ଛାତ୍ରଙ୍କୁ ଅସ୍ତ୍ର କରି ସ୍କୁଲରେ ଚୋରି, ଦୁଇ ଗିରଫ

ମୟୂରଭଞ୍ଜ: ଛାତ୍ରଙ୍କୁ ଅସ୍ତ୍ର କରି ଏକ ଘରୋଇ ସ୍କୁଲରୁ ଦୁଇ ଦୁଇ ଥର ଚୋରି କରି ଧରାପଡିଲେ ଦୁଇ ଅଭିଯୁକ୍ତ। ୮ ଲକ୍ଷ ନଗଦ କ୍ୟାସ୍ ସହିତ ଲକ୍ଷ ଲକ୍ଷ ଟଙ୍କାର ଆସବାବପତ୍ର ଚୋରି କରିଥିଲେ। ଘଟଣା ଘଟିଛି ବାରିପଦା ସଦର ଥାନା ଅଧିନ ସିରିସବଣୀ ସ୍ଥିତ SVS ସ୍କୁଲରେ। ଅଭିଯୁକ୍ତ ମାନେ କିଛି ମାସ ହେବ ଏହି ସ୍କୁଲରେ ଅଲଡିଂ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଉକ୍ତ ସ୍କୁଲର ୧୦ ମ ଶ୍ରେଣୀର କିଛି ଛତ୍ରୀଙ୍କୁ ନିଜ ଜାଲରେ ଫସାଇ ଏହି ଚୋରିର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଚୋରି କରିଥିଲେ ଅଭିଯୁକ୍ତ।
ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରି ସେମାଙ୍କ ଠାରୁ ଚୋରି ଜିନିସ ଜବତ୍ କରି ଦୁଇଟି ଘଟଣା ର ପୃଥକ ପୃଥକ ଦୁଇଟି ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରିରଖିଛି ସଦର ଥାନା ପୋଲିସ। ଗିରଫ ଅଭିଯୁକ୍ତ ମାନେ ହେଲେ ବାରିପଦା ସହର ୧୬ ନଂ ୱାର୍ଡ ର ଏସକେ ଅବିଦୁଲ୍ଲା ଓ ୨୧ ନମ୍ବର ୱାର୍ଡ ର ରୋହିତ ପଲେଇ। ତେବେ ଏହି ଦୁଇ ଜଣଙ୍କ ସହିତ ପୋଲିସ ସ୍କୁଲର କିଛି ଛତ୍ରୀଙ୍କୁ ମଧ୍ୟ ସନ୍ଦେହରେ ରଖି ପଚରା ଉଚରା ଜାରିରଖିଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର