Bus Accident / ଭୟଙ୍କର ସଡକ ଦୁର୍ଘଟଣା; ବସକୁ ଧକ୍କା ଦେଲା ଟ୍ରକ, 5 ମୃତ...12 ରୁ ଉର୍ଦ୍ଧ୍ୱ ଗୁରୁତର

Key Points
ଭୟଙ୍କର ବସ ଦୁର୍ଘଟଣା
ବସକୁ ପିଟିଲା ଟ୍ରକ
5 ମୃତ 12 ରୁ ଉର୍ଦ୍ଧ୍ୱ ଗୁରୁତର
ଭୟଙ୍କର ବସ ଦୁର୍ଘଟଣା । କେ ବଲାଙ୍ଗ ଥାନା ନିକଟ 520 ଜାତୀୟ ରାଜପଥରେ ବସକୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ 5 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 12 ଜଣ ଗୁରୁତର ଆହତ ହୋଇଛନ୍ତି । ଲିଙ୍ଗରାଜ ବସ ରାଉରକେଲାରୁ ଆସୁଥିବାବେଳେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ରାସ୍ତା ଜାମ ଯୋଗୁଁ ରଙ୍ଗ୍ ରୁଟ୍ ରେ ଆସୁଥିଲା ବସ୍ । ଫଳରେ ଏତେ ବଡ ଦୁର୍ଘଟଣା ଘଟିଛି । ମୃତଙ୍କ ସଂଖ୍ୟା ଓ ଗୁରୁତରଙ୍କ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି । ସେପଟେ ଘଟଣାସ୍ଥଳରେ କେ ବଲାଙ୍ଗ ପୋଲିସ୍ ଓ ଅଗ୍ନିଶମ ବାହିନୀ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ରାଉରକେଲାରୁ କୋଇଡାକୁ ଆସୁଥିଲା ଘରୋଇ ବସ୍ "ଲିଙ୍ଗରାଜ" । ରାସ୍ତା ଜାମ୍ ଯୋଗୁ ବସଟି ରଙ୍ଗ୍ ରୁଟ୍ ରେ ଆସୁଥିବାବେଳେ ଆର ପାର୍ଶ୍ୱରୁ ଟ୍ରକ୍ ଆସୁଥିଲା । ଭୟଙ୍କର ଦୁର୍ଘଟଣା ଯୋଗୁଁ 5 ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କର ମୃତ୍ୟୁ ଆଶଙ୍କା କରାଯାଉଛି । ଯାତ୍ରୀ ମାନଙ୍କୁ ବସ୍ ଝରକା କଟର୍ ସାହାଯ୍ୟରେ କାଟି ବାହାର କରାଯାଉଛି । ଦୁର୍ଘଟଣା ପରେ ପୁରା ରାସ୍ତା ଏବେ ଜାମ୍ ।
ଆହୁରି ପଢନ୍ତୁ Tourist Bus Accident: ଭୋର୍ ସମୟରେ ବଡ଼ ଦୁର୍ଘଟଣା; ଛିଡ଼ା ହୋଇଥିବା ଟ୍ରକକୁ ପିଟିଲା ଟୁରିଷ୍ଟ ବସ୍
📱 Get Argus News App
✨ସେପଟେ ରାୟଗଡା ଜିଲ୍ଲା ଗୁଣପୁର ଥାନା ଅନ୍ତର୍ଗତ ଭାଲେରୀ କୁଡ଼ିଆ ଗ୍ରାମ ମୁଖ୍ୟ ରାସ୍ତାରେ ଏକ ଟିପର ଭାରସାମ୍ୟ ହରାଇ ଗଛକୁ ପିଟି ହୋଇଛି । ଫଳରେ 2 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଚାଳକ ଜଣକ ଗୁରୁତର ଭାବେ ଆହତ ହୋଇଛନ୍ତି । ଆଜି ଭୋରୁ ଭୋରୁ ଟିପ୍ପରଟି ଗୁଣପୁରରେ ବାଲି ଅନଲୋଡ କରି ଫେରିବା ସମୟରେ ଦୁର୍ଘଟଣା ଘଟିଥିଲା । ସମସ୍ତଙ୍କୁ ତୁରନ୍ତ ଉଦ୍ଧାର କରି ଗୁଣପୁର ଉପକଣ୍ଠ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ 2 ଜଣଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଷୋଷଣା କରିଛନ୍ତି । ମୃତକ ଓ ଆହତ ସମସ୍ତ ଅର୍ଜୁନ ଗୁଡା ଗ୍ରାମର ବୋଲି ଜଣା ପଡ଼ିଛି । ପୋଲିସ ଏନେଇ ତଦନ୍ତ ଜାରି ରଖିଛି ।
ସେହିପରି କୋରାପୁଟ ଜିଲ୍ଲା ନାରାୟଣପାଟଣା ପେଟ୍ରୋଲ ପମ୍ପ ନିକଟରେ ଘଟିଛି ଦୁର୍ଘଟଣା । ବିଳମ୍ବିତ ରାତିରେ ସ୍ଥାନୀୟ ଷ୍ଟେଟ୍ ବ୍ୟାଙ୍କ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି ।
ଭାରସାମ୍ୟ ହରାଇ ନଦୀରେ ବୁଡିଲା କଣ୍ଟେନର,ସୁରକ୍ଷିତ ଭାବେ ଉଦ୍ଧାର ହେଲେ ଡ୍ରାଇଭର । ଘଟଣାଟି ଅଡବା ଥାନା ଆଡାପଙ୍କା ବ୍ରିଜ ନିକଟରେ ବିଳମ୍ବିତ ରାତିରେ ଘଟିଛି । ଅଡବା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ପ୍ରକାରେ କଣ୍ଟେନରଟି ରାୟଗଡା ଜିଲ୍ଲାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବାବେଳେ ଭାରସାମ୍ୟ ହରାଇ ଅଡବା ହରଭଙ୍ଗି ନଦୀ ମଧ୍ୟକୁ ଖସି ଯାଇଥିଲା । ପାଣିର ଗଭୀରତା ଅଧିକ ଥିବା ହେତୁ ଗାଡ଼ିଟି ସମ୍ପୂର୍ଣ୍ଣ ବୁଡିଯାଇଥିବା ବେଳେ ସୌଭାଗ୍ୟ ବଶତଃ ଡ୍ରାଇଭର ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି ।
Related Topics
Explore more stories