Shubhamkar Mishra controversy / ବଢ଼ିଲା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର୍ ଶୁଭଙ୍କର ମିଶ୍ରଙ୍କ ଅଡୁଆ

Key Points
ବଢ଼ିଲା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର୍ ଶୁଭଙ୍କର ମିଶ୍ରଙ୍କ ଅଡୁଆ ।
ସିଂହଦ୍ୱାର ଥାନାରେ ଏତଲା ଦେଲେ ବରିଷ୍ଠ ସେବାୟତ
ମହାପ୍ରଭୁ ଓ ଶ୍ରୀମନ୍ଦିର ବିଷୟରେ କହିଥିଲେ ବିବାଦୀୟ କଥା
ପୂର୍ବରୁ ଜିଲ୍ଲାପାଳ କହିଥିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ
ମହଙ୍ଗା ପଡ଼ିଲା ଶ୍ରୀମନ୍ଦିର ନାଁରେ ବିବାଦୀୟ ଟିପ୍ପଣୀ ଦେବା । ଶୁଭଙ୍କର ମିଶ୍ରାଙ୍କ ନାଁରେ ସିଂହଦ୍ୱାରା ଥାନାରେ ଏତଲା । ବରିଷ୍ଠ ସେବାୟତ ଗୌରହରି ପ୍ରଧାନ ଏହି ଏତଲା ଦେଇଛନ୍ତି । ବଢିଚାଲିଛି ଶୁଭଙ୍କର ମିଶ୍ରାଙ୍କ ଅଡୁଆ । ସିଂହଦ୍ଵାର ଥାନାରେ ଏତଲା ଦେଲେ ବରିଷ୍ଠ ସେବକ ଗୌରହରି ପ୍ରଧାନ। ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ବିଷୟରେ ସୋସିଆଲ ମିଡିଆରେ ଅପପ୍ରଚାର କରିଥିଲେ ସୋସିଆଲ୍ ମିଡିଆ ଇନଫ୍ଲୁଏନ୍ସର ଶୁଭଙ୍କର ମିଶ୍ରା । ସମଗ୍ର ଓଡିଶାରେ ଶୁଭଙ୍କରଙ୍କ ପ୍ରତିକ୍ରିୟାକୁ ନେଇ ହୋଇଥିଲା ସମାଲୋଚନା । ପ୍ରେମୀଯୁଗଳ ବିବାହ ପୂର୍ବରୁ ଶ୍ରୀମନ୍ଦିର ଆସିବା ଅଶୁଭ, ପରେ ସେମାନେ ବିବାହ କରିପାରିବେ ନାହିଁ ବୋଲି କହିଥିଲେ ଶୁଭଙ୍କର । ଶ୍ରୀମନ୍ଦିର ଉପରେ ରାଧାରାଣୀଙ୍କ ଅଭିଶାପ ପଡିଛି ବୋଲି କହିଥିଲେ । ଗତକାଲି ଜିଲ୍ଲାପାଳ ବି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ ।
ସୂଚନାନୁଯାୟୀ ସୋସିଆଲ ମିଡିଆ ଇନଫ୍ଲୁଏନସର୍ ଶୁଭଙ୍କର ମିଶ୍ରା କହିଥିଲେ ଯେ, ବିବାହ ପୂର୍ବରୁ ଯଦି ପ୍ରେମୀ ଯୁଗଳ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କର ଦର୍ଶନ କରିବେ ତେବେ ସେମାନଙ୍କ ପ୍ରେମ କେବେ ବି ସଫଳ ହେବନାହିଁ। ଏଥିସହ ବିବାହ ବନ୍ଧନରେ ସେମାନେ କେବେ ବି ବାନ୍ଧି ହୋଇପାରିବେ ନାହିଁ ।
ଶ୍ରୀମନ୍ଦିର ଉପରେ ମା ରାଧାରାଣୀଙ୍କ ଅଭିଶାପ ପଡିଛି। ମା ରାଧାରାଣୀ ଶ୍ରୀକୃଷ୍ଣଙ୍କୁ ଜଗନ୍ନାଥଙ୍କ ରୂପରେ ଦର୍ଶନ କରିବାକୁ ଯାଉଥିବା ବେଳେ ସେତେବେଳେ ସେବାୟତ ମାନେ ତାଙ୍କୁ ଅଟକାଇଥିଲେ। ଏହା ମଧ୍ୟ କହିଥିଲେ ଶ୍ରୀମନ୍ଦିର ଭିତରକୁ ଭଗବାନଙ୍କ ଧର୍ମପତ୍ନୀଙ୍କ ପ୍ରବେଶ ଉପରେ ବାରଣ ରହିଛି । ଆପଣ କିଭଳି ଭିତରକୁ ଆସିଲେ। ଏକଥା ଶୁଣି ମା ରାଧାରାଣୀ ରାଗିଯାଇ ଶ୍ରୀମନ୍ଦିରକୁ ଅଭିଶାପ ଦେଇଥିଲେ ।
ଶୁଭଙ୍କର ମିଶ୍ରାଙ୍କ ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ପ୍ରତି ଏଭଳି ଭୁଲ୍ ଉପସ୍ଥାପନକୁ ନେଇ ଜଗନ୍ନାଥ ପ୍ରେମୀ ଓ ଗବେଷକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଆଉ ଏବେ ଶ୍ରୀମନ୍ଦିର ସିଂହଦ୍ଵାର ଥାନାରେ ଶୁଭଙ୍କର ମିଶ୍ରାଙ୍କ ନାଁ ରେ ଏତଲା। ବରିଷ୍ଠ ସେବାୟତ ଗୌରହରି ପ୍ରଧାନ ଦେଇଛନ୍ତି ଏତଲା। ଶୁଭଙ୍କରଙ୍କ ଏଭଳି ଟିପ୍ପଣୀ ନିନ୍ଦନୀୟ। ମହାପ୍ରଭୁଙ୍କ ଶ୍ରୀମନ୍ଦିର ବିଷୟରେ ଏଭଳି ଅଶୁଭ ଟିପ୍ପଣୀ ଦେବା ଘଟଣା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ।
ମିଶ୍ରଙ୍କ ମନ୍ତବ୍ୟ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ପ୍ରଭୁ ଜଗନ୍ନାଥଙ୍କ ଭକ୍ତ ଏବଂ ମନ୍ଦିରର ସେବକମାନେ ଏହି ବକ୍ତବ୍ୟକୁ ଭ୍ରାମକ ଏବଂ ଅସମ୍ମାନଜନକ ବୋଲି କହି ସମାଲୋଚନା କରିଛନ୍ତି। ସେମାନେ କହିଛନ୍ତି ଯେ ଏପରି ମନ୍ତବ୍ୟ ଦର୍ଶନାର୍ଥୀଙ୍କ ମଧ୍ୟରେ ଅନାବଶ୍ୟକ ଦ୍ୱନ୍ଦ୍ୱ ସୃଷ୍ଟି କରିପାରେ। ସୋସିଆଲ ମିଡିଆ ବ୍ୟବହାରକାରୀ ଏବଂ ଭକ୍ତମାନେ ମିଶ୍ରଙ୍କ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ଦାବି କରିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
📱 Get Argus News App
✨Related Topics
Explore more stories