Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦୁର୍ଗମରେ ସରୁନି ଦୁର୍ଦ୍ଦଶା, ସରକାରୀ ସୁବିଧାରୁ ବଞ୍ଚିତ ଆଦିବାସୀ

Odisha

ଦୁର୍ଗମରେ ସରୁନି ଦୁର୍ଦ୍ଦଶା, ସରକାରୀ ସୁବିଧାରୁ ବଞ୍ଚିତ ଆଦିବାସୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଦୁର୍ଗମରେ ସରୁନି ଦୁର୍ଦ୍ଦଶା, ସରକାରୀ ସୁବିଧାରୁ ବଞ୍ଚିତ ଆଦିବାସୀ

ଅର୍ଗସ ବ୍ୟୁରୋ: ପାହାଡିଆ ପଥୁରିଆ ବାଟଦେଇ ଟାଙ୍ଗିରିଆପାଳ ମୂଖ୍ୟ ରାସ୍ତା ଠାରୁ ପ୍ରାୟ ଆଠ କିଲୋମିଟର ଦୂର ଘଞ୍ଚ ଜଙ୍ଗଲ ମଧ୍ୟରେ ପଡେ "ଅର୍ଜୁନଚୂଆ"ଗାଁ, ଯାହା ହରିଚନ୍ଦନପୁର କ ଗୈାଣିଘଷା ପଞ୍ଚାୟତର ଅନ୍ୟତମ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ । ଏଠାରେ ରହିଛି ଅର୍ଜୁନଚୂଆ ସମେତ ଆଠ ଗୋଟି ସାହି, ପାଖାପାଖି ଦୁଇଶହ ପରିବାର ସାହି ଗୁଡିକରେ ବସବାସ କରୁଥିବା ବେଳେ ଏଠାରେ କାହାର ବି ପଡିନି ପାଦ ଚିହ୍ନ ନା ପହଞ୍ଚିଛି ବିକାଶ।

ଦୀର୍ଘ ଦଶନ୍ଧି ଦଶନ୍ଧି ଧରି ଲୋକମାନେ ଏଠାକାର ସାହି ଗୁଡ଼ିକରେ ବସବାସ କରୁଥିଲେ ସୁଦ୍ଧା ସରକାରଙ୍କ ମୌଳିକ ସୁବିଧା ଏମାନଙ୍କ ପାଇଁ ପାଲଟିଛି ସ୍ୱପ୍ନ, ସାହି ଗୁଡ଼ିକରେ ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ, ପାନୀୟ ଜଳ ଭଳି ସରକାରୀ ସୁବିଧା ଅପହଞ୍ଚ। ଏହି ଆଠଗୋଟି ସାହିରେ ଗୋଟେ ଅଧେ ନଳକୂପ ଥିଲେ ମଧ୍ୟ କେଉଁଠି ଗୋଟିଏ  ବାଲ୍ଟି ରୁ ଅଧିକ ପାଣି ପବାହାରୁନି ତ କେଉଁଠି ଲୁହାଗୁଣ୍ଡ ଗୋଳିଆପାଣି ଯାହା ଫଳରେ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏଠାକାର । 

ଗମନାଗମନ କଥା ନକହିବା ଭଲ, ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଅର୍ଜୁନଚୂଆ ପର୍ଯ୍ୟନ୍ତ ପ୍ରାୟ ଦଶ କିଲୋମିଟର ପକ୍କା ରାସ୍ତା ହୋଇଥିଲେ ମଧ୍ୟ ସାହି ଗୁଡିକୁ ସଂଯୋଗ କରାଯାଇ ନାହଁ କେଉଁଠି ତିନି କିଲୋମିଟର ତ କେଉଁଠି ପାଞ୍ଚ କିଲୋମିଟର ପାହାଡିଆ ମାଟି ପଥୁରିଆ ବାଟ ଥିବା ବେଳେ ଅନେକ ସମୟରେ ଲୋକମାନେ ଅସୁବିଧାର ସମ୍ମୁଖିନ ହୋଇଥାନ୍ତ। ଏବେ ପର୍ଯ୍ୟନ୍ତ କିଛି ସାହିକୁ ବିଦ୍ୟୁତ୍ ସଂଯୋଗ କରାଯାଇ ପାରିନାହିଁ ଫଳରେ ସଞ୍ଜ ନଇଁବା କ୍ଷଣି ଜଙ୍ଗଲ ମଧ୍ୟରେ ଡିବିରି ଆଲୁଅ ହିଁ ସାହା ଭରଷା, ବିଦ୍ୟୁତ ବିଭାଗ ତରଫରୁ କିଛି ସାହିରେ ବିଦ୍ୟୁତ ଖୁଣ୍ଟ ସହିତ ବିଦ୍ୟୁତୋପକରଣ ମଧ୍ୟ ଦିଆ ଯାଇଥିଲେ ସୁଧା ବିଦ୍ୟୁତ କରଣ କରାଯାଇ ପାରି ନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 

Sponsored
Tribal deprived of government facilities | Argus News