ଅଟୋରିକ୍ସାକୁ ଧକ୍କା ଦେଲା ଟ୍ରକ: ମହିଳା ମୃତ
·2 years ago

ଅର୍ଗସ ବ୍ୟୁରୋ: ଚାନ୍ଦପୁର ଥାନା ଏରିଆର ୧୬ ନଂ ଜାତୀୟ ରାଜପଥ ଯଥା ଗୌରଚନ୍ଦ୍ରପୁର ଛକ ନିକଟରେ ଘଟିଛି ଏକ ଦୁର୍ଘଟଣା। ଯେଉଁଠାରେ ଜଣେ ମହିଳାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ଭୁବନେଶ୍ୱରରୁ ବାଣପୁର ଅଭିମୁଖେ ଯାଉଥିବା ଏକ ଅଟୋରିକ୍ସାକୁ ଧକ୍କା ଦେଲା ଏକ ଟ୍ରକ।
ଧକ୍କା ପରେ ପଲଟି ମାରିଲା ଅଟୋରିକ୍ସା ଆଉ ଏହି ଅଟୋ ରିକ୍ସାରୁ ଛିଟିକି ପଡିଲେ ମହିଳା ଯାତ୍ରୀ ଜଣଙ୍କ। ସେହିଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ମୃତା ମହିଳା ଜଣକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳର ରାଜଲକ୍ଷ୍ମୀ ପଟ୍ଟନାୟକ । ଚାନ୍ଦପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: