ସାରା ରାଜ୍ୟରେ ବଢୁଛି ବିଜେଡି କନ୍ଦଳ
·1 year ago

ମୟୂରଭଞ୍ଜ: ସାରା ରାଜ୍ୟରେ ବଢୁଛି ବିଜେଡି କନ୍ଦଳ। ଭାଙ୍ଗୁଛି ବିଜେଡିର ଆଦିବାସୀ ସମର୍ଥନ। ଆଦିବାସୀ ବହୁଳ ଜିଲ୍ଲା କେନ୍ଦୁଝରରୁ ପ୍ରତିନିଧିତ୍ବ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଜେପି ପ୍ରତି ବଢୁଛି ଆଦିବାସୀଙ୍କ ସମର୍ଥନ। ସେପଟେ ମୟୁରଭଞ୍ଜ ଜିଲ୍ଲାର ମମତା ମହନ୍ତ ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେବା ସହ ବିଜେପିରେ ହୋଇଛନ୍ତି ସାମିଲ। ଏହାପରେ ମୟୁରଭଞ୍ଜରେ ବିଜେଡି ଗଡ ଭୁଶୁଡ଼ିବା ସହ ଅନ୍ତଃକନ୍ଦଳ ବଢ଼ିବାରେ ଲାଗିଛି।
ଦଳର ସଭାପତି ନବୀନ ପଟ୍ଟନାୟକ ମୟୁରଭଞ୍ଜ ଜିଲ୍ଲା ନେତାଙ୍କ ବୈଠକ ଡାକିଥିବା ବେଳେ ଏହି ବୈଠକରେ ଯୋଗ ଦେଇନଥିଲେ ଜିଲ୍ଲା ବିଜେଡି ସଭାପତି ସୁଦାମ ମାରାଣ୍ଡି। ଖାଲି ସେତିକି ନୁହେଁ ଗତକାଲି ଏବଂ ପୂର୍ବରୁ ବସିଥିବା ଜିଲ୍ଲାସ୍ତରୀୟ ବୈଠକରେ ସୁଦାମ ଏବଂ ତାଙ୍କ ସମର୍ଥକ ଯୋଗ ଦେଇନଥିଲେ। ମମତାଙ୍କ ପରେ ସୁଦାମ ଏବଂ ତାଙ୍କ ସମର୍ଥକ ବିଜେଡି ବୈଠକରେ ଯୋଗ ନଦେବା ଦଳକୁ ଚିନ୍ତାରେ ପକାଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: