Transport Secretary / ରାତି ଅଧରେ ମହିଳା ସହଯୋଗୀଙ୍କ ଘରେ ପଶି ଦୁଷ୍କର୍ମ ଉଦ୍ୟମ… ଗିରଫ ହେଲେ ରସିକିଆ ସଚିବ
·1 hour ago·1 min read

Key Points
ମହିଳା ସହଯୋଗୀଙ୍କ ଘରେ ରାତି ଅଧରେ ପଶିବା ଅଭିଯୋଗ
ଗିରଫ ହେଲେ ପରିବହନ ବିଭାଗର ଆଡିସନାଲ ସେକ୍ରେଟାରୀ

ଏ ହେଉଛନ୍ତି ପରିବହନ ବିଭାଗର ରସିକିଆ ଆଡସିନାଲ ସେକ୍ରେଟାରୀ ଅରୁଣ ବିଶ୍ୱାଳ। ତାଙ୍କ ହାତରେ ହାତକଡି ପକାଇଲା ପୋଲିସ। ଜଣେ ମହିଳା ସହଯୋଗୀଙ୍କ ଘରେ ରାତି ଅଧରେ କବାଟ ବାଡେଇବା ସହ ଜୋରଜବରଦସ୍ତ ପଶିବା, ଦୁଷ୍କର୍ମ କରିବା ଅଭିଯୋଗରେ ବାନ୍ଧିଲା ଖାରବେଳ ନଗର ଥାନା ପୋଲିସ। ଦୀର୍ଘ ଦିନ ହେବ ପଦର ଅପବ୍ୟବହାର କରି ମହିଳା ସହଯୋଗୀଙ୍କୁ ଯୌନ ଶୋଷଣ କରିଥିବା ଥାନାରେ ସଙ୍ଗୀନ ଅଭିଯୋଗ ହୋଇଥିଲା। ପୀଡିତା ଙ୍କ ବୟାନ ଏବଂ ମାମଲାକୁ ଗୁରୁତର ସହ ନେଇ ତଦନ୍ତ କରିଥିଲା ଖାରବେଳ ନଗର ଥାନା ପୋଲିସ।
ଏହାସହ ପଢ଼ନ୍ତୁ: ଓରାଙ୍ଗଉଟାନ ଦେଖାଯିବା ଘଟଣାର ଇଣ୍ଟରନ୍ୟାସନାଲ ଲିଙ୍କ ଥିବାରୁ ତଦନ୍ତ ଡେରି ହେଉଛି
ସେପଟେ ଅଭିଯୁକ୍ତ ଆଡସିନାଲ ସେକ୍ରେଟାରୀ ଅରୁଣ ବିଶ୍ୱାଳ ବିରୋଧରେ BNS ର ଧାରା ୬୪(୨)(b) ଦୁଷ୍କର୍ମ କରିବା। ୧୦୯(୧) - ହତ୍ୟା ଉଦ୍ୟମ। ଧାରା ୧୧୫(୨) - ସ୍ବେଚ୍ଛାକୃତ ଭାବେ ଆଘାତ ପହଞ୍ଚାଇବା। ଧାରା ୨୯୬ - ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା। ଧାରା ୩୫୧(୨) - ଅପରାଧିକ ଉଦ୍ଦେଶ୍ୟ ରଖି ଧମକ ଦେବା। ଧାରା ୩୫୧(୩) - ଗୁରୁତର ଅପରାଧିକ ଧମକ ଭଳି ସଙ୍ଗୀନ ମାମଲା ଲାଗିଛି। ଅରୁଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ। ସେପଟେ ତାଙ୍କ ଓକିଲ କହିଛନ୍ତି ମୋ କ୍ଲାଇଣ୍ଟଙ୍କ ବିରୋଧରେ ଯାହା ସବୁ ଅଭିଯୋଗ ଆସିଛି ତାହା ମିଥ୍ୟା।
ସେପଟେ ପରିଵହନ ବିଭାଗ ର ଆଡସିନାଲ ସେକ୍ରେଟାରୀ ଅରୁଣ ବିଶ୍ୱାଳ ଗିରଫ ପରେ OSRTC ରେ କାର୍ଯ୍ୟ କରୁଥିବା ଅନ୍ୟ ଯୁବତୀ ଓ ମହିଳାଙ୍କ ସୁରକ୍ଷାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ଏହି ଘଟଣା ପରେ ଅରୁଣ ଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କଣ ଗ୍ରହଣ କରାଯାଉଛି ତା ଉପରେ ନଜର ରହିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories