଆ। ଛତ୍ରପୁରରେ ଲଣ୍ଡାବାଉଁଶ ଦଣ୍ଡ ଦଳ ବିରୁଦ୍ଧରେ ଓ ୫ ଜଣ ଆୟୋଜକଙ୍କ ନାମରେ ମାମଲା ସହ ଜାରି ହୋଇଥିଳା ନୋଟିସ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମାନୁନାହାନ୍ତି ଅମାନିଆ। ଦଣ୍ଡଯାତ୍ରାରେ ହେଲା ଅଶ୍ଳୀଳ ନୃତ୍ୟ ଧଜିଆ ଉଡ଼ୁଛି ଜାରି ହୋଇଥିବା SOPର। ଅଶ୍ଳୀଳତା ଓ ଦ୍ୱିଅର୍ଥବୋଧକ ଶବ୍ଦକୁ ରୋକିବା ପାଇଁ ପ୍ରଶାସନଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ମଧ୍ୟ ଅନେକ ସ୍ଥାନରେ ନିୟମ ଉଲ୍ଲଂଘନର ଅଭିଯୋଗ ସାମ୍ନାକୁ ଆସୁଛି। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଦଣ୍ଡନାଚର ପବିତ୍ରତା ଓ ସଂସ୍କୃତିକୁ ସୁରକ୍ଷିତ ରଖିବା ପାଇଁ SOP ଜାରି କରାଯାଇଥିଲା ଏବଂ ଦଣ୍ଡ ଦଳମାନଙ୍କୁ ପୂର୍ବରୁ ସଚେତନ କରାଯାଇଥିଲା,ତଥାପି ଛତ୍ରପୁରରେ ଲଣ୍ଡାବାଉଁଶ ଦଣ୍ଡ ଦଳ ବିରୁଦ୍ଧରେ ଅଶ୍ଳୀଳ ପ୍ରଦର୍ଶନ ଅଭିଯୋଗ ଆସିବା ପରେ ୫ ଜଣ ଆୟୋଜକଙ୍କ ନାମରେ ମାମଲା ରୁଜୁ ହୋଇଛି। ଏହାସହ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଯଦି ନିୟମ ମାନିବେ ନାହିଁ ତେବେ ଆଗାମୀ ଦିନରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଛତ୍ରପୁର ଏସ୍ଡ଼ିପିଓ ଚନ୍ଦନ ଘଡ଼େଇ କହିଥିଲେ।