Rainfall Alert / ଟ୍ରାପ୍ ଲାଇନ୍ ଫଳରେ ଆଜିଠୁ ରାଜ୍ୟରେ ବଢିବ ବର୍ଷା,ମୌସୁମୀ ଆସିବାରେ ହୋଇପାରେ ବିଳମ୍ୱ
·3 months ago·2 min read

Key Points
ଆଜିଠୁ ରାଜ୍ୟରେ ବଢିବ ବର୍ଷା
ଟ୍ରାପ୍ ଲାଇନ୍ ଫଳରେ ବଢିବ ବର୍ଷା
ମୌସୁମୀ ଆସିବାରେ ହୋଇପାରେ ବିଳମ୍ୱ
ଜୁନ୍ ୧୦ ପରେ ଓଡ଼ିଶା ଆସିପାରେ ମୌସୁମୀ
ଟ୍ରାପ୍ ଲାଇନ୍ ଫଳରେ ବଢିବ ବର୍ଷା
ମୌସୁମୀ ଆସିବାରେ ହୋଇପାରେ ବିଳମ୍ୱ
ଜୁନ୍ ୧୦ ପରେ ଓଡ଼ିଶା ଆସିପାରେ ମୌସୁମୀ
ଭୁବନେଶ୍ବର,୨୯/୦୫: ରାଜ୍ୟବାସୀଙ୍କୁ ଚିନ୍ତାରେ ପକାଇଛି ପାଣିପାଗର ମିଶ୍ରିତ ଗତିପଥ । ଓଡ଼ିଶାରେ ମୌସୁମୀ ଆସିବାରେ ବିଳମ୍ବ ହେବ । ଆସନ୍ତା ଜୁନ୍ ୧୦ ତାରିଖ ପରେ ରାଜ୍ୟକୁ ମୌସୁମୀ ଆସିପାରେ । ବର୍ତ୍ତମାନ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା କ୍ଷୀଣ ଥିବାରୁ, ଜୁନ୍ ୩ ତାରିଖ ପରେ ରାଜ୍ୟରେ ପୁଣି ଥରେ ପାରଦ ଉପରକୁ ଚଢ଼ିବ ଏବଂ ଖରା ବଢ଼ିବ । ବଙ୍ଗୋପସାଗରରେ ବର୍ତ୍ତମାନ ମୌସୁମୀ କରେଣ୍ଟ ସମ୍ପୂର୍ଣ୍ଣ ନିଷ୍କ୍ରିୟ ରହିଛି । ଦକ୍ଷିଣ ଗୋଲାର୍ଦ୍ଧରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗକୁ ଆସୁଥିଲେ ମଧ୍ୟ ଏହା ଆଗକୁ ବଢ଼ି ପାରୁନାହିଁ । ମୌସୁମୀ ବାୟୁକୁ ସକ୍ରିୟ କରିବା ପାଇଁ ଆବଶ୍ୟକୀୟ କାରକ ନଥିବାରୁ ଏହା କେରଳ ଛୁଇଁବାରେ ମଧ୍ୟ ସକ୍ରିୟ ହୋଇପାରୁ ନାହିଁ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ।
ରାଜ୍ୟରେ କାଳବୈଶାଖୀ ପ୍ରଭାବ ଯୋଗୁଁ ଗ୍ରୀଷ୍ମ ପ୍ରବାହର ଚେତାବନୀ ହଟିଥିଲେ ମଧ୍ୟ ପ୍ରବଳ ଖରା ଓ ଗୁଳୁଗୁଳି ଉପକୂଳ ଓଡ଼ିଶାକୁ କଲବଲ କରିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ସମେତ ପଶ୍ଚିମ ଓଡ଼ିଶାର ୨୧ଟି ଜିଲ୍ଲାକୁ ଉଷ୍ମ ଓ ଆଦ୍ର ସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଆସନ୍ତାକାଲି ଉପକୂଳର ୧୧ଟି ଜିଲ୍ଲାରେ ମଧ୍ୟ ସମାନ ସ୍ଥିତି ଲାଗି ରହିବ । ଆସନ୍ତା ୭ ଦିନ ଯାଏଁ କାଳବୈଶାଖୀ ସକ୍ରିୟ ରହିବାକୁ ଥିବା ବେଳେ ଆସନ୍ତା ୨୪ ଘଣ୍ଟାରେ ସାରା ଓଡ଼ିଶାରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଦେଓଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଅବଶିଷ୍ଟ ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି।
ପଢନ୍ତୁ ଏହି ଖବର: ଆସନ୍ତା ୨ ତାରିଖ ଯାଏଁ କାଳବୈଶାଖୀ ! ଗ୍ରୀଷ୍ମ ପ୍ରବାହ ନେଇ ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
ଓଡ଼ିଶାରେ ମୌସୁମୀର ଆଗମନ ପୂର୍ବରୁ ଏକ ଦୀର୍ଘ ପରିବର୍ତ୍ତନଶୀଳ ପର୍ଯ୍ୟାୟ ରହିବ। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବୃଦ୍ଧି ପାଉଥିବା ଆର୍ଦ୍ରତା, ଉଷ୍ମ ରାତି ଓ ବଜ୍ରପାତ ସହ ବର୍ଷାର ପରିମାଣ ବୃଦ୍ଧି ପାଇବ। ପଶ୍ଚିମ ଓଡ଼ିଶାରେ ଆହୁରି କିଛି ଦିନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିପାରେ। ଅନ୍ୟପକ୍ଷରେ ଜୁନ୍ ଆରମ୍ଭରେ ଓଡ଼ିଶାରେ ଏକ ସକ୍ରିୟ କାଳବୈଶାଖୀ ପର୍ଯ୍ୟାୟ ଦେଖିବାକୁ ମିଳିପାରେ। ବଙ୍ଗୋପସାଗରୀୟ ବାୟୁ ପ୍ରବାହ ଶକ୍ତିଶାଳୀ ନହେଲେ, ଓଡ଼ିଶାରେ ସମ୍ପୂର୍ଣ୍ଣ ଭାବେ ସ୍ଥିର ମୌସୁମୀ ଜୁନ୍ ଦ୍ୱିତୀୟ ସପ୍ତାହ ମଧ୍ୟରେ ଅନୁଭୂତ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆଜି କଟକ, ଭଦ୍ରକ, ବାଲେଶ୍ୱର, ଯାଜପୁର ସମେତ ୧୩ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ରହିଛି । ପାଣିପାଗ ବିଭାଗ ଅନୁସାରେ ଆସନ୍ତା ୨୪ ଘଣ୍ଟାରେ ପାରଦ ୨ରୁ ୩ ଡିଗ୍ରୀ ଖସିବ।
Related Topics
Explore more stories