Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ATD ଗ୍ରୁପର ପ୍ରତିଷ୍ଠାତାଙ୍କ ପତ୍ନୀଙ୍କ ପରଲୋକ; ଏକାଦଶ ଦିବସରେ ଶ୍ରଦ୍ଧାଞ୍ଜଳି ଜଣାଇଲା ପରିବାର

Odisha

Late Sudipta Mohanty / ATD ଗ୍ରୁପର ପ୍ରତିଷ୍ଠାତାଙ୍କ ପତ୍ନୀଙ୍କ ପରଲୋକ; ଏକାଦଶ ଦିବସରେ ଶ୍ରଦ୍ଧାଞ୍ଜଳି ଜଣାଇଲା ପରିବାର

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·3 min read
ATD ଗ୍ରୁପର ପ୍ରତିଷ୍ଠାତାଙ୍କ ପତ୍ନୀଙ୍କ ପରଲୋକ; ଏକାଦଶ ଦିବସରେ ଶ୍ରଦ୍ଧାଞ୍ଜଳି ଜଣାଇଲା ପରିବାର
Late Sudipta Mohanty

Key Points

ପରପାରିରେ ATD ଗ୍ରୁପର ପ୍ରତିଷ୍ଠାତାଙ୍କ ପତ୍ନୀ ସୁଦୀପ୍ତା ମହାନ୍ତି
ନୋଏଡାର ସେକ୍ଟର ବାଉନସ୍ଥିତ କମ୍ୟୁନିଟି ସେଣ୍ଟରରେ ପ୍ରାର୍ଥନା ସଭା
ଏକାଦଶ ଦିବସରେ ଶ୍ରଦ୍ଧାଞ୍ଜଳି ଜଣାଇଲା ପରିବାର
ବିଶିଷ୍ଟ ଚାଟାର୍ଡ ଏକାଉଣ୍ଟାଣ୍ଟ ,ଏ.ଟି.ଡି. ଗ୍ରୁପର ପ୍ରତିଷ୍ଠାତା ଅଧ୍ୟକ୍ଷ, ସାମୁଦାୟିକ ବିକାଶ ସମିତିର ସଭାପତି, ୱାର୍ଲ୍ଡ୍ ଓଡ଼ିଶା ସୋସାଇଟି ଉତ୍ତର ପ୍ରଦେଶ ଶାଖାର ମୁଖ୍ୟ ପୃଷ୍ଠପୋଷକ ଏବଂ ନୋଏଡ଼ା ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ପ୍ରତିଷ୍ଠାତା ଓ ପୂର୍ବତନ ସମ୍ପାଦକ ଡକ୍ଟର ମନୋରଞ୍ଜନ ମହାନ୍ତିଙ୍କ ପତ୍ନୀ ସୁଦୀପ୍ତା ମହାନ୍ତିଙ୍କ ପରଲୋକ ଘଟିଛି । ଗତ ଏପ୍ରିଲ ୨୮ରେ ସୁଦୀପ୍ତାଙ୍କ ଏକାଦଶ ଅବସରରେ ନୋଏଡାର ସେକ୍ଟର ବାଉନସ୍ଥିତ କମ୍ୟୁନିଟି ସେଣ୍ଟରଠାରେ ଆୟୋଜିତ ହୋଇଯାଇଛି ସ୍ଵତନ୍ତ୍ର ପ୍ରାର୍ଥନା ସଭା । ଏହି ସଭାରେ ସୁଦୀପ୍ତାଙ୍କ ପରିବାର ସମେତ ବନ୍ଧୁ ପରିଜନ ସାମିଲ ହୋଇ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।


