ବାଇକ୍ ଉପରେ ଚଢ଼ିଗଲା ଟ୍ରକ: ଚାଳକ ମୃତ
·1 year ago·1 min read

ଅର୍ଗସ ବ୍ୟୁରୋ: ବେପାରୁଆ ଗାଡ଼ି ଚାଳନା ଯୋଗୁଁ ବାଇକ୍ ଚାଳକଙ୍କ ଚାଲିଗଲା ଜୀବନ । ଏଭଳି ଏକ ଦୁଃଖଦ ଖବର ଟାଙ୍ଗୀ ନିକଟସ୍ଥ ଚଣ୍ଡେଶ୍ୱର ଛକ ୧୬ ନଂ ଜାତୀୟ ରାଜପଥ ଉପରେ ଘଟିଛି । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ନରମାନବୀ ଗ୍ରାମର ପ୍ରଦୀପ ସ୍ୱାଇଁ ଓ ନାଚୁଣୀ ନିକଟସ୍ଥ ସଲପଡିହ ଗ୍ରାମର ଦେବରାଜ ବେହେରା ଦୁହେଁ ଏକ ବାଇକ୍ ଯୋଗେ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ବେଳେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ଏହି ବାଇକ୍ ଉପରେ ଚଢ଼ି ଯାଇଥିଲା ।
ବାଇକ୍ ଚାଳକ ଏବଂ ବାଇକ୍ ଆରୋହଣକାରୀ ଦୁହେଁ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ଚିକିତ୍ସା ପାଇଁ ଟାଙ୍ଗୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ମାତ୍ର ଡାକ୍ତର ବାବୁ ନରମାନବୀ ଗ୍ରାମର ବାଇକ୍ ଚାଳକ ପ୍ରଦୀପ ସ୍ୱାଇଁଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ଟାଙ୍ଗୀ ପୋଲିସ ପକ୍ଷରୁ ତଦନ୍ତ କରାଯାଉଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: