Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଦିବାସୀଙ୍କୁ ଧୋକା, ଗୋଟିଏ ନଳକୂପକୁ 60 ପରିବାରଙ୍କ ଭରଷା

Odisha

ଆଦିବାସୀଙ୍କୁ ଧୋକା, ଗୋଟିଏ ନଳକୂପକୁ 60 ପରିବାରଙ୍କ ଭରଷା

Banajyotshna Ray
Browse all articles by Banajyotshna Ray
·2 years ago
ଆଦିବାସୀଙ୍କୁ ଧୋକା, ଗୋଟିଏ ନଳକୂପକୁ 60 ପରିବାରଙ୍କ ଭରଷା

ଅର୍ଗସ ବ୍ୟୁରୋ:  ଆଦିବାସୀଙ୍କୁ ଧୋକା ? ଗୋଟିଏ ନଳକୂପ କୁ 60 ପରିବାରଙ୍କ ଭରଷା । ଆଜି ବି ରାସ୍ତା, ପାନୀୟ ଜଳ , ଶିକ୍ଷା ଓ ନେଟୱାର୍କ ରୁ ବଞ୍ଚିତ ଆଦିବାସୀ ଗାଁ। ଦୁର୍ଗମରେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଆଦିବାସୀ । ତେବେ ସରକାରୀ ଯୋଜନା କାହା ପାଇଁ ? ସମସ୍ୟାରେ ଜୁଝୀ ହେଉଛନ୍ତି ଗ୍ରାମବାସୀ, ବିକାଶ ଠାରୁ ବହୁ ଦୂରରେ ଆଦିବାସି ଅଧ୍ୟୁଷିତ ଅଞ୍ଚଳ ଗଗଲିମାହା , ପୁନିପଦର  ଓ ପାଙ୍ଗାପଡ଼ା । ବିକାଶ ଏଠି ବାଟବଣା। ପ୍ରଶାସନିକ ଅବହେଳା ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ପାଇଁ ପହଁଚି ପାରୁନି ସରକାରୀ ଯୋଜନା । ରାଜ୍ୟ ସରକାର  ବିକାଶର କଥା କହୁଛନ୍ତି,  ହେଲେ ଏଠି ବିକାଶ କାଗଜ କଲମରେ ସୀମିତ, ଟେବୁଲ ତଳେ ଚାପି ହୋଇ ରହି ଯାଉଛି। ଆଜିବି ରାସ୍ତା, ପାନୀୟ ଜଳ ଭଳି ମୌଳିକ ସୁବିଧା ପାଇ ପାରୁନାହାନ୍ତି ଅଞ୍ଚଳବାସି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored