ନୂଆବର୍ଷକୁ ସ୍ବାଗତ କରିବାକୁ ପ୍ରସ୍ତୁତ ଟ୍ବିନସିଟି

ଅର୍ଗସ ବ୍ୟୁରୋ: ନୂଆବର୍ଷକୁ ସ୍ବାଗତ ପାଇଁ ପ୍ରସ୍ତୁତ ଯୁବପିଢି । ସେଲିବ୍ରେସନରେ ମତୁଆଲା ହେବ ରାଜଧାନୀ । ରାତି ୧୨ ଟାରୁ ଆରମ୍ଭ ହୋଇଯିବ ଜିରୋ ନାଇଟ ସେଲିବ୍ରେସନ । ବିଦାୟୀ ବର୍ଷକୁ ବିଦାୟ ଏବଂ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ରାଜଧାନୀବାସୀ । ନବବର୍ଷର ସ୍ବାଗତକୁ କିଭଳି ଦମଦାର ଓ ରଙ୍ଗୀନ କରିହେବ ଆଉ ଅତିଥିଙ୍କୁ ନିଆରା ମହୋତ୍ସବର ଆନନ୍ଦ ଆଣିଦେବା ପାଇଁ ରାଜଧାନୀର ନାମୀଦାମୀ ହୋଟେଲ ଓ କ୍ଲବରେ ହୋଇଛି ବ୍ୟାପକ ପ୍ରସ୍ତୁତି । ନାଚ, ଗୀତ ସହ ଭୁରି ଭୋଜନରେ ୨୦୨୪ କୁ ସ୍ବାଗତ କରିବ ଭୁବନେଶ୍ବର।
ରାଜଧାନୀର ବହୁ ତାରକା ହୋଟେଲ ଯେପରିକି ଏମ୍ପାୟାର, ସ୍ବସ୍ତି ,ପୁଷ୍ପକରେ ଯୁବପିଢ଼ିଙ୍କୁ ଆକୃଷ୍ଟ କରିବାକୁ ସ୍ବତନ୍ତ୍ର ପ୍ରସ୍ତୁତି ଆରମ୍ଭ ହୋଇଛି । ସୁସ୍ୱାଦୁ ଖାଦ୍ୟ ସହ ମୃଦୁ ପାନୀୟର ବ୍ୟବସ୍ଥା ହୋଇଛି। ଏଥିସହ କ୍ଲବ୍ ଏମ୍ବାସିରେ ମଧ୍ୟ ୧୦୦୦ ଲୋକଙ୍କୁ ନେଇ ସେଲିବ୍ରେସନ କରାଯିବାର ବ୍ୟବସ୍ଥା କରାଯାଇଛି । ଏମ୍ପାୟାର ହୋଟେଲରେ ବଲିଉଡ୍ ର ଇଣ୍ଡିଆନ୍ ଆଇଡଲ୍ ଫେମ ଅମିତ୍ ସାନା ଓ ଓଲିଉଡ଼ ସିଙ୍ଗର ସ୍ମୃତି ମହାପାତ୍ର ଙ୍କ ସାଙ୍ଗକୁ ଡିଜେ ବଣ୍ଟି ମୁଖ୍ୟ ଆକର୍ଷଣ ସଜିବେ। କପୁଲ ଏଣ୍ଟ୍ରି ସହ ଆଉ କୋଉଠି ହାଇଭୋଲ୍ଟେଜ ଡ୍ୟାନ୍ସର ଧୂନ ରେ ନାଚିବେ ରାଜଧାନୀବାସୀ।
ଏପଟେ ନୂଆବର୍ଷ ପାଇଁ ରାଜଧାନୀରେ ବିକ୍ରି ପାଇଁ ଆସିଛି ଦେଶ, ବିଦେଶରୁ ଫୁଲ। ୟୁନିଟ ୧ମାର୍କେଟକୁ ଆସିଛି କୋଟିଏରୁ ଅଧିକ ଟଙ୍କାର ଫୁଲ। ଚାହିଦାରେ ଅଛି ଲିଲୀୟମ ଏବଂ ବାର୍ଡ ଅଫ ପାରାଡାଇଜ ଫୁଲ। ବ୍ୟାଙ୍କକ ଓ ଥାଇଲାଣ୍ଡର ଫୁଲ ମନ ମୋହୁଛି। ସେପଟେ ନୂଆ ବର୍ଷ ଭେଟି ଦେବାକୁ ମିଠା ଦୋକାନରେ ଲାଗିଛି ଗ୍ରାହକଙ୍କ ମିଠା। ଥାଇଲାଣ୍ଡ, ବ୍ୟାଂକଙ୍କ ଭଳି ଦେଶରୁ ଆସିଛି ବିଭିନ୍ନ ପ୍ରକାର ଫୁଲ। ସେହିଭଳି ବାଙ୍ଗାଲୋର, ଓ କଲିକତାରୁ ଆସିଛି କିଛି ଭିନ୍ନ ରଙ୍ଗର ଗୋଲାପ ମଧ୍ୟ ଓଡିଶା ଆସିଛି। ଗୋଟିଏ ଗୋଟିଏ ବୁକେର ମୂଲ୍ୟ ୧୦୦ରୁ ଆରମ୍ଭ ହୋଇ ୫୦୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେବା ନେଇ କହିଛନ୍ତି ଫୁଲ ବ୍ୟବସାୟୀ । ପାଖା ପାଖି ୟୁନିଟ ୧ ବ୍ୟବସାୟୀ ଆଣିଛନ୍ତି ୧ କୋଟି ଟଙ୍କାରୁ ଅଧିକ ଫୁଲ। ରାଜଧାନୀରେ କେବଳ ଫୁଲ ବ୍ୟବସାୟୀ ନୁହେଁ ମିଠା ଦୋକାନରେ ମଧ୍ୟ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର