ସାମ୍ବାଦିକାଙ୍କ ପିଠିକୁ ଜୋର୍ରେ ପିଟିଲେ ଟୁଟୁ
·2 years ago

ଭୁବନେଶ୍ୱର: ମହିଳା ସାମ୍ବାଦିକଙ୍କୁ ପ୍ରଯୋଜକ ଟୁଟୁ ନାୟକଙ୍କ ଆକ୍ରମଣ। ମହିଳା ସାମ୍ବାଦିକଙ୍କୁ ଚାପୁଡ଼ା ମାରିବା ସହ ଖରାପ ଭାଷାରେ ଗାଳି କରିଥିଲେ। ପୁଣି ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ କରିଥିଲେ ଟୁଟୁ। ଭୁବନେଶ୍ଵରର ଏକ ସିନେମା ହଲ୍କୁ ନ୍ୟୁଜ୍ ସଂଗ୍ରହ ପାଇଁ ଯାଇଥିଲେ ସାମ୍ବାଦିକା।
ପାଖକୁ ଆସି ହଠାତ୍ ସାମ୍ବାଦିକାଙ୍କୁ ଚାପୁଡ଼ା ମାରିବା ସହ ଖରାପ ଭାଷା ପ୍ରୟୋଗ କରିଥିଲେ। ବୁମ୍ ଉଠାଇଥିବା ବେଳେ ପୁଣି ସାମ୍ବାଦିକାଙ୍କୁ ପିଠିକୁ ଜୋର୍ରେ ପିଟିଲେ। ଟୁଟୁଙ୍କ ନାଁରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସାମ୍ବାଦିକା। ଖାରବେଳନଗର ଥାନାରେ ଏତଲା ଦେଇଛନ୍ତି । ମାନସିକ ଆଘାତ ପାଇବା ସହ ନିଜକୁ ଅସୁରକ୍ଷିତ ମଣୁଛି କହିଲେ ସାମ୍ବାଦିକା। ଟୁଟୁଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାମ୍ବାଦିକାଙ୍କ ଦାବି। ସେପଟେ ପ୍ରଶ୍ନ ଉଠୁଛି ଟୁଟୁ କାହା ବଳରେ ବଳିୟାନ ହୋଇ ଏଭଳି ଦାଦାଗିରି କରୁଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢନ୍ତୁ ଓଡିଶା ଖବର