Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସାମ୍ନାକୁ ଆସିଲା ସିସିଟିଭିର ସତ, ସାମ୍ବାଦିକାଙ୍କୁ କାହିଁକି ଟଚ୍ କଲେ ଟୁଟୁ ?

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ସାମ୍ନାକୁ ଆସିଲା ସିସିଟିଭିର ସତ, ସାମ୍ବାଦିକାଙ୍କୁ  କାହିଁକି ଟଚ୍ କଲେ ଟୁଟୁ ?

ସାମ୍ନାକୁ ଆସିଲା ସିସିଟିଭିର ଦୃଶ୍ୟ । ଦେଖନ୍ତୁ ଏହି ଦୃଶ୍ୟକୁ । କେମିତି ଗେଟ୍‌ ପାଖରେ ପ୍ରଯୋଜକ ଟୁଟୁ ନାୟକ ମହିଳା ସାମ୍ବାଦିକାଙ୍କ ଗାଲରେ ହାତ ମାରୁଛନ୍ତି । ଅବଶ୍ୟ ଏ ଦୃଶ୍ୟ ଦେଖିବା ପରେ ଆପଣ ବିଚଳିତ ହୋଇପାରନ୍ତି । କିନ୍ତୁ ଖବର ପ୍ରସାରଣ ଉଦ୍ଦେଶ୍ୟରେ ଆମେ ଏହି ଭିଡିଓ ପ୍ରସାରଣ କରୁଛୁ । ହେଲେ ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା ଜଣେ ସାମ୍ବାଦିକାଙ୍କୁ କାହିଁକି ଓ କେଉଁ ପରିସ୍ଥିତିରେ ଟଚ୍‌ କରିଥିଲେ ଟୁଟୁ । ସେପଟେ ପୂରା ଘଟଣାରେ ଅର୍ଗସକୁ ପ୍ରତିକ୍ରିୟା ଦେଇ ଟୁଟୁ କହିଛନ୍ତି, ମୁଁ ଚାପୁଡ଼ା ମାରିନି ବରଂ ଥଟ୍ଟାରେ ଖଲି ଟଚ୍‌ କରୁଛି । ହେଲେ ସର୍ବସାଧାରଣ ସ୍ଥାନରେ ଜଣେ କାର୍ଯ୍ୟରତ ସାମ୍ବାଦିକାଙ୍କୁ ସ୍ପର୍ଶ କରିବା କେତେ ଦୂର ଠିକ୍‌ ସେ ବିଚାର ଆପଣଙ୍କର ।

ତେବେ ସାମ୍ବାଦିକା ଜଣକ ଭୁବନେଶ୍ଵରର ଏକ ସିନେମା ହଲ୍‌କୁ ନ୍ୟୁଜ୍ ସଂଗ୍ରହ ପାଇଁ ଯାଇଥିଲେ । ସେଠାରେ ଟୁଟୁ ନାୟକ ତାଙ୍କୁ ଖରାପ ବ୍ୟବହାର କରି ଗାଲରେ ହାତ ମାରିବା ସହ ଖରାପ ଭାଷା ପ୍ରୟୋଗ କରିଥିଲେ. ଏହାକୁ ନେଇ ଖାରବେଳ ଥାନାରେ ଏତଲା ଦେଇଛନ୍ତି ସାମ୍ବାଦିକା. ସେ କହିଛନ୍ତି ମୁଁ ମାନସିକ ଆଘାତ ପାଇବା ସହ ନିଜକୁ ଅସୁରକ୍ଷିତ ମଣୁଛି. ଟୁଟୁଙ୍କ ଏପରି ଆଛରଣ ମତେ ମର୍ମାହତ କରିଛି ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସାମ୍ବାଦିକା. ତେବେ ଏହାର ପ୍ରତିକ୍ରିୟାରେ ଟୁଟୁ ନାୟକ କହିଛନ୍ତି , ମୁଁ କେବଳ ଥଟ୍ଟାମଜାରେ ଟିକେ ହାତ ମାରିଛି. ତେବେ ସିସିଟିଭି ଫୁଟେଜ ମିଳିବା ପରେ ଏ ନେଇ ତଦନ୍ତ କରୁଛି ପୋଲିସ. ତେବେ ଟୁଟୁ କାହା ବଳରେ ବଳିୟାନ ହୋଇ ଏଭଳି ଦାଦାଗିରି କରୁଛନ୍ତି ବୋଲି ସେପଟେ ପ୍ରଶ୍ନ ଉଠୁଛି ।  


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Sponsored
tutu nayak slaps to a lady repoter | Argus News