  • ଭଜଣ ପରିବେଷଣ କଲେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଶିଳ୍ପୀକା ଜୁନେଜା
ସ୍ୱର୍ଗତଃ ସୁଦୀପ୍ତା ମହାନ୍ତି ଜଣେ ଦାୟିତ୍ୱବାନ ଗୃହିଣୀ, ଉତ୍ତମ ପତ୍ନୀ ତଥା ଯତ୍ନଶୀଳ ମା' ଥିଲେ। ଏକାଧାରରେ ଆଧ୍ୟାତ୍ମିକ ଚିନ୍ତକ, ଧର୍ମପରାୟଣା, ସ୍ନେହୀ, ମିଷ୍ଟଭାସି, ଦରଦୀ ଏବଂ ପରୋପକାରୀ ଆଦି ସୁଗୁଣର ଅଧିକାରୀ ଥିଲେ । ସୁଦୀପ୍ତାଙ୍କ ବିୟୋଗରେ ଆତ୍ମୀୟ ସ୍ୱଜନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଶୂନ୍ୟତା ସଦା ଅପୂରଣୀୟ ହୋଇ ରହିବ ବୋଲି ତାଙ୍କର ସ୍ୱାମୀ ଡକ୍ଟର ମହାନ୍ତି ପ୍ରକାଶ କରିଛନ୍ତି । ଏହି ଅବସରରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଶିଳ୍ପୀକା ଜୁନେଜା ସୁମଧୁର ଭଜନ ପରିବେଷଣ କରିଥିଲେ । ସୁଦକ୍ଷ ଉପସ୍ଥାପିକା ପ୍ରତିମା ଶର୍ମା ସମଗ୍ର କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସଞ୍ଚାଳନ କରିଥିଲେ ।



  • ସାମିଲ ହେଲେ ସ୍ଥାନୀୟ ବିଧାୟକ
ନୋଏଡାର ଶ୍ରଦ୍ଧାଞ୍ଜଳି ସମାରୋହରେ ଉପସ୍ଥିତ ଥିବା ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଗୌତମ ବୁଦ୍ଧନଗରର ବିଧାୟକ ପଙ୍କଜ ସିଂହ, ଭାଜପା ନେତା ସଞ୍ଜୟ ବାଲି, ରାମକୃଷ୍ଣ ଯାଦବ, ବିଶ୍ୱ ହିନ୍ଦୁ ପରିଷଦର ନେତା ସୁଧାଂଶୁ ପଟ୍ଟନାୟକ, ପ୍ରସିଦ୍ଧ ଜ୍ୟୋତିଷ ଶାସ୍ତ୍ରୀ ଏବଂ ବାସ୍ତୁବିଦ ଆଚାର୍ଯ୍ୟ ଶୈଳେଶ ତିୱାରୀ, ଅଖିଳ ଭାରତୀୟ ସନାତନ ଗୁରୁକୁଳର ଗୁରୁଜୀ ଗୌତମ ଋଷି, ଉଦ୍ୟୋଗପତି ନବୀନ ଗୁପ୍ତା ଓ ନମିତ ଗୌତମ, ଶ୍ରୀନୀଳାଚଳ ସେବା ସଙ୍ଘର ସମ୍ପାଦକ ରବୀନ୍ଦ୍ରନାଥ ପ୍ରଧାନ, ଉପ-ସଭାପତି ଗଜେନ୍ଦ୍ର ପ୍ରସାଦ ସାମନ୍ତ, ୱାଲର୍ଡ଼ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ, ୱାଓସୋର ନୂଆଦିଲ୍ଲୀ ଓ ଏନସିଆର ଶାଖାର ସାଧାରଣ ସମ୍ପାଦକ ସରିତା ମହାପାତ୍ର, ଓଡ଼ିଶା ପଜିଟିଭର ପ୍ରତିଷ୍ଠାତା ଆଇନଜିବୀ ସଞ୍ଜୀବ କୁମାର ମହାନ୍ତି ସାମିଲ ଥିଲେ ।




ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ସମାଜସେବୀ ଅଜୟ କୁମାର ବେହେରା, ବିଜୟନୀ ଫାଉଣ୍ଡେସନର ସଭାନେତ୍ରୀ ରୀତା ପାତ୍ର, ଭାଜପାର ନୋଏଡା ମହାନଗରର ଉପ-ସଭାପତି ପ୍ରମୋଦ ଭଲ, ଉଦୟ ଇଣ୍ଡିଆର ଗ୍ରୁପ ସମ୍ପାଦକ ଦୀପକ କୁମାର ରଥ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ନେତା ଦିନେଶ ସିଂହ, କଳିଙ୍ଗ ଭାରତୀ ଫାଉଣ୍ଡେସନର ଜାତୀୟ ସଭାପତି ଅକ୍ଷୟ ସାମଲ, ସଙ୍ଗୀତଜ୍ଞ ଅନିନ୍ଦିତା ଦାସ, ଆଚାର୍ଯ୍ୟ ଅଭିମନ୍ୟୁ ଓ ସନ୍ତୋଷ ରାଉତ, ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାରର ସଭାପତି ମୀନକେତନ ସାମଲ, ଉପ-ସଭାପତି ନିତ୍ୟାନନ୍ଦ ରାଉତ, ସମ୍ପାଦକ ଅନିଲ ଜେନା, ଉତ୍କଳିନୀର ସମ୍ପାଦିକା ଶୁଭ୍ରଲୀନା ମହାନ୍ତି , ଓଡ଼ିଶୀ ନୃତ୍ୟ ଶିଳ୍ପୀ ଡଃ. ଚନ୍ଦନା ରାଉଳ, ମହାକାଂକ୍ଷା ଫାଉଣ୍ଡେସନର ପ୍ରତିଷ୍ଠାତ୍ରୀ ପୁଷ୍ପାଞ୍ଜଳି ବାରିକ ଏବଂ ପ୍ରତିଷ୍ଠାତା ବିମଳ ଭଲ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ ।



  • ପ୍ରାର୍ଥନା ସଭାରେ ସ୍ଥାନୀୟ ବିଧାୟକ ଅଶୋକ ଦାଶ
ସ୍ୱର୍ଗତଃ ସୁଦୀପ୍ତା ମହାନ୍ତିଙ୍କର ଏକାଦଶାହ ଅବସରରେ ତାଙ୍କ ଶାଶୂଘର ବାସୁଦେବପୁରର ବାଖରପୁର ଗ୍ରାମରେ ପରିବାର ପକ୍ଷରୁ ଏକ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା । ଏଠାରେ ମହାନ୍ତି ପରିବାରର ସହସ୍ରାଧିକ ବନ୍ଧୁବାନ୍ଧବ, ପରିବାର ବର୍ଗ, ଶୁଭଚିନ୍ତକ ଓ ପ୍ରଶଂସକମାନେ ଯୋଗଦେଇ ସ୍ୱର୍ଗତଃ ସୁଦୀପ୍ତାଙ୍କର ସ୍ମୃତି ଚାରଣ କରିବା ସହିତ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ । ଏହି ପ୍ରାର୍ଥନା ସଭାରେ ସ୍ଥାନୀୟ ବିଧାୟକ ଅଶୋକ ଦାଶ, ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବାଧିକାରୀ ପ୍ରଦ୍ୟୁମ୍ନ ପଟ୍ଟନାୟକ, ପ୍ରାକ୍ତନ ମୁଖ୍ୟ ଯନ୍ତ୍ରୀ ବିବେକାନନ୍ଦ ମହାପାତ୍ର, ସମାଜସେବୀ ବାବାଜୀ ପଟ୍ଟନାୟକ, ଗଦାଧର ଦାସ, ଅଧ୍ୟାପକ ଭାଗିରଥି ପଲେଇ, ଲକ୍ଷ୍ମଣ ବାରିକ, ଡାକ୍ତର ନିଗମାନନ୍ଦ ମହାପାତ୍ର, ପ୍ରଫେସର ପିୟୁଷ ରଞ୍ଜନ ଦାସ, ସୂର୍ଯ୍ୟନାରାୟଣ ଦାସ ଏବଂ ସୁନହଟ ନିବାସୀ ଟୁଟୁ ବାବୁ ପ୍ରମୁଖ ସାମିଲ ଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Heartfelt Tribute Paid to Late Sudipta Mohanty During 11th Day Ritual | Argus News