Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଯୁବକ ଉପରେ ଉପରେ ଚଢ଼ିଗଲା ଆଇରନ୍ ବୋଝେଇ ଟ୍ରକ୍

Smruti Parija
Browse all articles by Smruti Parija
·2 years ago·1 min read
ଯୁବକ ଉପରେ ଉପରେ ଚଢ଼ିଗଲା ଆଇରନ୍ ବୋଝେଇ ଟ୍ରକ୍

ମୟୂରଭଞ୍ଜ: ଯୁବକଙ୍କ ଗୋଡ ଉପରେ ଚଢିଗଲା ଆଇରନ ବୋଝେଇ ଟ୍ରକ୍ । ଫଳରେ ଗୋଡ ଦୁଇଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବାନାଡୁଙ୍ଗୁରୀ  ନିକଟରେ ଘଟିଯାଇଛି ଏହି ମର୍ମନ୍ତୁଦ ଦୁର୍ଘଟଣା ।

ସୂଚନା ଅନୁସାରେ ବହଳଦା ଥାନା ଅନ୍ତର୍ଗତ ବାନାଡୁଙ୍ଗୁରୀ ଗାଁର  ହରେକୃଷ୍ଣ ମହାନ୍ତଙ୍କର  ପୁତ୍ର ସୁବ୍ରତ କୁମାର ମହାନ୍ତ ରାସ୍ତା କଡରେ ଛିଡା ହୋଇଥିଲେ ।  ସେହି ସମୟରେ OD09KU ୬୨୬୬ ଗାଡି ନଂ  ଆଇରନ୍ ବୋଝେଇ ଟ୍ରକ ଗାଡିଟି ବୁଲାଇବା ସମୟରେ  ଗାଡିର ପଛ ଛକରେ  ଚାପି ହୋଇ ଯାଇଥିଲା ।

ଫଳରେ ଯୁବକର ଗୋଡ ଦୁଇଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଘଟଣାସ୍ଥଳରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ  ଚିକିତ୍ସା ପାଇଁ  ପଠାଇଥିଲେ । ରକ୍ତ ଜୁଡୁବୁଡୁ ଦେଖି  ବାନାଡୁଙ୍ଗୁରୀ ଛକ ନିକଟରେ  କ୍ଷତିପୂରଣ ଦାବିରେ ରାସ୍ତା କୁ ଅବରୋଧ କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ଜିଲ୍ଲା ପିଆରଏମ୍ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି  ଘଟଣାରେ  ବହଳଦା  ପୋଲିସ  ଓ ରାଇରଙ୍ଗପୁର  ଏସ୍ ଡି ପିଓ  ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ  ଘଟଣାସ୍ଥଳ ଶାନ୍ତିପୂର୍ଣ୍ଣ  ହୋଇଥିଲା । ପୋଲିସ  ଏ ନେଇ  ତଦନ୍ତ  ଚଳାଇଛି  । 

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
truck-hits-bike-youngman-injured-severely-at-rairangpur | Argus News