Trust Scam Exposed / ଟ୍ରଷ୍ଟ ନାଁରେ ବଡ଼ କେଳେଙ୍କାରୀ, ବନ୍ଧା ହେଲେ ଠକ ଟ୍ରଷ୍ଟ ଚଳାଉଥିବା ୩ ଅଭିଯୁକ୍ତ
·6 months ago·2 min read

Key Points
ଟ୍ରଷ୍ଟ ନାଁରେ ବଡ଼ କେଳେଙ୍କାରୀ
ଚାକିରି ଦେବା ନାଁରେ ଶତାଧିକ ଯୁବକ ଯୁବତୀଙ୍କଠାରୁ ଲୁଟ୍
କୋଟିଏରୁ ଅଧିକ ଟଙ୍କା ଠକିନେଲେ ଦୁର୍ବୃତ୍ତ
ବନ୍ଧା ହେଲେ ଠକ ଟ୍ରଷ୍ଟ ଚଳାଇଥିବା 3 ଜଣ

ଟ୍ରଷ୍ଟ ନାମରେ ଠକ 420। ସରକାରୀ ଚାକିରି ନାଁରେ କୋଟି କୋଟି ଟଙ୍କାର ବଡ଼ ଠକେଇ, ଗଞ୍ଜାମର ବିଭିନ୍ନ ବ୍ଲକକୁ ଲମ୍ବିଛି ଚେର, ଶ୍ରୀ ଜଗନ୍ନାଥ ଟ୍ରଷ୍ଟର ୩ ଜଣ ଗିରଫ ହୋଇଛନ୍ତି । ଗିରଫ ପରେ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ କରି ଅଧିକ ଖୋଳତାଡ଼ କରୁଛି ବ୍ରହ୍ମପୁର ପୋଲିସ ।12,500ରୁ 20,000 ଟଙ୍କା ଦିଅନ୍ତୁ, ଆପଣଙ୍କର ସରକାରୀ ଚାକିରି ପକ୍କା । ଏମିତି ଢଙ୍ଗରେ ଲୁଟୁଥିଲେ ଟ୍ରଷ୍ଟ ସଦସ୍ୟ। ଚାକିରି ନାଁରେ ଗଞ୍ଜାମ ଜିଲ୍ଲାର ଶତାଧିକ ଯୁବକ ଯୁବତୀଙ୍କଠାରୁ କୋଟିଏରୁ ଅଧିକ ଟଙ୍କା ଠକି ନେବା ଅଭିଯୋଗରେ ବୈଦ୍ୟନାଥପୁର ଥାନା ପୋଲିସ ଶ୍ରୀ ଜଗନ୍ନାଥ ହ୍ୟୁମାନ୍ ଏମ୍ପପାୱାରମେଣ୍ଟ ଟ୍ରଷ୍ଟ ନାମକ ଏକ ସଂସ୍ଥାର ୩ ଜଣଙ୍କୁ ଗିରଫ କରିଛି ।
ସେମାନେ ହେଲେ ଟ୍ରଷ୍ଟ ମୁଖ୍ୟ ତଥା ଭଦ୍ରକ ଜିଲ୍ଲା ପାଟନା ମିଶ୍ରପୁର ଗ୍ରାମର ସ୍ମୃତି ପ୍ରଭା ମହଙ୍କୁଡ(୩୩), ଓଡ଼ିଶା ମୁଖ୍ୟ ତଥା ଗଞ୍ଜାମ ଜିଲା ରମ୍ଭା ନିକଟ ଗଡ଼ହୁମାର ପ୍ରଶାନ୍ତ କୁମାର ବେହେରା(୪୩) ଓ ଟ୍ରଷ୍ଟର ଗଞ୍ଜାମ ମୁଖ୍ୟ ଗୋଳନ୍ଥରା କୋଠାର ସିଂର ନିରୁପମା ମହାନ୍ତି(୪୩) । ପୁଲିସ ସେମାନଙ୍କଠାରୁ ନକଲି ନିଯୁକ୍ତି ପତ୍ର ଜବତ କରିଛି ।ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଚଢ଼େଇୟାପଲ୍ଲୀର ଗୋପାଳକୃଷ୍ଣ ସେଠୀ ପାଠ ପଢ଼ା ସରିବା ପରେ ଚାକିରି ସନ୍ଧାନରେ ଥିଲେ । ବ୍ରହ୍ମପୁରରେ ଅଫିସ୍ ଖୋଲିଥିବା ଶ୍ରୀଜଗନ୍ନାଥ ଟ୍ରଷ୍ଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଖାଲିଥିବା ସରକାରୀ ଚାକିରି ଦେଉଥିବା ସେ ଜାଣିବାକୁ ପାଇଲେ ।
ଏଥିସହ ପଢ଼ନ୍ତୁ: କାଲି ଦେଖିବେ ବର୍ଷର ପ୍ରଥମ 'ସୁପରମୁନ୍', ସାଧାରଣ ଦିନଠାରୁ ଚନ୍ଦ୍ର ୧୪% ବଡ଼ ଦେଖାଯିବ
ସେ ସେହି ସଂସ୍ଥାର ଯୋଗାଯୋଗରେ ଆସିଲେ । ସଂସ୍ଥା ପକ୍ଷରୁ ଚାକିରି ପ୍ରତିଶ୍ରୁତି ଦିଆଯାଇ ତାଙ୍କଠାରୁ ୧୨୫୦୦ ଟଙ୍କା ଆଦାୟ କରାଯାଇଥିଲା। ହେଲେ ଅନେକ ମାସ ଯାଏଁ ଚାକିରି ମିଳିଲାନି। ଟ୍ରଷ୍ଟ କର୍ମଚାରୀଙ୍କଠାରୁ ସନ୍ତୋଷ ଜନକ ଉତ୍ତର ନ ପାଇବାରୁ ଏ ସଂସ୍କାର କେଳେଙ୍କାରୀ ବାବଦରେ ଖୋଳତାଡ଼ କଲେ। ପରେ ସେ ବ୍ରହ୍ମପୁର ଏସପିଙ୍କ ଅଫିସରେ ଅଭିଯୋଗ କଲେ । ଏହା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଦିନକୁ ଦିନ ଚାକିରିର ଲୋଭ ଦେଖାଇ ସାଧାରଣ ଲୋକଙ୍କୁ ଠକୁଛନ୍ତି କିଛି କମ୍ପାନୀ। ଏମାନଙ୍କୁ ଧରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି। ଅନ୍ୟପଟେ ଏଭଳି ଘଟଣା ଯେ, କେବଳ ବ୍ରହ୍ମପୁର, ଗଞ୍ଜାମରୁ ଆସିଛି ତାହା ନୁହେଁ, ବିଭିନ୍ନ ସ୍ଥାନରୁ ଏଭଳି ଘଟଣା ସାମ୍ନାକୁ ଆସୁଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories