Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Traffic Jam / ଟ୍ରକ ପାଇଁ ଟ୍ବିନସିଟି ଜାମ ଘଟଣା: କଟକ-ଭୁବନେଶ୍ୱର ପାଇଁ ନୂଆ ବିକଳ୍ପ ରାସ୍ତା

Ritu Das
Browse all articles by Ritu Das
·2 months ago·2 min read
ଟ୍ରକ ପାଇଁ ଟ୍ବିନସିଟି ଜାମ ଘଟଣା: କଟକ-ଭୁବନେଶ୍ୱର ପାଇଁ ନୂଆ ବିକଳ୍ପ ରାସ୍ତା
India

Key Points

ବୁଧବାର ଜାତୀୟ ରାଜପଥରେ ଏକ ଚଳନ୍ତା ଟ୍ରକରେ ହଠାତ୍ ନିଆଁ ଲାଗିଯିବା ଫଳରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା।
ବୁଧବାର ଜାତୀୟ ରାଜପଥରେ ଏକ ଚଳନ୍ତା ଟ୍ରକରେ ହଠାତ୍ ନିଆଁ ଲାଗିଯିବା ଫଳରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଟ୍ରକ୍‌ଟି ଦାଉ ଦାଉ ହୋଇ ଜଳୁଥିବା ବେଳେ ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଥିଲେ। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସେତେବେଳକୁ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଥିଲା । ମଙ୍ଗୁଳିରୁ ଭୁବନେଶ୍ୱର ଯାଏଁ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା ।

ଏହି ଟ୍ରାଫିକ୍ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପୂର୍ତ୍ତ ବିଭାଗ ଅଣ୍ଟା ଭିଡ଼ିଛି । କଟକ-ଭୁବନେଶ୍ୱର ମଧ୍ୟରେ ଟ୍ରାଫିକ୍ ଭିଡ଼ କମାଇବା ପାଇଁ ୪ଟି ନୂଆ 'ଅଲଟରନେଟିଭ୍ ଓ୍ୱେ' ବା ବିକଳ୍ପ ରାସ୍ତା ନିର୍ମାଣ କରାଯିବ। ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଦୁଇ ସହର ମଧ୍ୟରେ ଏକାଧିକ ଏଣ୍ଟ୍ରି ପଏଣ୍ଟ ରହିଲେ ଭିଡ଼ ହ୍ରାସ ପାଇବ। ଏଥିସହ କାଠଯୋଡ଼ି ନଦୀ ଉପରେ ଦ୍ୱିତୀୟ ବ୍ରିଜ୍ କାମ ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇସାରିଛି । ସରକାରଙ୍କ ଯୋଜନା ଅନୁଯାୟୀ, ପୁରୀ, ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧାକୁ ଏକ 'ରିଂ ରୋଡ୍' ମାଧ୍ୟମରେ ଯୋଡ଼ାଯିବ । ବର୍ତ୍ତମାନ ଏହାର ଏଲାଇନମେଣ୍ଟ ସର୍ଭେ କାର୍ଯ୍ୟ ଜାରି ରହିଛି ଓ ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ।

ଏହାସହ ପଢ଼ନ୍ତୁ: ପଳାଶୁଣିରେ ହୁତୁହୁତୁ ହୋଇ ଜଳିଲା ଟ୍ରକ୍‌, ୩୦ କିମି ପର୍ଯ୍ୟନ୍ତ ଅଟକି ରହିଛି ଗାଡ଼ି

ଟ୍ବିନସିଟି ଟ୍ରାଫିକ୍ ସମସ୍ୟା ଦୂର କରିବା ଦିଗରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ କଟକବାସୀ ଜୋରଦାର ସ୍ୱାଗତ କରିଛନ୍ତି । କଟକ-ଭୁବନେଶ୍ୱର ମଧ୍ୟରେ ଦୂରତା କମିବା ସହ ଦୁର୍ଘଟଣା ହ୍ରାସ ପାଇବାର ସମ୍ଭାବନା ରହିଛି ।
ଯଦି ଏହି ନୂଆ ବିକଳ୍ପ ରାସ୍ତା ଓ ବ୍ରିଜ୍ କାମ ସମୟାନୁସାରେ ଶେଷ ହୁଏ, ତେବେ କଟକ-ଭୁବନେଶ୍ୱର ଯାତ୍ରା କରୁଥିବା ହଜାର ହଜାର ଯାତ୍ରୀଙ୍କୁ ଦୈନନ୍ଦିନ ଟ୍ରାଫିକ୍ ଯନ୍ତ୍ରଣାରୁ ବଡ଼ ଆଶ୍ୱସ୍ତି ମିଳିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Truck Chaos Triggers Twin City Jam New Route For Commuters | Argus News