Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଗ୍ରାମଦେବୀଙ୍କୁ ପୂଜା କରି ଧୁମଧାମରେ ବାଲିଯାତ୍ରା ମନାଇଲେ ଦୁର୍ଗମବାସୀ

Odisha

ଗ୍ରାମଦେବୀଙ୍କୁ ପୂଜା କରି ଧୁମଧାମରେ ବାଲିଯାତ୍ରା ମନାଇଲେ ଦୁର୍ଗମବାସୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଗ୍ରାମଦେବୀଙ୍କୁ ପୂଜା କରି ଧୁମଧାମରେ ବାଲିଯାତ୍ରା ମନାଇଲେ ଦୁର୍ଗମବାସୀ

ଅର୍ଗସ ବ୍ୟୁରୋ:  ଦୁର୍ଗମର ନିଆରା ବାଲିଯାତ୍ରା। ଗ୍ରାମଦେବୀଙ୍କୁ ପୂଜା କରି ଧୁମଧାମରେ ବାଲିଯାତ୍ରା ମନାଇଛନ୍ତି ଦୁର୍ଗମବାସୀ। 22 ବର୍ଷର ଅପେକ୍ଷା ଅନ୍ତ ପରେ ବାଲିଯାତ୍ରା ମନାଇଲେ ନେହେରୁପାଲି ଦୁର୍ଗମବାସୀ। ବଣ ପାହାଡ଼ ପରିବେଷ୍ଠିତ କୋରାପୁଟ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ବେଶ ଜଣାଶୁଣା l  ଜିଲ୍ଲାର ଆଦିବାସୀ ହିନ୍ଦୁ ରୀତିନୀତି ଅନୁଯାଇ ବିଭିନ୍ନ ପର୍ବ ପର୍ବାଣି ପାଳନ କରିଥାନ୍ତି ସେମଧ୍ୟରୁ ବାଲିଯାତ୍ରା ଅନ୍ୟତମ l ଏହି ବାଲିଯାତ୍ରାରେ ଗ୍ରାମର ଇଷ୍ଟ ଦେବୀଙ୍କୁ ପୂଜା ଅର୍ଚନା କରିବା ସହ ଭିମା ଦେବତାଙ୍କୁ ମଧ୍ୟ ପୂଜା କରାଯାଇଥାଏ । ଜିଲ୍ଲାର ପ୍ରାୟ ସବୁ ଗାଁରେ ବାଲିଯାତ୍ରା 3 ବର୍ଷ କିମ୍ବା 5 ବର୍ଷକୁ ଥରେ ପାଳନ କରାଯାଇଥାଏ।  କିନ୍ତୁ କୋଟପାଡ଼ ବ୍ଲକର ନେହେରୁପାଲି ଗାଁରେ ଦୀର୍ଘ 22 ବର୍ଷ ପରେ ପାଳିତ ହୋଇଛି ବାଲିଯାତ୍ରା।

ଆଦିବାସୀ ପରମ୍ପରା ଓ ଭାଇଚାରାର ନିଛ୍ଛକ ଉଦାହରଣ ହେଉଛି ନେହେରୁପାଲିର ବାଲିଯାତ୍ରା l ଏହି ବାଲି ଯାତ୍ରା ଗାଁରେ ଦୀର୍ଘ ତିନି ମାସ ପୂର୍ବରୁ ଆରମ୍ଭ ହୋଇଥାଏ। ତେବେ  ଶେଷ ଚାରି ଦିନ ଏହା ନିଆରା ଢଙ୍ଗରେ ପାଳିତ ହୁଏ l ଯାତ୍ରାର ପ୍ରଥମ ଦିନରୁ ଗ୍ରାମବାସୀ ପ୍ରଥମେ ନଦୀରୁ ବାଲି ଆଣିଥାନ୍ତି lପରେ ଗାଁର ପ୍ରତ୍ୟେକ ଘରୁ ଧାନ, ମୁଗ, ବିରି, ମାଣ୍ଡିଆ, ସୋରିଷ ଆଦି ବିଭିନ୍ନ ପ୍ରକାର ଶସ୍ୟକୁ ନେଇ ଅଣାଯାଇଥିବା ସେହି ନଦୀ ବାଲିରେ ବୁଣିଥାନ୍ତି l ତାପରେ ଯାତ୍ରାର ଶେଷରେ ସେହି ଶସ୍ୟ ଦ୍ୱାରା ବାଲିରେ ହୋଇଥିବା ଗଛକୁ ବାଉଁଶ ଚାଁଗୁଡାରେ ରଖି ମୁଣ୍ଡରେ ଧରି ବିରାଟ ପଟୁଆର ସହ ହଜାର ହଜାର ସଂଖ୍ୟାରେ ଗ୍ରାମବାସୀ ଗ୍ରାମରୁ ବାହାରି ଗ୍ରାମ ଦେବୀଙ୍କ ପାଖରେ ସମର୍ପଣ କରନ୍ତି l ଏହା ଆଦିବାସୀଙ୍କ ଏକ ନିଆରା ପରମ୍ପରା l ଗ୍ରାମଦେବୀ ପ୍ରତି ଆସ୍ଥା ଓ ବିଶ୍ବାସର ପର୍ବ ହେଉଛି ବାଲିଯାତ୍ରା। ସେଥିପାଇଁ ଗାଁର ପ୍ରତ୍ୟକଟି ଲୋକ ଏହି ଯାତ୍ରାରେ ସାମିଲ ହୋଇଥାନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
trivial celebrated unique sand festival | Argus News