Videos
|
Odisha

ସୁଦକ୍ଷା ଯୋଗୁଁ ସ୍ୱାବଲମ୍ବୀ ହୋଇପାରୁଛନ୍ତି ଆଦିବାସୀ ମହିଳା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ସୁଦକ୍ଷା ଯୋଗୁଁ ସ୍ୱାବଲମ୍ବୀ ହୋଇପାରୁଛନ୍ତି ଆଦିବାସୀ ମହିଳା

ଅର୍ଗସ ବ୍ୟୁରୋ: ଦୁର୍ଗମରେ ମହିଳାଙ୍କ ଦକ୍ଷତା ବୃଦ୍ଧି କରୁଛି ସୁଦକ୍ଷା ।  ସୁଦକ୍ଷା ଯୋଗୁଁ ସ୍ବାବଲମ୍ବୀ ହୋଇପାରୁଛନ୍ତି କୋରାପୁଟ ଜିଲ୍ଲା କୋଟପାଡ଼ ଅଞ୍ଚଳର ଆଦିବାସୀ ମହିଳା । ସୁଦକ୍ଷା ହେଉଛି HALର CSR ପାଣ୍ଠିରେ ନିର୍ମିତ ଏକ ପୋଷାକ ତିଆରି କେନ୍ଦ୍ର  । ଯାହାକି 6 ମାସ ହେବ କୋଟପାଡ଼ ସହରରେ ଆରମ୍ଭ ହୋଇଛି । ଏହି ଯୋଜନା ଦ୍ୱାରା ମାଗଣାରେ ସିଲେଇ ଶିଖିପାରିବା ସହ ଓଡିଶା ତଥା ଓଡିଶା ବାହାରକୁ ଯାଇ ଅର୍ଥ ମଧ୍ୟ ରୋଜଗାର କରି ପାରୁଥିବା କହିଛନ୍ତି ମହିଳାମାନେ ।

ଆଜି ଏକ କେନ୍ଦ୍ରୀୟ ଟିମ "ସୁଦକ୍ଷା" ପୋଷାକ ତିଆରି କେନ୍ଦ୍ର  ଭିଜିଟ କରିବା ସହ ମହିଳା ମାନଙ୍କ କାର୍ଯ୍ୟକୁ ପ୍ରସଂଶା ମଧ୍ୟ କରିଛନ୍ତି ।  ପ୍ରଥମେ ମହିଳା ମାନେ ଘର କୋଣରେ ବସି ଘର କାର୍ଯ୍ୟ ଛଡା ଆଉ କିଛି କାମ କରି ପାରୁନଥିଲେ କିନ୍ତୁ କେନ୍ଦ୍ର ସରକାରଙ୍କ ପ୍ରୟାସ ଦ୍ବାରା ଦୁଇ ମାସ ପ୍ରଶିକ୍ଷଣ ପରେ ସେଠାରେ ହିଁ ସିଲେଇ କାମ କରି ମାସକୁ 6 ହଜାର ରୁ 7 ହଜାର ଟଙ୍କା ରୋଜଗାର କରିପାରୁଛନ୍ତି ମହିଳା।

ଦୁଇ କୋଟିରୁ ଉର୍ଦ୍ଧ ଟଙ୍କାରେ ନିର୍ମିତ ଏହି ତାଲିମ ତଥା ପୋଷାକ ଉତ୍ପାଦନ କେନ୍ଦ୍ରକୁ ୩୨ ଜଣ ମହିଳା ପରିଚାଳନା କରୁଥବା ବେଳେ ୬୦ ଜଣ ଶିକ୍ଷାର୍ଥୀ ପ୍ରଶିକ୍ଷଣ ନେଉଛନ୍ତି । ସେପଟେ କୋଟପାଡ଼ ଅଞ୍ଚଳରେ ପୋଷାକ ତିଆରି କେନ୍ଦ୍ର ନିର୍ମାଣ ହୋଇଥିବାରୁ ବୁଣାକାରଙ୍କ ମାନଙ୍କ ପାଇଁ ଏହା ଲାଭପ୍ରଦ ହେବ ବୋଲି  କହିଛନ୍ତି କୋଟପାଡ ବୁଣାକାର । ଦୁର୍ଗମରେ ସୁଦକ୍ଷା ମାଧ୍ୟମରେ ମହିଳା ହେଲେ ସ୍ୱାବଲମ୍ବୀ । କେନ୍ଦ୍ର ସରକାରଙ୍କ ପ୍ରଚେଷ୍ଟା ପାଇଁ ନିଜ ଅଞ୍ଚଳରେ ସିଲେଇ କାର୍ଯ୍ୟ କରି ରୋଜଗାର କରୁଛନ୍ତି କୋଟପାଡ଼ ଅଞ୍ଚଳର ମହିଳା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Sponsored
Tribal women are becoming self-reliant due to sudakhya | Argus News