ଟ୍ୱିନ ସିଟିରେ 2 ରୁ 3 ପ୍ରତିଶତ ହ୍ରାସ ପାଉଛି ରାତିର ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ଶୁଖିଲା ପାଗ ଥିବାବେଳେ ଧୀରେ ଧୀରେ ଶୀତର ଅନୁଭୂତି ହେଲାଣି । ରାଜ୍ୟରେ ସ୍ୱାଭାବିକ ଠାରୁ ୨ ରୁ ୩ ପ୍ରତିଶତ ତାପମାତ୍ରା ଅନେକ ସ୍ଥାନରେ ହ୍ରାସ ପାଇଥିବାବେଳେ ଧୀରେ ଧୀରେ ଶୀତର ପ୍ରଭାବ ଦେଖିବାକୁ ମିଳିଛି । କଟକ ଭୁବନେଶ୍ୱରରେ ଶୀତର ଅନୁଭୂତ ହେଉଥିବାବେଳେ ଆଗାମୀ ୨୪ ଘଣ୍ଟାରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ କୁହୁଡି ପଡ଼ିବାର ସମ୍ଭାବନ ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ବିଶେଷ କରି ଦକ୍ଷିଣ ଓଡ଼ିଶାର କନ୍ଧମାଳ ଓ ବଲାଙ୍ଗୀର ଜିଲ୍ଲାରେ କୁହୁଡିର ଆସ୍ତରଣ ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ଆଗାମୀ ୫ ଦିନ ମଧ୍ୟରେ ତାପମାତ୍ରାରେ ସେଭଳି କିଛି ପରିବର୍ତ୍ତନ ହେବାର ନାହିଁ ।
ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲା ଛାଡିଦେଲେ ବାକି ସବୁ ଜିଲ୍ଲାରେ ସ୍ୱାଭାବିକ ତାପମାତ୍ରା ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ତେଣୁ ବର୍ତ୍ତମାନ ସମୟରେ ରାଜ୍ୟରେ ଶୀତର ଅନୁଭବ ଅଧିକ ହେବାର ସମ୍ଭାବନା ନଥିବା ଆକଳନ କରିଛି ପାଣିପାଗ ବିଭାଗ ।
📱 Get Argus News App
✨ସେପଟେ ଗତ ୨୪ ରାଜ୍ୟରେ ସବୁ ସ୍ଥାନରେ ଶୁଖିଲା ପାଗ ରହିଥିବାବେଳେ କେତେକ ସ୍ଥାନରେ ୨ରୁ ୩ ଡିଗ୍ରୀ ତାପମାତ୍ରା ହ୍ରାସ ପାଇଥିଲା । ତେଣୁ କେତେକ ସ୍ଥାନରେ ଶୀତର ପ୍ରକୋପ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା କେନ୍ଦୁଝର ୯.୮ ରେକର୍ଡ ହୋଇଛି । ଫୁଲବାଣୀ ଓ ଟିଟିଲାଗଡରେ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଥିଲା ।
ସେହିପରି ସର୍ବନିମ୍ନ ତାପମାତ୍ରା ଦାରିଙ୍ଗିବାଡ଼ି ୧୦.୫ ରାଉଲକେଲା ୧୦.୯ ଫୁଲବାଣୀ ୧୧.୦ କୋରାପୁଟ ଓ ନବରଙ୍ଗପୁର ୧୧.୪ ତାପମାତ୍ରା ରେକର୍ଡ ହୋଇଛି ।
ଆହୁରି ପଢନ୍ତୁ ପାଣିପାଗ ଖବର...