Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହଜିଗଲା କି ରାଜ୍ୟ ସରକାରଙ୍କ ଆମ ଗାଁ ଆମ ବିକାଶ ଯୋଜନା

Banajyotshna Ray
Browse all articles by Banajyotshna Ray
·2 years ago·2 min read
ହଜିଗଲା କି ରାଜ୍ୟ ସରକାରଙ୍କ ଆମ ଗାଁ ଆମ ବିକାଶ ଯୋଜନା

ଅର୍ଗସ ବ୍ୟୁରୋ:  କେଉଁଠି ହଜିଗଲା ରାଜ୍ୟ ସରକାରଙ୍କ ଆମ ଗାଁ ଆମ ବିକାଶ ଯୋଜନା।ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଡିକିଲି ଗାଁ ରେ ପହଞ୍ଚିପାରିବ କି ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା।କାରଣ ଏଠି 25 ବର୍ଷର ସ୍ଥିର ସରକାରକୁ  ନିରୀହ ଆଦିବାସୀ ଗାଁ ର ପ୍ରଶ୍ନ।ହେ 25ବର୍ଷର ସ୍ଥିର ବିଜେଡି ସରକାର।ଆମେ ତ ଆପଣଙ୍କୁ ଭୋଟ ଦେଲୁ।ଆପଣ 5ଥର ସରକାର ଗଢିଲେ।ଭୋଟ ବେଳେ ଆପଣ ଗାଁ କୁ ଆସି ବାରମ୍ବାର ଆମକୁ ପ୍ରତିଶୃତି ଦେଲେ।କିନ୍ତୁ କି ଦୋଷ କରିଛୁ ଆମେ?କାହିଁକି ଆମେ ଏତେ ଅଵହେଳିତ?ଆମେ ଆପଣଙ୍କ ବିଜେଡି ସରକାରଙ୍କୁ ଭୋଟ ଦେଇ 5ଥର ଗାଦିରେ ବସାଇବା ଟା ଭୁଲ କି?ଆଜି ଏମିତି କିଛି ପ୍ରଶ୍ନ କରୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକର ଡିକିଳି ଗାଁର ଆଦିବାସୀ ନିରୀହ ଲୋକେ।କାରଣ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏହି ଗାଁ କୁ ଦେଖିଲେ ଲାଗୁଛି।ସତେ ଯେମିତି ସରକାର ଗୋଟିଏ ବିକାଶର ଗାଥା ଗାଉଥିବା ବେଳେ ଅନ୍ୟପଟେ ପୁରା ଗାଁ ର କଟୁଛି ଦୁର୍ବିସହ ଜୀବନ।

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜମ-ଗଜପତି ସୀମାନ୍ତ ରେ ଥିବା ଦିଗପହଣ୍ଡି ବ୍ଲକ ଡିକିଳି ଗାଁ।ପାହାଡ଼ି,ଜଙ୍ଗଲ ମଧ୍ୟରେ ଗାଁକୁ ଖଣ୍ଡିଏ ରାସ୍ତା ଅଛି।ବାସ୍ ରାସ୍ତା ପରେ ବାକି ବିକାଶ ଏଠି ସରକାରଙ୍କ ଖାତା ଖତିୟାନ ରେ।ଗାଁ ରେ ସୋଲାର ଲାଗିଛି କିନ୍ତୁ ସୋଲାର ଅଚଳ।ସ୍ଥାୟୀ ବିଦ୍ୟୁତ ସଂଯୋଗ ହୋଇନି।ପିଇବା ପାଣି କହିଲେ ଗୋଟିଏ ନଳକୂପ।ସେହି ନଳକୂପରେ ଖରାପ ପାଣି ଆସୁଛି ତ ଆଉ କେତେବେଳେ ପାଣିର ଅଭାବ ରହୁଛି।ବାଧ୍ୟ ହୋଇ ନଦୀ ନାଳ କୁ ନିର୍ଭର କରୁଛନ୍ତି ଲୋକେ।ଏମିତିକି ସ୍ୱାସ୍ଥ୍ୟ ଶଙ୍କଟ ଦେଖାଗଲା 15କିଲୋମିଟର ଆଣିଲେ ଦିଗପହଣ୍ଡିରେ ଡାକ୍ତର ଦେଖିବେ ରୋଗୀ।

ବଡ଼କଥା ଆଜି ପର୍ଯ୍ୟନ୍ତ କୌଣସି ମଧ୍ୟ ସରକାରୀ ଅଧିକାରୀ କିମ୍ବା MLA ଏବଂ ମନ୍ତ୍ରୀଙ୍କ ଗାଁ କୁ ପାଦ ମଧ୍ୟ ପଡିନି।30ରୁ 35 ପରିବାର ରହୁଥିବା ପୁରା ଗାଁ କେବଳ ମକା ଚାଷ ଉପରେ ନିର୍ଭର କରୁଥିଲେ ସୁଧା ଚଳିତ ବର୍ଷ ବର୍ଷା ଅଭାବରୁ ମକାଚାଷ ପୋଡି ନଷ୍ଟ ହୋଇଯାଇଛି।ଯାହା ବି ଉତ୍ପାଦନ ହେଉଛି ତାହା ଆୟ,ବ୍ୟୟ ତୁଳନାରେ ଆକାଶ-ପାତାଳ ଫରକ।ଚାଳ,ଛପର କୁଡ଼ିଆ ଭିତରେ ଦୁର୍ବିସହ ଜୀବନ କାଟୁଛନ୍ତି ଏହି ନିରୀହ ଆଦିବାସୀ।ଏମିତିକି ଏଭଳି ଆଦିବାସୀ ଗାଁର ଚିତ୍ର ଗ୍ରାଉଣ୍ଡ ଜ଼ୀରୋ କୁ ଯାଇ ସ୍ଥିତି ପରଖିଛି ବିଜେପି।ଗାଁ ଲୋକଙ୍କ ସହ ଆଲୋଚନା ପରେ ବିଜେପି ନେତା ଶ୍ରୀକାନ୍ତ ପାଢ଼ୀ ଘେରିଛନ୍ତି  ରାଜ୍ୟ ସରକାରଙ୍କୁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆମ ଗାଁ ଆମ ବିକାଶ ଏବଂ ଆମ ଓଡ଼ିଶା ନବୀନ ଓଡ଼ିଶା ଭଳି ଯୋଜନା ସହ ସରକାରଙ୍କ ପାରିବାପଣିଆ  ଉପରେ ପ୍ରଶ୍ନ କରିଛି ବିଜେପି।ଯଦି ଆଗାମୀ ଦିନରେ ଗାଁ କୁ ପ୍ରଶାସନ ନ ଆସେ।କିମ୍ବା ସମସ୍ୟା ପାଇଁ କୌଣସି ପଦକ୍ଷେପ ନ ନିଆଯାଏ।ତେବେ ଆଦିବାସୀ ଗାଁ ଉଠିଛି ଯିବ ଅଧିକାରୀଙ୍କ କାର୍ଯ୍ୟାଳୟ ପାଖକୁ ବୋଲି ଚେତାବନୀ ଦେଇଛି ବିଜେପି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
Tribal villagers seeking development | Argus News