ଅଟୋକୁ ଧକ୍କା ଦେଲା ଟ୍ରକ: ଜଣେ ମୃତ
·2 years ago

ଅର୍ଗସ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଆସିକା ମୁଖ୍ୟ ରାସ୍ତା ରାଜପୁର ଛକ ନିକଟରେ ଏକ ଅଟୋକୁ ଧକ୍କା ଦେଇଛି ଟ୍ରକ। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଚାରି ଜଣ ଗୁରୁତର ହୋଇଛନ୍ତି।
ଆଜି ଭୋର ସକାଳୁ ସକାଳୁ OR07X9093 ନମ୍ବର ଅଟୋଟି ଚାରିରୁ ପାଞ୍ଚ ଜଣ ଇଟା ଭାଟି ଶ୍ରମିକଙ୍କୁ ନେଇ ଦିଗପହଣ୍ଡିରୁ ପାଟପୁର ଭାଲିଆଝୋଳ। ଯାଉଥିବା ବେଳେ ସମ୍ମୁଖରୁ ଆସୁଥିବା ଏକ ଟ୍ରକଟି ଧକ୍କା ଦେଇ ଥିଲା। ଯାହା ଫଳରେ ଅଟୋ ଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ଖବର ପାଇ ଦିଗପହଣ୍ଡି ପୋଲିସ ପହଞ୍ଚି 108 ଆମ୍ବୁଲାନ୍ସ ଯୋଗେ ସମସ୍ତ ଗୁରୁତରଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅଧିକ ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆହତ ମାନେ ହେଲେ ରାମନାଥ ବରଜା, କୁନି ବରଜା ,ଫୁଲମତି ବରଜା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: