ସ୍କୁଟିକୁ ଧକ୍କା ଦେଲା ଟ୍ରକ: ୨ ମୃତ
·1 year ago

ଅର୍ଗସ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଓଭରବ୍ରିଜ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ୪୯ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ଓଭରବ୍ରିଜ ନିକଟରେ ଟ୍ରକ ସହ ସ୍କୁଟି ଧକ୍କା ହୋଇଛି। ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ।
ମୃତକ ମାନେ ଚନ୍ଦନପୁର ଗ୍ରାମର ବୋଲି ଜଣାପଡିଛି। ସେପଟେ ବାଙ୍ଗିରିପୋଷି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଟ୍ରକଟି ଝାରପୋଖରିଆ ଥାନା ଆଡୁ ଦ୍ବାରଶୁଣି ଘାଟିକୁ ଯାଉଥିବା ବେଳେ ସ୍କୁଟି ସହ ଦୁର୍ଘଟଣା ଘଟିଛି।
ସ୍କୁଟିଟି ଉପରେ ଟ୍ରକ ଚାପି ଯାଇ ୩୦ଫୁଟ ଦୂରକୁ ଘୋଷାଡି ନେଇଥିବା ସୂଚନା ମିଳିଛି। ମୃତ ଦୁଇ ଯୁବକ ହେଲେ ଚନ୍ଦନପୁର ଗ୍ରାମର ବାବୁଲୁ ବେହେରା ଓ ରବି ବେହେରା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଟ୍ରକ୍କୁ ଜବତ କରାଯାଇଥିବା ବେଳେ ଡ୍ରାଇଭର ଫେରାର ଅଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: