Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ରବଳ ବର୍ଷାରେ ଭିଜିଲା ଟ୍ଵିନ ସିଟି: ୯ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ

Odisha

ପ୍ରବଳ ବର୍ଷାରେ ଭିଜିଲା ଟ୍ଵିନ ସିଟି: ୯ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ

Ritu Das
Browse all articles by Ritu Das
·2 years ago·2 min read
ପ୍ରବଳ ବର୍ଷାରେ ଭିଜିଲା ଟ୍ଵିନ ସିଟି: ୯ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ

ଅର୍ଗସ ବ୍ୟୁରୋ: ତାଣ୍ଡବ ରଚିଲା କାଳ ବୈଶାଖୀ। ଭିଜିଲା ଟ୍ଵିନ ସିଟି ଭୁବନେଶ୍ବର ଓ କଟକ । ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ପୁରୀରେ ରାତିରେ ଝିପିଝିପି ବର୍ଷା ସହ ୪୦ ରୁ ୫୦  କିମି ବେଗରେ ପବନ ବହିଥିଲା । ବଢିବ ବର୍ଷାର ପରିମାଣ ୧୨ ଜିଲ୍ଲାକୁ ଅରେଞ୍ଜେ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ବଙ୍ଗୋପସାଗରରେ ଗୁରୁଚାପ ବଳୟ ସକ୍ରିୟ ରହିଛି ତାର ପ୍ରଭାବରେ ରାଜ୍ୟରେ କାଳବୈଶାଖୀ ହୋଇଛି। ବର୍ଷା, ଘଡଘଡି ଓ କୁଆପଥର ନେଇ କୃଷକ ମାନଙ୍କୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । 

ବିଗତ ୨୪ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ପ୍ରଭାବ ଜାରି ରହିବ। ଯାଜପୁର ସହରରେ ୬୦ ମିମି ବର୍ଷା ରେକର୍ଡ କରାଯାଇଛି ତା ସହ ଗଞ୍ଜାମ , ଗଜପତି , ନୟାଗଡ ଏସବୁ ଜିଲ୍ଲାରେ ବର୍ଷାର ପ୍ରକୋପ ଅଧିକ ରହିଛି।  ଆଭ୍ୟନ୍ତରୀଣ ଓଡ଼ିଶାର ବରଗଡ଼, ସମ୍ବଲପୁର ଓ ଦେଓଗଡରେ ମଧ୍ୟ ଲଗାଣ ବର୍ଷା ଜାରି ରହିଛି। ପୁରା ରାଜ୍ୟରେ ମେଘୁଆ ପାଗ ରହିଛି। ବାୟୁମଣ୍ଡଳରେ ଯେଉଁ ମଧ୍ୟ ଓ ନିମ୍ନ ଚାପରେଖା ରହିଛି ତା ସହ  ଗୁରୁଚାପ ବଳୟ ପ୍ରଭାବରେ ଜଳୀୟପୂର୍ଣ୍ଣ ବାୟୁ ପରସ୍ପର ସଂସ୍ପର୍ଶରେ ଆସି ପ୍ରତିକ୍ରିୟାଶୀଳ ହୋଇ ଏଭଳି ପାଗ ସୃଷ୍ଟି କରୁଛନ୍ତି। 

ଭାରି ବର୍ଷା ପାଇଁ ଯାଜପୁର, କଟକ, ନୟାଗଡ, ବୌଦ୍ଧ ଓ କନ୍ଧମାଳ ଏହି ଜିଲ୍ଲା ଗୁଡିକରେ ଭାରି ବର୍ଷା ପାଇଁ ଚେତାବନୀ ଜାରି କରାଯାଇଛି । କୁଆପଥର ବର୍ଷା ପାଇଁ ବୌଦ୍ଧ, କଳାହାଣ୍ଡି, ବଲାଙ୍ଗୀର , କନ୍ଧମାଳ , ସୋନପୁର , ଅନୁଗୁଳ ଓ ଢେଙ୍କାନାଳକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ଅବଶିଷ୍ଟ ୧୮ ଜିଲ୍ଲାକୁ ମଧ୍ୟ ବର୍ଷା ପାଇଁ ଚେତାବନୀ ଦିଆଯାଇଛି । ଏହି ବର୍ଷାର ପ୍ରଭାବ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ । ବିଶେଷ କରି ଉପକୂଳ ଓଡ଼ିଶାରେ ଲାଗି ରହିବ । ପାଶ୍ୱବର୍ତ୍ତୀ ଜିଲ୍ଲା ଦକ୍ଷିଣ ଓଡ଼ିଶାରେ ମଧ୍ୟ ହାଲୁକରୁ ମାଧ୍ୟମ ଧାରଣର ବର୍ଷା ଅନୁଭୂତ ହେବ। ବର୍ଷା ଓ କୁଆପଥର ବର୍ଷା ପ୍ରଭାବରେ ଚାଷ ମଧ୍ୟ ବିଶେଷ ଭବେ ପ୍ରଭାବିତ ହେବାର ସମ୍ଭାବନା ରହିଛି ତେଣୁ ଏହାକୁ ନେଇ ମଧ୍ୟ ଚାଷୀ ଭାଇମାନଙ୍କୁ ଚେତାବନୀ ଦିଆଯାଇଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ପାଣିପାଗ ଖବର 
 

Argus Whatsapp Channel Mobile Top
Sponsored
Twin Cities in heavy | Argus News