Twin City Traffic / ଟ୍ଵିନ ସିଟିରେ ଟ୍ରାଫିକ୍ ସମସ୍ୟାର ଖୁବ ଶୀଘ୍ର ହେବ ସମାଧାନ
·2 months ago·2 min read

Key Points
ଟ୍ବିନ୍ ସିଟିରେ ଟ୍ରାଫିକ୍ ସମସ୍ୟା ଲୋକଙ୍କୁ କରୁଛି କଲବଲ
ଖୁବ୍ ଶୀଘ୍ର ଦୂର ହେବ ଭିଡ ସମସ୍ୟା
ରାଜ୍ୟ ସରକାର ଗଠନ କଲେ ୫ଜଣିଆ ସ୍ବତନ୍ତ୍ର କମିଟି
ଅଟକି ରହିବ ନାହିଁ ଆମ୍ବୁଲାନ୍ସ, କମିବ ଦୁର୍ଘଟଣା

ଟ୍ବିନ୍ ସିଟିରେ ଟ୍ରାଫିକ୍ ସମସ୍ୟା ଲୋକଙ୍କୁ କରୁଛି କଲବଲ... ଖୁବ୍ ଶୀଘ୍ର ଦୂର ହେବ ଭିଡ ସମସ୍ୟା । ରାଜ୍ୟ ସରକାର ଗଠନ କଲେ ୫ଜଣିଆ ସ୍ଵତନ୍ତ୍ର କମିଟି । ଅଟକି ରହିବ ନାହିଁ ଆମ୍ବୁଲାନ୍ସ, କମିବ ଦୁର୍ଘଟଣା ।
ପ୍ରତି ଦିନ କଟକ ଭୁବନେଶ୍ବରରେ ବଢିଚାଲିଛି ଟ୍ରାଫିକ୍ ସମସ୍ୟା । ଟ୍ଵିନ୍ ସିଟିରେ ଭିଡ ହ୍ରାସ ନେଇ ରାଜ୍ୟ ସରକାର ଗଠନ କରିଛନ୍ତି ୫ଜଣିଆ ସ୍ବତନ୍ତ୍ର କମିଟି ।ଏହି କମିଟି ଭୁବନେଶ୍ବର ଓ କଟକ ମଧ୍ୟରେ କେଉଁ ଅଞ୍ଚଳରେ ଅଧିକ ଭିଡ ହେଉଛି ଏହାର କ୍ଷେତ୍ର ପରିଦର୍ଶନ କରି ଚିହ୍ନଟ କରିବା ପରେ ଏହି ସମସ୍ୟାର ସମାଧାନ କରିବେ ସରକାର....
ଦ୍ବୈତନଗରୀରେ ଅସମ୍ଭାଳ ଭିଡ କମାଇବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । କଟକ-ଭୁବନେଶ୍ଵରରେ ଟ୍ରାଫିକ୍ ଜାମ ସମସ୍ୟାର ସମାଧାନ ଲାଗି କମିଟି ଗଠନ ହୋଇଛି । ଏହି କମିଟି ନିୟମିତ ବ୍ୟବଧାନରେ ସହରର ଟ୍ରାଫକ୍ ବ୍ୟବସ୍ଥାର ସୁଧାରିବା ନେଇ କାର୍ଯ୍ୟ କରିବ ।
ଟ୍ରାଫିକ୍ ସମସ୍ୟା ଦେଖାଯିବାର କାରଣ କଣ ରହିଛି ଏହାର ସମାଧାନ କିପରି କରାଯିବ ସେ ନେଇ ରିପେୋର୍ଟ ପ୍ରଦାନ କରିବ ସ୍ଵତନ୍ତ୍ର କମିଟି । ରାଜଧାନୀରେ କେଉଁ ଅଂଚଳରେ ଅଧିକ ଟ୍ରାଫିକ୍ ସମସ୍ୟା ରହିଛି ସେଠାକୁ ଏହି କମିଟି ଯାଇ ନିରାକରଣ ପାଇଁ ବ୍ୟବସ୍ଥା କରିବ। ପାର୍କିଂ, ଅଣ ଓସାରିଆ ରାସ୍ତା, ଭେଣ୍ଡିଂ ଜୋନ୍ ପାଇଁ ଟ୍ରାଫିକ୍ ସମସ୍ୟା ଦେଖା ଦେଉଛି । ସେଥିପାଇଁ ଫ୍ଲାଏ ଓଭର, ଚଉଡା ରାସ୍ତା ନିର୍ମାଣ ହେବ। ଭିଡ କମାଇବାକୁ ୩୧ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୨ହଜାର କୋଟି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ପୁରୀରେ ସ୍ନାନ ଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି... ଭକ୍ତଙ୍କ ସୁରକ୍ଷା ପାଇଁ ୭୯ ପ୍ଲାଟୁନ୍ ଫୋର୍ସ
କେବଳ ଟ୍ରାଫିକ୍ ସମସ୍ୟା ନୁହଁ ଟ୍ଵିନ୍ ସିଟିରେ ଦିନକୁ ଦିନ ବଢି ଚାଲିଛି ଦୁର୍ଘଟଣା । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଦୁର୍ଘଟଣା ଘଟିଛି । ୨୦୨୫ମସିହାରେ ଖୋର୍ଦ୍ଧା ଏବଂ ଭୁବନେଶ୍ବରରେ ୪୩୭ଟି ଦୁର୍ଘଟଣା ଘଟିଥିବା ବେଳେ ୨୦୨୬ ମସିହା ଏପ୍ରିଲ ମାସ ସୁଦ୍ଧା ୪୭୮ଟି ଦୁର୍ଘଟଣା ଘଟିଛି । ସଡକ ସୁରକ୍ଷା ବିଶେଷଜ୍ଞ କହିଛନ୍ତି, ଯଦି ସରକାର ଟ୍ରାଫିକ୍ ସମସ୍ୟା ଦୂର କରିବେ ତା ହେଲେ ଦୁର୍ଘଟଣା କମି ପାରିବ ।
ପଳାଶୁଣି, ରସୁଲଗଡ, ପଟିଆ, ରବିଟକିଜ୍, ଏଜି ଭଳି ସ୍ଥାନରେ ସଂନ୍ଧ୍ୟା ସମୟରେ ଅଧିକ ଭିଡ ରହୁଛି । ଏପରିକି ଆମ୍ବୁଲାନ୍ସ ଅଟକି ରହୁଛି । ସରକାର କମିଟିର ରିପୋର୍ଟ ଆଧାରରେ ଆବଶ୍ୟକୀୟ ପଦକ୍ଷେପ ନେଲେ ଭିଡ ସମସ୍ୟା ଦୂର ହୋଇ ପାରିବ ।

Related Topics
Explore more stories