Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦେଢ଼ କୁଇଣ୍ଟାଲ ଗଞ୍ଜେଇ ସହ ଦୁଇ ଗିରଫ

Odisha

ଦେଢ଼ କୁଇଣ୍ଟାଲ ଗଞ୍ଜେଇ ସହ ଦୁଇ ଗିରଫ

Manini Pattanayak
Browse all articles by Manini Pattanayak
·1 year ago·1 min read
ଦେଢ଼ କୁଇଣ୍ଟାଲ ଗଞ୍ଜେଇ ସହ ଦୁଇ ଗିରଫ

କଟକ  : ଦେଢ଼ କୁଇଣ୍ଟାଲ ଗଞ୍ଜେଇ ସହ ଦୁଇ ଗିରଫ।  କଟକ ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ ଗୋପୀନାଥପୁର ଟି ସେତୁ ନିକଟରେ ଏକ ଗଂଜେଇ ବୋଝେଇ ଇନୋଭା ଗାଡିକୁ ବଡମ୍ବା ପୋଲିସ ଅଟକାଇବା ସମୟରେ ଗାଡି ଟି ଦ୍ରୁତ ଗତିରେ ପଳାଇଯାଇଥିଲା। ଫଳରେ ପୋଲିସ ତାକୁ ପିଛା କରି ମାନପୁର ନିକଟରେ ଉକ୍ତ ଗାଡିଟିକୁ ଧରିବାରେ ସକ୍ଷମ ହୋଇଥିଲେ। ଧରାପଡିବା ସମୟରେ ଉକ୍ତ ଗାଡ଼ିରୁ ଦେଢ଼ କୁଇଣ୍ଟାଲ ଗଂଜେଇ ଜବତ କରିବା ସହ ଦୁଇଜଣ ଙ୍କୁ ଗିରଫ କରାଯାଇଥିଲା।

ତା ସହିତ ଏକ ମୋବାଇଲ ଫୋନ ଓ ୧୪୦୦ଶହ ଟଙ୍କା ମଧ୍ୟ ଜବତ କରାଯାଇଥିଲା। ଗିରଫ ହୋଇଥିବା ଗଂଜେଇ ବେପାରୀ ଦୁଇଜଣ ହେଲେ ପ୍ରଦୀପ ବେହେରା ଓ ଟୁନ ବେହେରା॥  ଉଭୟଙ୍କ ଘର ଆଠଗଡ ସହରରେ ବୋଲି ଜଣା ପଡିଛି।  ଜବତ ହୋଇଥିବା ଇନୋଭା ଗାଡିର ମାଲିକ କିଏ ତାହା ତଦନ୍ତ ଚାଲିଛି। ଗଂଜେଇର ଆନୁମାନିକ ମୂଲ୍ୟ ୭ଲକ୍ଷ ୩୦ହଜାରରୁ ଉର୍ଦ୍ଧ ହେବ ବୋଲି ଆଇ ଆଇ ସି ଶିବ ପ୍ରସାଦ ଭଦ୍ରା ପ୍ରେସ ମିଟ ଜରିଆରେ ସୂଚନା ଦେଇଛନ୍ତି। ଆଜି ଦୁଇଜଣ ଗଂଜେଇ ମାଫିଆ ଙ୍କୁ କୋର୍ଟ ଚାଲାଣ କରାଯାଇଛି।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Two arrested with one and a half quintal of cannabis | Argus News