Weather Alert / ସକାଳୁ ସକାଳୁ ଟ୍ଵିନ୍ସିଟିରେ ବର୍ଷା, ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି, ୬ ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ଆଲର୍ଟ,୫୦ରୁ ୬୦ କିମି ବେଗରେ ବହିପାରେ ପବନ
·2 hours ago·2 min read

Key Points
ସାରା ରାଜ୍ୟରେ ବଦଳିଛି ପାଗର ମିଜାଜ
ଟୁଇନ୍ ସିଟିରେ ସକାଳୁ ମୌସୁମୀ ବର୍ଷା
୬ ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ଆଲର୍ଟ
ବର୍ଷା, ବିଜୁଳି ସହ ଘଡ଼ଘଡ଼ି ସମ୍ଭାବନା
ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ବହିପାରେ ପବନ
ପାଣିପାଗ ବିଭାଗର ସୁଚନା

ଭୁବନେଶ୍ବର,୨୨/୦୬: ସାରା ରାଜ୍ୟରେ ବଦଳିଛି ପାଗର ମିଜାଜ । ମେଘୁଆ ଆକାଶ ସାଙ୍ଗକୁ ଝିପିଝିପି ବର୍ଷାରେ ଭିଜୁଛି ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା । ବିଶେଷ କରି ଟୁଇନ୍ ସିଟି ଭୁବନେଶ୍ୱର ଓ କଟକରେ ସକାଳୁ ଲାଗି ରହିଛି ମୌସୁମୀ ବର୍ଷା ଲଗାତାର ବର୍ଷା ଯୋଗୁଁ ପ୍ରବଳ ଗରମ ଓ ଅସହ୍ୟ ଗୁଳୁଗୁଳିରୁ ମିଳିଛି ବଡ଼ ଆଶ୍ୱସ୍ତି । ରାଜଧାନୀ ଭୁବନେଶ୍ୱରଠାରୁ ଆରମ୍ଭ କରି କଟକ ପର୍ଯ୍ୟନ୍ତ ସବୁଆଡ଼େ ମୌସୁମୀ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି । ସକାଳୁ ଆକାଶ ଘନ କଳା ମେଘରେ ଢାଙ୍କି ରହିଥିବାବେଳେ ଝିପିଝିପି ବର୍ଷାରେ ରାସ୍ତାଘାଟ ଭିଜିଯାଇଛି । ଆଗାମୀ ୩ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଞ୍ଜର ବିଚ୍ଛିନ୍ନ ସ୍ଥାନରେ ୫୦-୬୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବା ସହିତ ମଧ୍ୟମ ଧରଣର ବଜ୍ରପାତ, ବିଜୁଳି ଏବଂ ବର୍ଷା ହେବାର ସମ୍ଭାବନା ବହୁତ ଅଧିକ ବୋଲି ପାଣିପାଗ ବିଭାଗ ସୁଚନା ଦେଇଛି।
ବର୍ଷା ସହ ତାପମାତ୍ରା ହ୍ରାସ ପାଇଥିବାରୁ ଲୋକମାନେ ଖରା ଓ ଗୁଳୁଗୁଳିରୁ ନିଶ୍ୱାସ ପାଇଛନ୍ତି । ପାଗର ଏହି ପରିବର୍ତ୍ତନ ଚାଷୀଙ୍କ ପାଇଁ ମଧ୍ୟ ଆଶାର କିରଣ ପାଲଟିଛି । ଧାନ ଚାଷ ପାଇଁ ଜମି ପ୍ରସ୍ତୁତି କାମରେ ଏହି ବର୍ଷା ସହାୟକ ହେବ ବୋଲି ଆଶା କରାଯାଉଛି । ଅନ୍ୟପଟେ ବର୍ଷା ଯୋଗୁଁ ସହରର କିଛି ତଳିଆ ଅଞ୍ଚଳରେ ପାଣି ଜମିବା ସହ ଯାତାୟାତ ଉପରେ ସାମାନ୍ୟ ପ୍ରଭାବ ପଡ଼ିଛି । ତଥାପି ତୀବ୍ର ଗରମରୁ ମୁକ୍ତି ମିଳିଥିବାରୁ ଲୋକମାନଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି। ମୌସୁମୀ ପ୍ରଭାବରେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ପରିମାଣ ବଢ଼ିବ । ତେବେ ୨୮ ତାରିଖରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ବଢ଼ିପାରେ ବୋଲି ପାଣିପାଗ ବିଜ୍ଞାନୀ ଡ. ଶରତ ସାହୁ କହିଛନ୍ତି।
ପଢନ୍ତୁ ଏହି ଖବର: ରାଜ୍ୟରେ ବଢ଼ିବ କାଳବୈଶାଖୀ ବର୍ଷା,ଆଜି ପ୍ରବଳ ବର୍ଷା ନେଇ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୨୧ ଜିଲ୍ଲାକୁ ଜାରି ହେଲା ୟେଲୋ ୱାର୍ଣ୍ଣିଂ
ପାଣିପାଗ ବିଭାଗର ଆକଳନ କହୁଛି, ଆଜି ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ଭାରି ବର୍ଷା ହୋଇପାରେ । ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ୫୦ରୁ ୬୦ କିମି ବେଗରେ ପବନ ବି ବହିପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର,କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ତେବେ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗୁଳୁଗୁଳି ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି । ୨୩, ୨୪ ଓ ୨୫ ତାରିଖରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ।
ରବିବାର ସୋନପୁରରେ ୪୯.୨ ମିମି ବର୍ଷା ରେକର୍ଡ ହୋଇଛି । ନୟାଗଡ଼ରେ ୫ମିମି, ମାଲକାନଗିରିରେ ୩.୨, ସମ୍ବଲପୁରରେ ୨.୪, ବରଗଡ଼ରେ ୨.୨ ମିମି ବର୍ଷା ହୋଇଛି। ରବିବାର ଝାରସୁଗୁଡ଼ାକୁ ଛାଡି ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ତଳେ ଥିଲା । ସମ୍ବଲପୁରରେ ୩୯.୮, ହୀରାକୁଦରେ ୩୯.୩, ସୁନ୍ଦରଗଡ଼ରେ ୩୮.୫, ବଲାଙ୍ଗିରରେ ୩୮.୨, ଢେଙ୍କାନାଳରେ ୩୭.୬ ଓ ନୂଆପଡ଼ାରେ ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଦାରିଙ୍ଗବାଡ଼ିର ଦିନ ତାପମାତ୍ରା ସବୁଠୁ କମ୍ ବା ୨୮.୫ ଡିଗ୍ରୀ ରେକର୍ଡ ହୋଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories