Videos
|
Odisha

ବନ ସୁରକ୍ଷା ସମିତି ଅଫିସରେ ଚାଲିଛି ଦୁଇଟି ଅଙ୍ଗନୱାଡି କେନ୍ଦ୍ର

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବନ ସୁରକ୍ଷା ସମିତି ଅଫିସରେ ଚାଲିଛି ଦୁଇଟି ଅଙ୍ଗନୱାଡି କେନ୍ଦ୍ର

ଅର୍ଗସ ବ୍ୟୁରୋ:  ବଡ଼ ମହେଶ୍ୱର ଗାଁରେ ଅଙ୍ଗନୱାଡି କେନ୍ଦ୍ର ଗୃହ ସମସ୍ୟା l ଫରେଷ୍ଟ କ୍ଵାଟରରେ ଚାଲିଛି ଦୁଇଟି ଅଙ୍ଗନୱାଡି ପାଠପଢ଼ା l ଏ ଦୃଶ୍ୟ ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବଡ଼ମହେଶ୍ବର ଗାଁର l ଏଠି ଅଙ୍ଗନୱାଡି କେନ୍ଦ୍ର ଗୃହ ସମସ୍ୟା ଥିବାରୁ ଗାଁରେ ଥିବା ବନ ସୁରକ୍ଷା ସମିତି ଅଫିସରେ ଚାଲୁଛି ଅଙ୍ଗନୱାଡି କେନ୍ଦ୍ର। ନା ଅଛି ପାନୀୟ ଜଳ ସୁବିଧା ନା ଅଛି ଶୌଚାଳୟ ନା ଅଛି ରୋଷେଇ ଘର  l ଅଙ୍ଗନୱାଡି ଗୃହ ନ ଥିବାରୁ ଏପରି ଅବସ୍ଥା ରେ ଚାଲିଛି ପାଠ ପଢା ମାତ୍ର ନିଜସ୍ବ ଅଙ୍ଗନୱାଡି ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ କେହି ଦାବି ପୁରଣ ହେଉ ନଥିବା ଅଭିଯୋଗ ହୋଇଛି। 

ଏବେ ଏହି ଦୃଶ୍ୟ ଉପରେ ନଜର ପକାନ୍ତୁ ଗାଁରେ ଅଙ୍ଗନୱାଡି କେନ୍ଦ୍ର ଅଧାପାନ୍ତରିଆ ହୋଇ ପଡିରହିଛି l ବେସରକାରୀ ଜାଗାରେ ହୋଇଥିବାରୁ ନିର୍ମାଣ ପାଇଁ କେହି ଧ୍ୟାନ ଦେଉନାହାନ୍ତି l ଏପଟେ ଅଙ୍ଗନୱାଡି ପାଇଁଥିବା ପୁରୁଣା କୋଠା ଅବସ୍ଥା ବେହାଲ। ଛାତରୁ ସିମେଣ୍ଟ ଅତଡ଼ା ଖସିବା ସହ ପାଣି ଗଳୁଛି। ଅସୁରକ୍ଷିତ ଭୋବେ ଏଠାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ।ଅଙ୍ଗନୱାଡି କେନ୍ଦର ବିକାଶ ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବାସ୍ତବରେ ରାଜ୍ୟର ଅନେକ ଅଞ୍ଚଳ ଏମିତି ରହିଛି ଯେଉଁଠି ଅଙ୍ଗନୱାଡି କେନ୍ଦ୍ର ନଥିବାରୁ କୁନିକୁନି ଶିଶୁଙ୍କୁ ଅନେକ ସମସ୍ୟା ମଧ୍ୟ ଦେଇ ଗତି କରିବାକୁ ପଡୁଛି। କେଉଁଠି ନିଜସ୍ବ ବିଲଡିଂ ନଥିବାରୁ ଅନ୍ୟ କୋଠାରେ ଅଙ୍ଗନୱାଡି ଚାଲିଛି ତ କେଉଁଠି ବିପଦ ସଙ୍କୁଳ ଅବସ୍ଥାରେ ଚାଲିଛି ପାଠ ପଢା।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Two Anganwadi Centers are running in the Forest Protection Committee office | Argus News